Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଛଟ ପୂଜାର ଅନ୍ତିମ ଦିନ, ନଦୀ ପଠାରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲେ ଶ୍ରଦ୍ଧାଳୁ

11/11/2021 at 8:38 AM

ଭୁବନେଶ୍ୱର ୧୧।୧୧:  କରୋନା କଟକଣା ମଧ୍ୟରେ ବିଭିନ୍ନ ସ୍ଥାନରେ ଛଟ ପାଳନ କରିଛନ୍ତି ଶ୍ରଦ୍ଧାଳୁ। ସୂର୍ଯ୍ୟ ଦେବଙ୍କ ଭଉଣୀ ହେଉଛନ୍ତି ଛଟ ମା । ପରିବାରର ମଙ୍ଗଳ ତଥା ସମାଜର ମଙ୍ଗଳ ପାଇଁ ଛଟ୍ ମାଙ୍କର ପୂଜାର୍ଚନାର ବିଧି ରହିଛି । ଆଜି ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରୁଛନ୍ତି ଶ୍ରଦ୍ଧାଳୁ । ଏହା ପରେ ଶେଷ ହେବ ଛଟ ପୂଜା ।

ବୁଧବାର ଅସ୍ତଗାମୀ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ପୁଜା କରିଛନ୍ତି ବ୍ରତଧାରୀ । ଝାରସୁଗୁଡା ସହରାଞ୍ଚଳର ବିଟିଏମ୍ କଲୋନୀ,  ବକ୍ସିଛକ, ବୁରୋମାଳ, ସରବାହଲ, ପୁରୁଣାବସ୍ତି ସମେତ ବ୍ରଜରାଜନଗର, ମଣ୍ଡଳିଆ, ବେଲପାହଡ ସହ ବନ୍ଧବାହାଲର ବିଭିନ୍ନ ଜଳାଶୟରେ ବିହାର ଓ ଉତ୍ତରପ୍ରଦେଶର ବାସିନ୍ଦା ଅସ୍ତଗାମୀ ସୂର୍ଯ୍ୟଙ୍କୁ ପୂଜା କରିଥିଲେ । ସେହିପରି ରାଉରକେଲାର ବିଭିନ୍ନ ନଦୀ ପଠାରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭି଼ଡ଼ ଦେଖିବାକୁ ମିଳିଥିଲା ।

   Related Posts