Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଆଜି ଛାଡ ଖାଇ ; ଆମିଷ ଦୋକାନରେ ଲାଗିଛି ଭିଡ, ଜାଣନ୍ତୁ ରାଜଧାନୀରେ କେତେ ରହିଛି ଦାମ୍

24/11/2018 at 10:25 AM

ଭୁବନେଶ୍ବର ୨୪|୧୧:   ଆଜି ଛାଡ ଖାଇ । ପବିତ୍ର କାର୍ତ୍ତିକ ପାଇଁ ମାଛ, ମାଂସ, ଅଣ୍ଡାକୁ ଥୁକୁଲ ପକାଇ ଦେଇଥିଲେ ଲୋକେ । ମାସେ ହେଲାଣି ପାଟିରେ ଟିକିଏ ଆମିଷ ପାଣି ବାଜିନି। କିନ୍ତୁ ଏଥର ଛାଡଖାଇ ଶନିବାର ପଡୁଥିବାରୁ ଅନେକଙ୍କ ମୁହଁ ଆମ୍ବିଳା । ଆଜି ଆମିଷ ବଜାରରେ ବେଶି ଭିଡ ଜମିବନି । ତଥାପି କିଛି ଆମିଷପ୍ରେମୀ ବାର ଅବାର ମାନିବେନି । ଛୋଟ ଆୟୋଜନ ହେଉ ପଛେ ଛାଡଖାଇ ପାଳିବେ ।ହେଲେ ଅସଲରେ ବଡ଼ ଛାଡଖାଇ ରବିବାର ଜମିବ । ମାର୍କେଟରୁ ମାଛ, ମାଂସ ଘରକୁ ବୁହା ହେବ । ଏଥିପାଇଁ ବି ବ୍ୟବସାୟୀ ବି ପ୍ରସ୍ତୁତ । ମଟନ, ମାଛ, ସବୁର ଭାଉ ବଢ଼ିଥିବାରୁ ଦାମ୍ ବି ଚଢ଼ା ରହିଛି ।

ଭୁବନେଶ୍ବରରେ ଆମିଷର ଚଢା ଦର ରହିଛି । ମଟନ୍ କିଲୋ ପ୍ରତି ୫୫୦ ଟଙ୍କା । ଚିକେନ୍ କିଲୋ ପ୍ରତି ୧୪୦ ଟଙ୍କା । ରୋହି ମାଛ କିଲୋ ପ୍ରତି ୨୦୦ ଟଙ୍କା । ଚିଙ୍ଗୁଡି କିଲୋ ପ୍ରତି ୪୨୦ ଟଙ୍କା । ଇଲିସି ମାଛ କିଲୋ ପ୍ରତି ୬୦୦ ଟଙ୍କା । କଙ୍କଡା କିଲୋ ପ୍ରତି ୧୮୦ ଟଙ୍କା । ଭାକୁଡ଼ ମାଛ କିଲୋ ପ୍ରତି ୧୬୦ ଟଙ୍କା ରହିଛି ।

   Related Posts