ଝିଅ ପାଇଁ ଯୋଗ୍ୟ ପାତ୍ର ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ

Published By : Prameya-News7 Bureau | January 18, 2021 IST

ରାୟପୁର ୧୮/୦୧ : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ନିଜ ଝିଅ ପାଇଁ ଯୋଗ୍ୟ ପାତ୍ର ଖୋଜୁଛନ୍ତି। ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ସେ ଘୋଷଣା କରି ଜନତାଙ୍କୁ ଏ ସମ୍ପର୍କରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ପାଳିତ କନ୍ୟା ତଥା କସଡୋଲ କଂଗ୍ରେସ ବିଧାୟକ ଶକୁନ୍ତଳା ସାହୁଙ୍କ ପାଇଁ ଯୋଗ୍ୟ ପାତ୍ର ଖୋଜୁଛନ୍ତି ବୋଲି କହିଛନ୍ତି। ରବିବାର ଦିନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମହାସମୁନ୍ଦରେ ସାହୁ ସମାଜ ଦ୍ୱାରା ଆୟୋଜିତ ଯୁବକ ଯୁବତୀ ପରିଚୟ ସମ୍ମିଳନୀରେ ସାମିଲ ହୋଇଥିଲେ। ସେଠାରେ ସମ୍ବୋଧନ ସମୟରେ ବିଧାୟକ ଶକୁନ୍ତଳା ସାହୁଙ୍କ ପାଇଁ ଯୋଗ୍ୟ ବର ଖୋଜୁଛନ୍ତି ବୋଲି କହିଥିଲେ। ମୌଖ୍ୟମନ୍ତ୍ରୀ ମଜାକିଆ ଅନ୍ଦାଜରେ ଏହିଭଳି କହିଥିଲେ।

ମହାସମୁନ୍ଦରେ ମୁଖ୍ୟମନ୍ତ୍ରୀ ବିଭାଗୀୟ ସ୍ଥରୀୟ ସାହୁ ସମାଜର ଯୁବକ-ଯୁବତୀ ପରିଚୟ ସମ୍ମିଳନୀ, ପତ୍ରିକା ଉନ୍ମୋଚନ ଓ ଅଳଙ୍କାର ସମାରୋହରେ ସାମିଲ ହେବାକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ୩ଟି ପୁସ୍ତକ ଉନ୍ମୋଚନ କରିଥିଲେ। ଏଥିରେ ସାହୁ ସମାଜର 'ନନି ବାବୁ ପରିଚୟ ପୁସ୍ତକ', ସିରପୁର 'ଐତିହାସିକ ସ୍ମାରକୀ' ଓ 'ଆମ ପୋଲିସ ଆମେ ସାଙ୍ଗେ' ସାମିଲ ଅଛି।

ବିଭାଗୀୟ ସ୍ଥରୀୟ ଯୁବକ-ଯୁବତୀ ପରିଚୟ ସମ୍ମିଳନୀ ମଞ୍ଚରେ ଜଣେ ଯୁବକ ଓ ଜଣେ ଯୁବତୀ ନିଜ ନିଜ ପରିଚୟ ଦେଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଉଦବୋଧନରେ ନିଜ ପାଳିତ କନ୍ୟା ଶକୁନ୍ତଳା ସାହୁଙ୍କ ସମ୍ପର୍କରେ କହିଥିଲେ ଯେ ତାଙ୍କ କନ୍ୟା ପ୍ରଥମେ ଜିଲ୍ଲା ପଞ୍ଚାୟତ ସଦସ୍ୟ ଥିଲେ, ଏବେ କସଡୋଲ ବିଧାୟକ ଅଛନ୍ତି। ସେ ନିଜ କନ୍ୟାର ବୟସ ଓ ଉଚ୍ଚତା ମଧ୍ୟ କହିଥିଲେ। ସେତେବେଳେ ଜନତା କନ୍ୟାର ଗୋତ୍ର ମଧ୍ୟ ଜାଣିବାକୁ ଚାହିଁଥିଲେ। ଜନତାଙ୍କ କଥା ଶୁଣି ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ଆଡକୁ ଦେଖିଥିଲେ। ବିଧାୟକ ସ୍ୱୟଂ ଉଠି ମଞ୍ଚ ଉପରେ ମାଇକରେ ନିଜ ମାତା-ପିତାଙ୍କ ସହ ନିଜ ଗୋତ୍ର ସମ୍ପର୍କରେ କହିଥିଲେ। ଜନତାଙ୍କ ଶକୁନ୍ତଳା ସାହୁଙ୍କ କଥା ଶୁଣି ଖୁସି ଜାହିର କରିଥିଲେ।

ସାହୁ ସମାଜର ଦାବି ଅନୁସାରେ ସଭାରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ରାୟପୁରର ୫ଟି ଜିଲ୍ଲାରେ ସାମାଜିକ ଭବନ ପାଇଁ ୨୦-୨୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହାସହ ଆଗାମୀ ସମୟରେ ତେଲଘାନି ବୋର୍ଡ ନିର୍ମାଣ କଥା ମଧ୍ୟ କହିଥିଲେ ମୁଖ୍ୟମନ୍ତ୍ରୀ। ତେଲଘାନି ବୋର୍ଡ ନିର୍ମାଣ ପରେ ଗ୍ରାମୋଦ୍ୟୋଗ ବଢିବ ଏବଂ ରୋଜଗାରର ନୂଆ ମଉକା ମଧ୍ୟ ମିଳିବ ବୋଲି ସେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.