Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପ୍ରତିଦିନ ଏହି ଗଛର ୨ଟି ପତ୍ର ଚୋବାଇଲେ ଶରୀରର ହେବ ଅନେକ ରୋଗ ଦୂର

24/10/2019 at 4:30 PM

ଲେଉଟିଆ ଶାଗର ଅଦ୍ଭୁତ ଫାଇଦା ବିଷୟରେ ଅଧିକାଂଶ ଲୋକେ ଜାଣିନଥାନ୍ତି। ଏହି ଶାଗରେ ଭରପୁର ଔଷଧୀୟ ଗୁଣ ରହିଛି। ଲେଉଟିଆ ଶାଗର ପତ୍ରରେ ପ୍ରଚୁର ମାତ୍ରାର ପ୍ରୋଟୀନ, ଭିଟାମିନ ରହିଛି। ତେବେ ଏହି ଶାଗର ପତ୍ର ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ ଜାଣନ୍ତୁ। ଯଦି ଆଘାତ ପାଇବା ପରେ ଶରୀରର କୌଣସି ଯାଗା ଫୁଲିବାର ସମସ୍ୟା ଥାଏ ତାହେଲେ ଲେଉଟିଆ ପତ୍ରର ତେଲ ସେହି ସ୍ଥାନରେ ଲଗାଇଲେ ଫୁଲା କମିବା ସହ କଷ୍ଟ ଦୂର ହେବ।

ଲେଉଟିଆ ପତ୍ରରେ ଫିଟୋନ୍ୟୁଟ୍ରିଏନ୍ସ ନାମକ ତତ୍ତ୍ବ ଥାଏ ଯାହା ରକ୍ତଚାପ କମ କରିଥାଏ। ଏଥିପାଇଁ ରକ୍ତଚାପ ରୋଗରେ ଆକ୍ରାନ୍ତ ଥିବା ଲୋକେ ପ୍ରତିଦିନ ଏହି ଶାଗ ଖାଇବା ଜରୁରୀ। ଏହା ଦ୍ବାରା ଶରୀରକୁ ଅନେକ ଫାଇଦା ହୋଇଥାଏ। ଲେଉଟିଆ ଶାଗ ଖାଇଲେ ଶରୀରର ଟକ୍ସିକ୍‌ ବାହାରିଯାଏ।

ଏଥିପାଇଁ ଲେଉଟିଆ ଶାଗର ତରକାରୀ ବା ପତ୍ର ଖାଇବା ଉଚିତ୍‌। ଲେଉଟିଆ ପତ୍ର ସିଝାଇ ଏହାର ପାଣି ପିଇଲେ ଓଜନ କମେ । ଶରୀରର ଫାଇଦା ପାଇଁ ସକାଳେ ଉଠି ବାସି ମୁହଁରେ ଏହାର ୨ଟି ପତ୍ର ଖାଇବା ଜରୁରୀ। ଶରୀରରୁ ବିଭିନ୍ନ ପ୍ରକାରର ବର୍ଜ୍ୟ ବସ୍ତୁ ଏହାର ଦୁଇଟି ପତ୍ର ସେବନ କଲେ ବାହାରିଯାଇଥିଲା ।  ରକ୍ତଚାପକୁ ଏହା ନିୟନ୍ତ୍ରଣ କରିଥାଏ।

 

   Related Posts