Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସୋନିଆଙ୍କୁ ଭେଟିବାକୁ ଯାଇଥିଲେ, ପ୍ରିୟଙ୍କାଙ୍କୁ ଭେଟିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଜାଣନ୍ତୁ ଗଣମାଧ୍ୟମକୁ କହିଲେ କ’ଣ?

11/07/2021 at 3:03 PM

ନୂଆଦିଲ୍ଲୀ ୧୧।୭: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରବିବାର ନୂଆଦିଲ୍ଲୀରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରାଙ୍କୁ ଭେଟିଛନ୍ତି। ତେବେ ସେ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବା ଲାଗି ତାଙ୍କ ଆବାସ ଯାଇଥିଲେ। ହେଲେ ସୋନିଆଙ୍କ ଅନୁପସ୍ଥିତିରେ ବାଘେଲ ପ୍ରିୟଙ୍କାଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି।

ଛତିଶଗଡ ମେଣ୍ଟ ସରକାରରେ ଏବେ ନେତୃତ୍ୱ ପରିବର୍ତ୍ତନର ସମୟ ଆସିଯାଇଛି। ଏଥିରେ ବାଘେଲ ଦଳୀୟ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ ଏଣୁ ତାଙ୍କ ନିଷ୍ପତ୍ତି ହିଁ ଚୂଡାନ୍ତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ମେଣ୍ଟ ସରକାରରେ ସର୍ବଦା ଏପରି ହିଁ ହୋଇଥାଏ। ଏଣୁ ବୁଝାମଣା ଅନୁସାରେ ତାଙ୍କ ନେତୃତ୍ୱରେ ସରକାର ଏପର୍ଯ୍ୟନ୍ତ ଚଳି ରହିଛି। ଏବେ ହାଇକମାଣ୍ଡ ଯାହା ଚାହିଁବେ ତାହା ହିଁ ହେବ।

ଛତିଶଗଡରେ ଭୂପେଶ ବାଘେଲ ଓ ଟି.ଏସ୍.ସିଂଦେଓଙ୍କ ମଧ୍ୟରେ ଅଢେଇ ଅଢେଇ ବର୍ଷର ସରକାର ଲାଗି ପୂର୍ବରୁ ବୁଝାମଣା ହୋଇଥିଲା। ସେହି ଅନୁସାରେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ବାଘେଲ ପ୍ରଥମ ଅଢେଇ ବର୍ଷ କାର୍ଯ୍ୟକାଳ ପୂରଣ କରିବାକୁ ଯାଉଛନ୍ତି। ଏବେ ଦ୍ୱିତୀୟ କାର୍ଯ୍ୟକାଳ ନେଇ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।

ପୂର୍ବ ବୁଝାମଣା ଅନୁସାରେ ହୁଏତ ସିଂଦେଓ ବାକି କାର୍ଯ୍ୟକାଳ ଲାଗି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ବାଘେଲ ବୀରଭଦ୍ର ସିଂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଶନିବାର ଦିଲ୍ଲୀ ଗସ୍ତରେ ଆସିଥିଲେ। ଛତିଶଗଡ ସରକାରରେ କଂଗ୍ରେସର ୩ ଚତୁର୍ଥାଂଶ ସଂଖ୍ୟାଗରିଷ୍ଠତା ରହିଛି। ତେବେ ବୁଝାମଣା ଅନୁସାରେ ବାଘେଲ ଏବେ ସିଂଦେଓଙ୍କୁ ସରକାର ଛାଡୁଛନ୍ତି କି ନା ଏବେ ତା ଉପରେ ସମସ୍ତଙ୍କ ନଜର।

   Related Posts