ବ୍ରିସବେନ୍,୧୯/୦୧: ବ୍ରିସବେନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ସିରିଜର ଅନ୍ତିମ ଟେଷ୍ଟ ଖେଳାଯାଉଛି । ମ୍ୟାଚର ଶେଷ ଦିନରେ ଭାରତୀୟ ଷ୍ଟାର୍ ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ଅନେକ ଥର ଅଷ୍ଟ୍ରେଲିଆ ଦ୍ରୁତ ବୋଲରଙ୍କ ଶିକାର ହେବାକୁ ପଡିଛି । ପୂଜାରାଙ୍କୁ ଏହି ସମୟରେ ମୁଣ୍ଡ, କହୁଣୀ ଓ ହାତରେ ଆଘାତ ଲାଗିଛି । ଜୋସ୍ ହଜଲଉଡଙ୍କ ବଲରେ ୪୮.୨ ଓଭରରେ ପୂଜାରାଙ୍କ ହାତରେ ବଲ୍ ବାଜିଥିଲା । ଗୋଭସ୍ ପିନ୍ଧିବା ସତ୍ତ୍ୱେ ସେ କଷ୍ଟରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ଏବେ କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ସେୟାର କରାଯାଇଛି ।
ବଲଟି ଏତେ ଦ୍ରୁତ ଗତିରେ ଆସି ପୂଜାରାଙ୍କ ହାତରେ ବାଜିଥିଲା ଯେ, ସେ ଯନ୍ତ୍ରଣାରେ ଜର୍ଜରିତ ହୋଇ ପଡିଥିଲେ । ଏପରିକି ବ୍ୟାଟ୍ ପିଙ୍ଗି ଦେଇଥିଲେ । ଆହୁରି ମଧ୍ୟ ସେ ପଡିଆରେ ଶୋଇ ଯାଇଥିଲେ । ଆଜିଙ୍କ୍ୟ ରାହାଣେ ତାଙ୍କ ପାଖକୁ ଯାଇ ହାଲଚାଲ୍ ପଚାରିଥିଲେ । ତୁରନ୍ତ ଫିଜିଓ ଆସି ତାଙ୍କର ପରୀକ୍ଷା କରିଥିଲେ । ଏଥିପାଇଁ କିଛି ସମୟ ମ୍ୟାଚକୁ ରୋକିବାକୁ ହୋଇଥିଲା ।
wp:html/wp:htmlOuch! Pujara rips his glove off after copping one flush on the glove!
— cricket.com.au (@cricketcomau) January 19, 2021
Live #AUSvIND: https://t.co/qvYTMSiZsl pic.twitter.com/xXLuC0jcEa
ଭାରତ ପାଇଁ ସବୁଠୁ ଭଲ ଖବର ଯେ ପୂଜାରା କ୍ରିଜ ଚାଡିନଥିଲେ । ଏହାପୂର୍ବରୁ ଦଳର ସ୍କୋର ୧୩୨ ଥିବା ବେଳେ ଶୁଭମନ ଗିଲ୍ ୯୧ ରନ୍ କରି ଆଉଟ୍ ହୋଇଥିଲେ ।