୧୩ରେ ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ସହରରେ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ୍

Published By : Prameya-News7 Bureau | October 11, 2021 IST

କଳାହାଣ୍ଡି ୧୧।୧୦: ଆସନ୍ତା ୧୩ତାରିଖ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୨, ୧୩, ୧୫ ତାରିଖରେ ଭବାନୀପାଟଣା ସହରରେ ପ୍ରବେଶ ଉପରେ କଟକଣା ଲଗାଯାଇଛି । କେବେଳ ଜରୁରୀକାଳୀନ ସେବାକୁ ଅନୁମତି ଦେଇଛି ପ୍ରଶାସନ ।

ସେହିପରି ଛତର ଯାତ୍ରା ଓ ଲାଖମରା ଯାତ୍ରା ସମୟରେ ସହରରେ ୧୪୪ ଧାରା ଲାଗୁ ରହିବ। ଭବାନୀପାଟଣା ଉପଜିଲ୍ଲାପାଳ ବିଶ୍ବଜିତ ଦାଶ ଙ୍କ କାର୍ଯ୍ୟାଳୟ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡ ସଂକ୍ରମଣ ଆଶଙ୍କାରେ ବିନା ଭକ୍ତରେ ପରମ୍ପରା ପାଳନ ପାଇଁ ପୁର୍ବରୁ ଘୋଷଣା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.