ଆଜି ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର୍ ଯାତ୍ରା, ଭବାନୀପାଟଣା ସହରରେ ୧୪୪ ଧାରା ଜାରି

Published By : Prameya-News7 Bureau | October 24, 2020 IST

କଳାହାଣ୍ଡି ୨୪।୧୦: ଆଜି କଳାହାଣ୍ଡିର ମାଟ ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଆଜି ଭୋର ୫ଟା୨୩ ରେ ମା'ଙ୍କ ଛତର ଯାତ୍ରା ଆରମ୍ଭ ହୋଇ ୫ଟା ୫୦ ରେ ମନ୍ଦିରରରେ କରିଥିଲେ। କୋଭିଡ୍  କଟକଣା ଅନୁଯାଇ ବିନା ଜନସମାଗମ ରେ ମା' ଙ୍କ  ଛତର ଯାତ୍ରା ପାଳିତ ହୋଇଛି। ଭବାନୀପାଟଣା ସହରରେ ଏଥିପାଇଁ ୧୪୪ ଧାରା ଲାଗୁ କରାଯାଇଛି। ସହର ରେ ୧୩ ପ୍ଲାଟୁନ ପୋଲିସ ଫୋର୍ସ,୪ ପ୍ଲାଟୁନ ହୋମଗାର୍ଡ  ୮୦ ଜଣ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି। ସହର ରେ ୪ ଜଣରୁ ଅଧିକ ଏକତ୍ରିତ ରହିବାକୁ ବାରଣ କରାଯାଇଛି। ।

{"id":349756,"sizeSlug":"large"}

ମାଙ୍କ ପ୍ରତୀକ ଛତର ଅଷ୍ଟମୀ ମଧ୍ୟରାତ୍ର ରେ ନିଜ ମୂଳ ଆସ୍ଥାନ ମନ୍ଦିର ଠାରୁ ବାହାରି ଭବାନୀପାଟଣା ସହର  ଉପକଣ୍ଠ ଜେନାଖାଲ କୁ ନିଆଯାଇଥିଲା।  ମା ମାଣିକେଶ୍ବରୀଙ୍କ ଛତର ଯାତ୍ରା ରେ ଲକ୍ଷ ଲକ୍ଷ ଭକ୍ତ ଙ୍କ ସମାଗମରେ ପାଳିତ ହୋଇଥାଏ। ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ ପ୍ରଥମ ଥର ବିନା ଭକ୍ତଙ୍କ ସମାଗମ ରେ ଛତର ଯାତ୍ରା ଅନୁଷ୍ଠିତ ହେଉଛି । କୋଭିଡ୍ କଟକଣା ଯୋଗୁଁ ବର୍ଷକୁ ଥରେ ମା'ଙ୍କୁ ରାଜରାସ୍ତା ରେ ଗୁହାରୀ ରୁ ବଞ୍ଚିତ ଭକ୍ତ ନିରାଶ ହୋଇଛନ୍ତି । ହେଲେ କରୋନା କଟକଣା ପାଇଁ ପ୍ରଶାସନ ନିଷ୍ପତି କୁ ମାନି କରୋନା ମୁକ୍ତି ପାଇଁ ମା'ଙ୍କ ଠାରେ ଗୁହାରୀ ଜଣାଇଛନ୍ତି।

{"id":349757,"sizeSlug":"large"}

ଛତର ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ସମାଗମ ତଥା ଢୋଲ ତାସା ନିଶାନ ର ତାଳେ ମାଁଙ୍କୁ ପାଛୋଟି ଆଣିବା ର ଦୃଶ୍ୟ ଦେଖିବାକୁ ଭବାନୀପାଟଣା ସହର ଲୋକାରଣ୍ୟ ହୋଇଥାଏ। ହେଲେ ଚଳିତ ବର୍ଷ କରୋନା ଛତର ଯାତ୍ରାକୁ ଜନଶୂନ୍ୟ କରିଦେଇଛି। ସମସ୍ତଙ୍କ କେବଳ ମା'ଙ୍କ ନିକଟ ରେ ଗୁହାରୀ କରୋନା ରୁ ବିଶ୍ବ କୁ ରକ୍ଷା କର।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.