ସଡ଼କ ଦୁର୍ଘଟଣାରେ ଥାଇଲ୍ୟାଣ୍ଡରେ ଯୁବତୀଙ୍କ ମୃତ୍ୟୁ, ମୃତ ଶରୀର ଆଣିବା ପାଇଁ କେହି କରୁ ନାହାନ୍ତି ସହଯୋଗ…

Published By : Prameya-News7 Bureau | October 10, 2019 IST

ଛତ୍ରପୁର୧୦|୧୦: ଥାଇଲ୍ୟାଣ୍ଡରେ ସଡ଼କ ଦୁର୍ଘଟଣାରେ ମଧ୍ୟ ପ୍ରଦେଶର ଛତ୍ରପୁର ଅଞ୍ଚଳର ଜଣେ ଯୁବତୀ ପ୍ରଜ୍ଞା ପାଲିଓ୍ବାଲଙ୍କ ମୃତ୍ୟୁ ହୋଇଛି। କିନ୍ତୁ ପ୍ରଜ୍ଞାଙ୍କ ମୃତ ଶରୀର ଭାରତକୁ ଆଣିବା ପାଇଁ କେହି ସହଯୋଗ କରୁ ନଥିବା କଥା ପରିବାର ଲୋକ ଅଭିଯୋଗ କରିଛନ୍ତି। ବେଙ୍ଗାଲୁରୁର ଏକ ଆଡ୍‌ଭେଞ୍ଚର କମ୍ପାନୀରେ ପ୍ରଜ୍ଞା କାମ କରୁଥିଲେ। କମ୍ପାନୀ ତରଫରୁ ଏକ ସେମିନାରରେ ଭାଗ ନେବା ପାଇଁ ପ୍ରଜ୍ଞାଙ୍କୁ ଥାଇଲ୍ୟାଣ୍ଡରୁ ନିମନ୍ତ୍ରଣ ମିଳିଥିଲା। ଅଫିସରୁ ଛୁଟି ନେଇ ଅକ୍ଟୋବର ୭ ତାରିଖରେ ପ୍ରଜ୍ଞା ବେଙ୍ଗାଲୁରୁରୁ ଥାଇଲ୍ୟାଣ୍ଡ ଯାଇଥିଲେ। ଅକ୍ଟୋବର ୧୦ ତାରିଖ ଅର୍ଥାତ ଆଜି ସେମିନାର ଆରମ୍ଭ ହେବା ପୂର୍ବରୁ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଛି।  

ଏନେଇ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ମୃତ ଯୁବତୀଙ୍କ ପରିବାରକୁ ସହାୟତା କରିବେ ବୋଲି କମଲନାଥ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଥାଇଲ୍ୟାଣ୍ଡର ଫୁକେଟ ସହର ଅଞ୍ଚଳରେ ସଡକ ଦୁର୍ଘଟଣାରେ ପ୍ରଜ୍ଞାଙ୍କ ମୃତୁ ହୋଇଛି। ପ୍ରଜ୍ଞା ମୃତ୍ୟୁ ଶରୀରକୁ ଭାରତ ଆଣିବା ଲାଗି ସେ କାମ କରୁଥିବା କମ୍ପାନୀ ସହଯୋଗ କରୁ ନାହିଁ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ୍ୟୁ ହେବା ପରେ ଏପର୍ଯ୍ୟନ୍ତ ପରିବାର ଲୋକଙ୍କ ପାଖରେ ପ୍ରଜ୍ଞାଙ୍କ ମୃତ ଶରୀର ପହଞ୍ଚି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.