Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଛତିଶଗଡ଼କୁ ବିନା କାରଣରେ ଯିବା ମନା, ସୀମା ସିଲ୍‌ କଲା ମାଲକାନଗିରି ଜିଲ୍ଲା ପ୍ରଶାସନ

10/04/2021 at 11:01 AM

ମାଲକାନଗିରି ୧୦।୦୪: ମାଲକାନଗିରି ଠାରୁ ଛତିଶଗଡକୁ ସଂଯୋଜ ହେଉଥିବା ସମସ୍ତ ସିମାକୁ ସିଲ୍ କଲା ଜିଲ୍ଲା ପ୍ରଶାସନ । ବନ୍ଦ ହେଲା ମାଲକାନଗିରି ଠାରୁ ଛତିଶଗଡ ସୁକୁମା, ଜଗଦଲପୁର ଓ ରାୟପୁର ମଧ୍ୟରେ ବସ ଚଳାଚଳ ।

ଆଜି ଠାରୁ ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ କୌଣସି ବସ ଛତିଶଗଡରୁ ମାଲକାନଗିରି ଆସି ପାରିବ ନାହିଁ ବୋଲି ମାଲକାନଗିରି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ଏମିତି କି ଆଜି ଠାରୁ ଛତିଶଗଡରୁ ମାଲକାନଗିରି ଫେରୁଥିବା ସମସ୍ତ ଲୋକଙ୍କୁ ବାଧ୍ୟତା ମୂଳକ ଭାବେ ସାତ ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ଏହା ସହ ମାଲକାନଗିରି ଜିଲ୍ଲାରୁ କେହି ବିନା କାରଣରେ ଆଉ ଛତିଶଗଡକୁ ଯାଇପାରିବେ ନାହିଁ । ଜିଲ୍ଲାରେ ନାଇଟ କର୍ଫ୍ୟୁ ସହ କଟକଣା ଜୋରଦାର କରାଯାଇଛି ।  ପଡୋଶୀ ରାଜ୍ୟ ଛତିଶଗଡରେ କରୋନାର ନୁଆ ଟ୍ରେଣ୍ଡ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

 ସୁକୁମା ମାଲକାନଗିରି ସିମାନ୍ତରେ ଲୋକଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ ଜିଲ୍ଲା ଭିତରେ ପ୍ରବେଶ କରିବା ଲାଗି ଅନୁମତି ଦିଆଯାଉଛି । ଏହା ସହ ଜିଲ୍ଲା ଭିତରେ ଚଳା ଚଳ କରୁଥିବା ସମସ୍ତ ଲୋକଙ୍କୁ ମାସ୍କ ଲଗାଇବା ବାଧ୍ୟତା ମୁଳକ କରାଯାଇଛି । ଦୋକାନ ବଜାର, ହୋଟେଲ, ରେଷ୍ଟୁରାଣ୍ଟ ଓ ଧାର୍ମିକ ଅନୁଷ୍ଠାନରେ ସାମାଜିକ ଦୁରତା ବଜାଇ ରଖିବା ସହ ସାନିଟାଇଜର ବ୍ୟବହାର କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

   Related Posts