ଛଟ୍ ଗୀତ ଗାଇଲେ ରାନୁ ମଣ୍ଡଳ, ମିନିଟ୍‌ରେ ହେଲା ଭାଇରାଲ୍, ୟୁଜର୍ସ ଦେଉଛନ୍ତି ଏପରି କମେଣ୍ଟ

Published By : Prameya-News7 Bureau | November 06, 2021 IST

ନୂଆଦିଲ୍ଲୀ ୦୬/୧୧: ଛଟ୍ ପାଇଁ ପ୍ରସ୍ତୁତି ସାରା ଦେଶରେ ଆରମ୍ଭ ହୋଇଯାଇଛି। ବିହାର, ଝାଡଖଣ୍ଡ ସମେତ କେତେକ ରାଜ୍ୟରେ ଏହି ପର୍ବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ପୂଜାରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯାଏ ଏବଂ ଛଟୀ ମାତାଙ୍କୁ ପୂଜା କରାଯାଏ। ପ୍ରତିବର୍ଷ ଛଟ୍ ପୂଜା ଅବସରରେ ଭୋଜପୁରୀର ପ୍ରସିଦ୍ଧ ଗାୟକମାନେ ସେମାନଙ୍କର ନୂଆ ଗୀତ ରିଲିଜ୍ କରନ୍ତି। ପୱନ ସିଂ, ଖେସରୀ ଲାଲ ଯାଦବ, ଅକ୍ଷରା ସିଂ, ଶରଦା ସିହ୍ନା ଛଟ୍ ଗୀତ ଗାଆନ୍ତି କିନ୍ତୁ ବର୍ତ୍ତମାନ ରାନୁ ମଣ୍ଡଳ ମଧ୍ୟ ଛଟ୍ ମା’ଙ୍କ ଗୀତ ଗାଇଛନ୍ତି।

wp:html /wp:html

ରାନୁ ମଣ୍ଡଳଙ୍କ ନାମରେ ପ୍ରସାରିତ ଏହି ଗୀତ ୟୁଟ୍ୟୁବରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ୟୁଟ୍ୟୁବ୍ ଚ୍ୟାନେଲରେ ମ୍ରିଦଙ୍ଗ ମ୍ୟୁଜିକ୍ ୱାର୍ଲ୍ଡ ନାମକ ଏକ ୟୁଟ୍ୟୁବର୍ ଅପଲୋଡ୍ କରିଛନ୍ତି। ଯଦିଓ ଏହି ଗୀତକୁ ରାନୁ ମଣ୍ଡଳ ଗାଇ ନାହାଁନ୍ତି କିନ୍ତୁ ଏହା ତାଙ୍କ ନାମରେ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି। ଏହି ଗୀତକୁ ଏପର୍ଯ୍ୟନ୍ତ ୯ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି। ଏହି ଗୀତରେ ରାନୁ ମଣ୍ଡଳ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରୁଥିବା ନଜର ଆସିଛନ୍ତି।

{"width":717,"height":484}
ranu mondal

ତେବେ କମେଣ୍ଟରେ ଅନେକ ୟୁଜର୍ସ ଏହା ମଧ୍ୟ କହିଛନ୍ତି ଯେ ଏହା ରାନୁ ମଣ୍ଡଳଙ୍କ ସ୍ୱର ନୁହେଁ। ଜଣେ ୟୁଜର୍ସ ଲେଖିଛନ୍ତି - କେବଳ ଲାଇକ୍ ଏବଂ କମେଣ୍ଟ ପାଇଁ ରାନୁ ମଣ୍ଡଳଙ୍କ ନାମ ଲେଖିବା ଠିକ୍ ନୁହେଁ। ଲୋକମାନେ ଏହି ଭିଡିଓରେ ରାନୁ ମଣ୍ଡଳଙ୍କୁ ଟ୍ରୋଲ କରିବାରେ ବ୍ୟସ୍ତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.