ଛଟ ପୂଜାରେ ଚପଲ ପିନ୍ଧି ପୂଜା କଲେ ରିଲ୍ ଲାଇଫର ରାମ, ଗୁରମିତଙ୍କୁ ଟ୍ରୋଲ କଲେ ୟୁଜର୍ସ...

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଳୀ ୧୨।୧୧ : ସବୁଆଡେ ଛଟ୍ ପୂଜା ବଡ଼ ଧୁମଧାମରେ ପାଳିତ ହୋଇଛି । ଟିଭି କଳାକାରଙ୍କ ଠାରୁ ଆରମ୍ଭ କରି ସିନେମା କଳାକାର ମାନେ ପାଳନ କରିଛନ୍ତି ଛଟ୍ ପୂଜା। ଏହାରି ଭିତରେ ଅଭିନେତା ଗୁରୁମିତ ଚୌଧୁରୀଙ୍କ ପତ୍ନୀ ଦେବିନା ମଧ୍ୟ ଛଟ୍‌ ପୂଜା କରିଛନ୍ତି । ଗୁରମିତ୍‌ ମଧ୍ୟ ତାଙ୍କ ସହ ଛଟ୍ ପୂଜା ପାଳନ କରିଛନ୍ତି । ଯାହାର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥି ପାଇଁ ତାଙ୍କୁ ଖୁବ୍‌ ଟ୍ରୋଲ କରାଯାଇଛି ।

{"id":542422,"sizeSlug":"full","linkDestination":"none"}

ତେବେ ତାଙ୍କର ଏହି ଫଟୋରେ ଗୁରୁମିତ ଚୌଧୁରୀ ଚପଲ ପିନ୍ଧି ପୂଜା କରୁଥିବାର ନଜର ଆସିଛନ୍ତି । ଯେତେବେଳେ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଦେଖିଥିଲେ। ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ଏବଂ ତାଙ୍କୁ ଠିକ୍ ଭାବରେ କେମିତି ପୂଜା କରାଯାଏ ତାହା ମଧ୍ୟ ଶିଖାଇବା ଆରମ୍ଭ କରି ଦେଇଥିଲେ । ତେବେ ଗୁରୁମିତଙ୍କ ଚପଲ ପିନ୍ଧି କିପରି ପୂଜା କରୁଛନ୍ତି । ଏହାକୁ ନେଇ ୟୁଜର୍ସଙ୍କୁ ପସନ୍ଦ ଆସିନାହିଁ । ଆଉ ଏହାକୁ ନେଇ ଅନେକ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.