ଛତିଶଗଡର ପୁଣି ଦାଦାଗିରି

Published By : Prameya-News7 Bureau | June 18, 2018 IST

ଛତିଶଗଡର ପୁଣି ଦାଦାଗିରି । ମହାନଦୀ ପାଣି ପରେ ଏବେ ଓଡ଼ଶାର ଜମି ଉପରେ ଛତିଶଗଡର ନଜର । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳରେ ନିଜ ରାଜ୍ୟର ଭୂମିହୀନ ହିତାଧିକାରୀଙ୍କୁ ଜମି ବାଣ୍ଟୁଛି ଛତିଶଗଡ । ସିନାପାଲି ବ୍ଲକ ନୂଆମାଳପଡା ଗାଁର ୩୦ ଏକର ସରକାରୀ ଏବଂ ରୟତି ଚାଷଜମିକୁ ଛତିଶଗଡ ଜବରଦସ୍ତି ମାପଚୁପ କରାଇଛି । କେବଳ ମାପଚୁପ କରିନି ଛତିଶଗଡ ସରକାର ନିଜ ରାଜ୍ୟର ଗରିଆବନ୍ଧ ଜିଲ୍ଲା ଦେଭୋଗ ବ୍ଲକ ବୁର୍ଜାବାହଲ ଗାଁର କିଛି ଭୂମିହୀନଙ୍କୁ ଏହି ଜମି ବଣ୍ଟନ କରିଛନ୍ତି । ସ୍ଥାନୀୟ ଲୋକେ ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବି ପ୍ରଶାସନ ଚୁପ୍ ବସିଥିବା ଅଭିଯୋଗ ହୋଇଛି । ପ୍ରଶାସନର ଉଦାସୀନତା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.