Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

‘ମ୍ୟାଡମ ଯଦି ଛୁଟି ଦରକାର ମୋତେ ଏକାକୀ ଭେଟନ୍ତୁ’ ମନ୍ତବ୍ୟ ଯୌନ ପ୍ରକୃତିର ନୁହେଁ : ଛତିଶଗଡ଼ ହାଇକୋର୍ଟ

5/11/2021 at 9:31 PM

ବିଳାଶପୁର ୫।୧୧:  ଛତିଶଗଡ଼ ହାଇକୋର୍ଟ ଶୁକ୍ରବାର ମହିଳା କର୍ମଚାରୀଙ୍କ ଛୁଟି ପ୍ରଦାନ ନେଇ ଉଚ୍ଚାଧିକାରୀଙ୍କ ଅଶାଳୀନ ମନ୍ତବ୍ୟ ମାମଲାର ଶୁଣାଣିରେ ଐତିହାସିକ ରାୟ ଦେଇଛନ୍ତି। ମହିଳା ସହ କର୍ମୀଙ୍କ ଛୁଟି ଆବେଦନ ପ୍ରସଙ୍ଗରେ ‘ମ୍ୟାଡମ ଯଦି ଛୁଟି ଦରକାର ମୋତେ ଏକାକୀ ଭେଟନ୍ତୁ’ ଟିପ୍ପଣୀ ଯୌନ ପ୍ରକୃତିର ନୁହେଁ ବୋଲି ହାଇକୋର୍ଟ କହିଛନ୍ତି ଓ ଏ ସମ୍ପର୍କିତ ମହିଳା କର୍ମଚାରୀଙ୍କ ଏତଲାକୁ କୋର୍ଟ ରଦ୍ଦ କରିଦେଇଛନ୍ତି।  ବିଳାଶପୁର ଡିପି ୱିପ୍ରୋ କଲେଜ ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି।

ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ମନିଷ ତିୱାରୀଙ୍କ ବିରୋଧରେ ତାଙ୍କ ସହ କାର୍ଯ୍ୟ କରୁଥିବା ଜନୈକା ମହିଳା କର୍ମଚାରୀ ଯୌନ ଉତ୍ପୀଡ଼ନ ମୋକଦ୍ଦମା ରୁଜୁ କରିଥିଲେ। ଏଥିରେ ଆସିଷ୍ଟାଣ୍ଟ ପ୍ରଫେସର ମହିଳା କର୍ମଚାରୀଙ୍କ ଛୁଟି ମାମଲାରେ ମ୍ୟାଡମ ଛୁଟି ପାଇଁ ମୋତେ ଏକାକୀ ଭେଟନ୍ତୁ ବୋଲି କହିଥିଲେ। ତେବେ ଏହା କୌଣସି ପ୍ରକାର ଯୌନ ପ୍ରକୃତିର ମନ୍ତବ୍ୟ ନୁହେଁ ବୋଲି କୋର୍ଟ ସଫାସଫା କହିଛନ୍ତି। ଏଣୁ ମାମଲାରେ ମହିଳା କର୍ମଚାରୀଙ୍କ ଏତଲା ଖାରଜ କରିଦେଇଛନ୍ତି।

ମହିଳା ସହକର୍ମୀ ତାଙ୍କ ବିରୋଧରେ ଆଇନର ଦ୍ୱାରସ୍ଥ ହୋଇଥିବା ବେଳେ ଆସିଷ୍ଟାଣ୍ଟ ପ୍ରଫେସର ହାଇକୋର୍ଟଙ୍କ ଶରଣ ନେବା ସହ ତାଙ୍କ ବିରୋଧରେ ଅପରାଧୀକ କାର୍ଯ୍ୟାନୁଷ୍ଠା ରଦ୍ଦ କରିବାକୁ ନିବେଦନ କରିଥିଲେ। ଆବେଦନକାରୀ ନିବେଦନରେ ଏପରି ମନ୍ତବ୍ୟ ଲାଗି ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି)ର ଧାରା୩୫୪ ରେ ଅଭିଯୋଗ ହୋଇଥିବା ଉଲ୍ଲେଖ କରିଥିଲେ ଓ ନ୍ୟାୟାଳୟଙ୍କ ସହାୟତା ନିବେଦନ କରିଥିଲେ।

ତେବେ ତାଙ୍କର ଏପରି ମନ୍ତବ୍ୟ ପଛରେ କୌଣସି ଶାରୀରିକ ସମ୍ପର୍କ ଅଥବା ଯୌନ ଅନୁରୋଧର ଦାବି ନଥିବାରୁ ଆବେଦନକାରୀଙ୍କ ବିରୋଧରେ ଅଭିଯୋଗ ପ୍ରସ୍ତୁତ ହୋଇପାରୁନଥିବା କୋର୍ଟ କହିଛନ୍ତି। ଏଣୁ ମହିଳା ସହକର୍ମୀ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବିରୋଧରେ କରିଥିବା ଅଭିଯୋଗ ରଦ୍ଦ କରିଦେଇଛନ୍ତି।

   Related Posts