Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ଓଡିଶାରେ କଂଗ୍ରେସ ପାଇଁ ଛତିଶଗଡ, ରାଜସ୍ଥାନ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ, କିଛି ପ୍ରଭାବ ପଡିବନି କହଲେ ବିଜେଡି ଓ ବିଜେପି

1/02/2019 at 7:32 PM

ଭୁବନେଶ୍ବର ୧|୨: କଂଗ୍ରେସ ପ୍ରଚାର ମଇଦାନ କୁ ଓହ୍ଲାଇବେ ଷ୍ଟାର ପ୍ରଚାରକ।  ନିଜେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଚାର କରିବା ସହିତ ଛତିଶଗଡ, ରାଜସ୍ଥାନ, ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ମଧ୍ୟ ଓଡିଶାରେ ପ୍ରଚାର କରିବେ। ଏନେଇ ପଞ୍ଜାବ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦିଆ ସରିଥିବାବେଳେ ଗତ କାଲି ରାୟପୁର ଯାଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ନିମନ୍ତ୍ରଣ କରିଛନ୍ତି। ଚଳିତ ଫେବୃଆରୀ ମାସ​‌ରେ ଛତିଶଗଡ ମୁଖ୍ୟମନ୍ତ୍ରୀ ପ୍ରଚାର କରିବାକୁ ଆସିବେ। ତାପରେ ରାଜସ୍ଥାନ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଆସିବେ। କଂଗ୍ରେସର ଏଭଳି ରଣନୀତି ଦେଖି ବିଜେଡି ଓ ବିଜେପି ପ୍ରତିକ୍ରିୟାଶୀଳ ହୋଇଛନ୍ତି। କଂଗ୍ରେସ ବାହାରୁ ଯେତେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଚାରକୁ ଆଣିଲେ ବି କିଛି ପ୍ରଭାବ ପଡିବାର ନାହିଁ ବୋଲି ବିଜେଡି କହିଛି। କାରଣ ୨୦୧୪ରେ ବି କଂଗ୍ରେସ ଅନେକ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଚାରକୁ ଆଣିଥିଲା କିଛି ପ୍ରଭାବ ପଡିନ୍‌ଥିଲା। ଏପଟେ ବିଜେପି କହିଛି ଆଗ କଂଗ୍ରେସ ମହାନଦୀ ମସମସ୍ୟା ସମାଧାନ କରୁ ତାପ​‌ରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଚାରକୁ ଆଣିବ।

   Related Posts