ପୂଜାରା ଫ୍ଲପ୍ : ଗତ ୧୭ଟି ଇଂନିସ୍‌ରେ ଗୋଟିଏ ବି ଶତକ ହାସଲ କରିପାରିନାହାନ୍ତି, ଚିନ୍ତାରେ ଟିମ୍ ମ୍ୟାନେଜମେଣ୍ଟ୍

Published By : Prameya-News7 Bureau | December 27, 2020 IST

ନୂଆଦିଲ୍ଲୀ ୨୭/୧୨ : ଟେଷ୍ଟ୍ କ୍ରିକେଟ୍‌ରେ ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ବର ପୂଜାରାଙ୍କର ଖରାପ ଫର୍ମ ଜାରି ରହିଛି । ମେଲବର୍ଣ୍ଣରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇଂନିସରେ ପୂଜାରା ମାତ୍ର ୧୭ ରନକରି ଆଉଟ ହୋଇଯାଇଥିଲେ । ରାହୁଲ ଦ୍ରାବିଡ୍‌ଙ୍କ ଅବସର ପରେ ଟିମ୍ ଇଣ୍ଡିଆର ନୂଆ ‘ଦ-ଓ୍ବାଲ’ କୁହାଯାଉଥିବା ଚେତେଶ୍ବର ପୂଜାରାଙ୍କ ଖରାପ ଫର୍ମ ଦଳକୁ ଚିନ୍ତାରେ ପକାଇଛି । ଏହାର ପ୍ରଭାବ ଦଳର ମଧ୍ୟକ୍ରମ ଖେଳାଳୀଙ୍କ ଉପରେ ପଡୁଛି । ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍ ଟେଷ୍ଟ୍‌ରେ ପୂଜାରା ପ୍ରଥମ ପାଳିରେ ୪୩ ଓ ଦ୍ବିତୀୟ ପାଳିରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ।

{"id":383407,"sizeSlug":"large","linkDestination":"none"}

ପୂଜାରା ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । କ୍ରିଜ୍‌ରେ ଅଧିକ ସମୟ ରହୁଥିଲେ ମଧ୍ୟ ରନ୍ ବାହାର କରିବାରେ ସକ୍ଷମ ହେଉନାହାନ୍ତି ପୂଜାରା । ଦ୍ବିତୀୟ ଟେଷ୍ଟର ପ୍ରଥମ ଇଂନିସରେ ୭୦ ବଲରୁ ମାତ୍ର ୧୭ ରନ୍ ସଂଗ୍ରହ କରିଥିଲେ ପୂଜାରା । ସେହିଭଳି ଆଡିଲେଡ୍ ଟେଷ୍ଟରେ ୪୩ ରନ କରିବା ପାଇଁ ୧୬୦ ବଲ ଖେଳିଥିଲେ । ସେହି ମ୍ୟାଚର ଦ୍ବିତୀୟ ପାଳିରେ ୮ ଟି ବଲ ଖେଳି ଖାତା ଖୋଲିବାରେ ସକ୍ଷମ ହୋଇନଥିଲେ ଚେତେଶ୍ବର ପୂଜାରା ।

{"id":383408,"sizeSlug":"large","linkDestination":"none"}

ଏହାରି ମଧ୍ୟରେ ୩ ନମ୍ବର ସ୍ଥାନରେ ପୂଜାରାଙ୍କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି । ଭାରତ ପାଖରେ କେଏଲ ରାହୁଲଙ୍କ ଭଳି ଷ୍ଟାର ପ୍ଲେୟାର ଅଛନ୍ତି । ରାହୁଲ ଏବେ ଚମତ୍କାର ଫର୍ମ ଦେଇ ଗତି କରୁଛନ୍ତି । ଭାରତୀୟ ଟିମ ପାଇଁ ୩ ନମ୍ବର ସ୍ଥାନରେ ଲମ୍ବା ସମୟ ଧରି ବ୍ୟାଟିଂ କରିବାର କ୍ଷମତା ରାହୁଲଙ୍କ ନିକଟରେ ଅଛି । ଏହା ବାଦ ରାହୁଲ ଓ୍ବିକେଟ୍ କିପିଂ ମଧ୍ୟ କରିପାରନ୍ତି । ଯାହା ଦ୍ବାରା ଭାରତ ଜଣେ ଅଲରାଉଣ୍ଡର, ବୋଲର କିମ୍ବା ବ୍ୟାଟ୍ସମ୍ୟାନଙ୍କୁ ଦଳରେ ସାମିଲ କରିପାରିବ ।

{"id":383409,"sizeSlug":"large","linkDestination":"none"}

୩୨ ବର୍ଷିୟ ଚେତେଶ୍ବର ପୂଜାରା ଗତ ୧୭ ଟି ପାଳିରେ ଗୋଟିଏ ବି ଶତକ ହାସଲ କରିନାହାନ୍ତି । ଯାହାକି ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି । ଶେଷ ଥର ପାଇଁ ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ ଚେତେଶ୍‌ବର ପୂଜାରା । ଚଳିତ ବର୍ଷ ନ୍ୟୁଜିଲାଣ୍ଡ ଗସ୍ତରେ ମୋଟ ୪ଟି ଇଂନିସରେ ମାତ୍ର ୧୦୦ ରନ କରିଥିଲେ । ଭାରତ ଉକ୍ତ ସିରିଜକୁ ୨-୦ରେ ପରାସ୍ତ ହୋଇଥିଲା । ପୂଜାରା ନିଜ ଟେଷ୍ଟ କ୍ୟାରିୟରର ୭୮ଟି ମ୍ୟାଚରୁ ୫୮୮୩ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୮ ଟି ଶତକ ଏବଂ ୨୫ ଟି ଅର୍ଦ୍ଧଶତକ ସାମିଲ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.