Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

ଛତିଶଗଡ଼ ବିଧାନସଭା ନିର୍ବାଚନ : କଂଗ୍ରେସ ପରେ ବିଜେପି ପ୍ରକାଶ କଲା ନିର୍ବାଚନ ଇସ୍ତାହାର, ଜାଣନ୍ତୁ କଣ କହିଲେ ଅମିତ ଶାହ…

10/11/2018 at 2:16 PM

ଛତିଶଗଡ଼ ୧୦/୧୧ : ଆଉ ଗୋଟିଏ ଦିନ ପରେ ଅର୍ଥାତ ୧୨ ତାରିଖରେ ଆରମ୍ଭ ହେବାକୁ ଥିବା ଛତିଶଗଡ଼ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ଆଜି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି | ଏହି ନିର୍ବାଚନ ଇସ୍ତାହାରକୁ ‘ସଂକଳ୍ପ ପତ୍ର’ ବୋଲି ଦଳ ନାମିତ କରିଛି | ଛତିଶଗଡ଼ର ରାଜଧାନୀ ରାୟପୁର ଠାରେ ନିର୍ବାଚନ ଇସ୍ତାହାର ଉନ୍ମୋଚନ କରିଛି | ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ଅନ୍ୟ ବରିଷ୍ଠ ଭାରତୀୟ ଜନତା ପାର୍ଟି ନେତା ଇସ୍ତାହାର ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଥିଲେ | ଏହି ଇସ୍ତାହାରରେ ଛତିଶଗଡ଼ରେ କ୍ଷମତାସୀନ ରମଣ ସିଂହ ସରକାରଙ୍କ ବିଭିନ୍ନ ସଫଳତାର ଲମ୍ବା ତାଲିମ ପ୍ରଦାନ କରାଯାଇଛି | ନକ୍ସଲ ଦମନ କ୍ଷେତ୍ରରେ ଛତିଶଗଡ଼ ସରକାରଙ୍କ ସଫଳତାକୁ ଅମିତ ଶାହ ଏହି ଉତ୍ସବରେ ଭୁରି ଭୁରି ପ୍ରଶଂସା କରିଛନ୍ତି |

ଅମିତ ଶାହ କହିଛନ୍ତି ଯେ, ଗତ ୧୫ବର୍ଷ ଧରି ଛତିଶଗଡ଼ରେ ରମଣ ସିଂହଙ୍କ ସରକାର ସଫଳତାର ଶାସନ କରିଆସିଛନ୍ତି | ସ୍ୱତନ୍ତ୍ର ରାଜ୍ୟ ଗଠନ ପରଠୁ ଏଠାରେ ଭାରତୀୟ ଜନତା ପାର୍ଟି କ୍ଷମତାରେ ରହିଛି | ଏଯାଏଁ ସମ୍ପୂର୍ଣ ପଛୁଆ ଅଂଚଳ ଭାବେ ପରିଗଣିତ ଛତିଶଗଡ଼ ରମଣ ସିଂହଙ୍କ ନେତୃତ୍ୱରେ ପାୱାର ହବ, ଇସ୍ପାତ ହବ, ଆଲୁମିନିୟମ ହବ ଏବଂ ଶିକ୍ଷା ହବରେ ପରିଣତ ହୋଇଛି | ଏହି ସରକାର ଅଦ୍ୟାବଧି ଯୋଜନା ଉପରେ ଗୁରୁତ୍ୱ ଦେଇଛି | ଲୋକଙ୍କୁ ୧ଟଙ୍କାରେ ଚାଉଳ ଯୋଗେଇ ଦିଆଯାଇଛି | ଲୁଣ, ଚପଲ ଓ ସାଇକଲକୁ ନିଃଶୁଳ୍କ କରାଯାଇଛି | ଲୋକ ହିତକର କାର୍ଯ୍ୟ ଜରିଆରେ ଭାରତୀୟ ଜନତା ପାର୍ଟି ଲୋକଙ୍କ ଆସ୍ଥା ଜିତିପାରିଛି | ସେହିଭଳି ନକ୍ସଲଙ୍କ ଦମନ କ୍ଷେତ୍ରରେ ସରକାରଙ୍କୁ ବିଶେଷ ସଫଳତା ମିଳିଛି | ଏବେ ରମଣ ସିଂହ ସରକାର ଛତିଶଗଡ଼କୁ ଡିଜିଟାଲ ହବ କରିବା ପାଇଁ ପ୍ରତିଶୃତିବଦ୍ଧ | ସେହିଭଳି ଚାଷୀଙ୍କ ପ୍ରମୁଖ ଫସଲ ପାଇଁ ଉପଯୁକ୍ତ ସମର୍ଥନ ରାଶି ପ୍ରଦାନ କରାଯାଇଛି ବୋଲି ଅମିତ ଶାହ କହିବା ସହ ଅନ୍ୟାନ୍ୟ ବହୁ ଯୋଜନାର ସଫଳ ରୂପାୟନ ହୋଇଥିବା କହିଥିଲେ |

ସୂଚନାଯୋଗ୍ୟ ଯେ, ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଗତକାଲି କଂଗ୍ରେସ ଦଳ ମଧ୍ୟ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି | ଗତକାଲି ଡୋଙ୍ଗରଗଡ଼ ଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ଇସ୍ତାହାର ଜାରି କରିଥିଲେ | କଂଗ୍ରେସ ନିର୍ବାଚନ ଇସ୍ତାହାରର ନାଁ ‘ଜନ ଘୋଷଣା ପତ୍ର’ ରଖାଯାଇଛି | କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ କରାଯିବ ବୋଲି ଇସ୍ତାହାରରେ କୁହାଯାଇଛି |

   Related Posts