Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଚେତନ ଚୌହ୍ୱାନଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

16/08/2020 at 8:24 PM

ଲକ୍ଷ୍ନୌ, ୧୬|୦୮:   ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍ ତଥା ଉତ୍ତର ପ୍ରଦେଶ ସରକାରର ମନ୍ତ୍ରୀ ଚେତନ ଚୌହ୍ୱାନ ପ୍ରାଣ ହରାଇଛନ୍ତି । ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଯୋଗେ କହିଛନ୍ତି ଯେ, ଦଳରେ ତାଙ୍କର ଅନେକ ଯୋଗଦାନ ରହିଛି । ସେ ଜଣେ ଭଲ କ୍ରିକେଟର ଓ ରାଜନେତା ଥିଲେ । ଜନସେବାରେ ମଧ୍ୟ ସେ ଉତ୍କୃଷ୍ଟତା ପ୍ରତିପାଦନ କରିଛନ୍ତି । ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ପରିବାର ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଚେତନ ଚୌହ୍ୱାନଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍ ଯୋଗେ କହିଛନ୍ତି ଯେ, ଚେତନ ଚୌହ୍ୱାନ ନିଜ ଜୀବନରେ ପ୍ରଥମେ ଜଣେ ଖେଳାଳି ଓ ପରେ ଜନସେବକ ଭାବେ ଦେଶର ସେବା କରିଛନ୍ତି । ତାଙ୍କର ନିଧନ ଭାରତୀୟ ରାଜନୀତି ଓ କ୍ରିକେଟ ପାଇଁ ବହୁତ ବଡ କ୍ଷତି ।

ସେହିପରି କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଅନୁରାଗ ଠାକୁର ମଧ୍ୟ ଚେତନ ଚୌହ୍ୱାନଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ।

   Related Posts