Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବିସିସିଆଇ ସିଲେକ୍ସନ୍ କମିଟିରେ ଓଡିଶାର ଦେବାଶିଷ ମହାନ୍ତି, ଚେତନ ଶର୍ମା ହେଲେ ମୁଖ୍ୟ ଚୟନକର୍ତ୍ତା

24/12/2020 at 9:43 PM

ନୂଆଦିଲ୍ଲୀ ୨୪/୧୨ : ଭାରତୀୟ କ୍ରିକେଟ୍ ଟିମର ଚୟନକର୍ତ୍ତା ଘୋଷଣା କରିଛି ବିସିସିଆଇ । କ୍ରିକେଟ୍ ଉପଦେଷ୍ଟା କମିଟିର ସାକ୍ଷାତକାର ପ​‌ରେ ପୂର୍ବତନ କ୍ରିକେଟର ଚେତନ୍ ଶର୍ମାଙ୍କୁ ଚୟନ କମିଟି ମୁଖ୍ୟ ଭାବେ ଘୋଷଣା କରାଯାଇଛି । ତେବେ ଏହାରି ମଧ୍ୟରେ ଓଡିଶା ପାଇଁ ମଧ୍ୟ ଖୁସି ଖବର ରହିଛି । ଓଡିଶାର ପୂର୍ବତନ ଫାଷ୍ଟ୍ ବୋଲର ଦେବାଶିଷ ମହାନ୍ତିଙ୍କୁ ଚୟନ କମିଟି ପ୍ୟାନେଲ୍‌ରେ ସ୍ଥାନ ମିଳିଛି । ଦେବାଶିଷଙ୍କ ସମେତ ପୂର୍ବତନ ବୋଲର ଅଭୟ କରୁବିଲାଙ୍କୁ ମଧ୍ୟ ଚୟନ କମିଟିରେ ସ୍ଥାନ ମିଳିଛି ।

ଚୟନକର୍ତ୍ତା ହେବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ସାକ୍ଷାତକାର ନେଇଥିଲେ କ୍ରିକେଟ ଉପଦେଷ୍ଟା କମିଟି(CAC) । ପୂର୍ବତନ କ୍ରିକେଟର ମଦନ ଲାଲଙ୍କ ଅଧ୍ୟକ୍ଷତାରେ ସୁଏସି ଚେତନ ଶର୍ମାଙ୍କ ନାଁ କୁ ମୋହର ମାରିଛନ୍ତି । ବସିସିଆଇ ଗୁରୁବାର ଦିନ ପ୍ରେସ୍ ରିଲିଜ୍ ଜାରି କରି ଏହି ଘୋଷଣା କରିଛି ।

ପ୍ରେସ୍ ରିଲିଜ୍‌ ମୁତାବକ, ‘ ସିଏସି ଚେତନ ଶର୍ମା, ଦେବାଶିଷ ମହାନ୍ତି  ଏବଂ ଅଭୟ ଗୁରୁବିଲାଙ୍କୁ ଟିମ୍ ଇଣ୍ଡିଆର ଚୟନକର୍ତ୍ତା କମିଟି ସଦସ୍ୟ ଭାବେ ପାଇଁ ଘୋଷଣା କରାଗଲା ବୋଲି ଉଲ୍ଲେଖ ରହିଛି ’ । ତେବେ ବରିଷ୍ଠତା ଭିତ୍ତିରେ ଚେତନ ଶର୍ମାଙ୍କୁ ଚୟନକର୍ତ୍ତା ମୁଖ୍ୟ ଭାବେ ଘୋଷଣା କରାଯାଇଛି । ସିଏସି ଚୟନକର୍ତ୍ତାଙ୍କ କାର୍ଯ୍ୟକାଳର ବର୍ଷେ ପରେ ଏକ ସମୀକ୍ଷା କରିବେ । ତେବେ ଘୋଷଣା କରାଯାଇଥିବା ୩ ଜଣ ନୂଆ ସଦସ୍ୟ ସୁନୀଲ ଯୋଶୀ ଏବଂ ଅରବିନ୍ଦ ସିଂହଙ୍କ ସହିତ କାର୍ଯ୍ୟଭାର ସମ୍ଭାଳିବେ ।

   Related Posts