ଭ୍ୟାକ୍‌ସିନକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ଚେତନ ଭଗତ, ଏମିତି ଜବାବ ଦେଲେ କ୍ବିନ୍ କଙ୍ଗନା

Published By : Prameya-News7 Bureau | April 28, 2021 IST

ନୂଆଦିଲ୍ଲୀ ୨୮/୪: ଲୋକପ୍ରିୟ ଇଂରାଜୀ ଔପନ୍ୟାସିକ ଚେତନ ଭଗତ ଦେଶରେ କରୋନା ସଙ୍କଟ ମଧ୍ୟରେ ଭ୍ୟାକସିନ୍‌ ଅଭାବକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମାରାଥନ ଟ୍ବିଟ୍‌ ମାଧ୍ୟମରେ ସେ ପ୍ରଶ୍ନ କରିଛନ୍ତି, ଯୁଦ୍ଧ ଭଳି ପରିସ୍ଥିତିରେ ଭ୍ୟାକସିନ୍‌ର ଅଭାବ ରହିଛି। କିନ୍ତୁ ଫାଇଜର ଏବଂ ମଡର୍ଣ୍ଣା ଭଳି ଭ୍ୟାକସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଗଲା ନାହିଁ। ଗୋଟିଏ ଟ୍ବିଟ୍‌ରେ ନାଁ ନନେଇ ଟାର୍ଗେଟ କରି ସେ ଲେଖିଛନ୍ତି, ଅଣବୈଜ୍ଞାନିକ ଲୋକ ଦେଶକୁ ବରବାଦ କରିଦେଉଛନ୍ତି।

ଚେତନ ଭଗତ ଟ୍ବିଟ୍‌ କରି ଲେଖିଛନ୍ତି, ‘ଅଣବୈଜ୍ଞାନିକ ଲୋକ କୌଣସି ବି ଦେଶକୁ ବରବାଦ କରିଦିଅନ୍ତି। ସେମାନଙ୍କୁ ନେଇ ଦେଶ କେତେ ଗର୍ବ କରୁ ନା କାହିଁକି।’ ଭଗତ ବୁଧବାର ନିଜର ପ୍ରଥମ ଟ୍ବିଟ୍‌ରେ ଲେଖିଛନ୍ତି, ଭ୍ୟାକସିନ୍‌ ଦେଶରେ କିମ୍ବା ବିଦେଶରେ ତିଆରି ହେଉ ନା କାହିଁକି,  ଯେତେ ଟଙ୍କା ଦେବାକୁ ପଡ଼ିଲେ ବି ଆମ ପାଖରେ ପର୍ଯ୍ୟାପ୍ତ ଭ୍ୟାକସିନ୍‌ ରହିବା ଦରକାର। ଆମକୁ ଦେଶର ଗଳି ଗଳିରେ ଟିକାକରଣ କ୍ୟାମ୍ପ ଲଗାଇବାକୁ ପଡ଼ିବ। ଏହା କଲେ ହିଁ ମହାମାରୀ ପାଖରୁ ରକ୍ଷା ପାଇବା।

wp:embed {"url":"https://twitter.com/chetan_bhagat/status/1387362969529602052","type":"rich","providerNameSlug":"twitter","responsive":true,"className":""}
https://twitter.com/chetan_bhagat/status/1387362969529602052
/wp:embed wp:embed {"url":"https://twitter.com/chetan_bhagat/status/1387316757497622530","type":"rich","providerNameSlug":"twitter","responsive":true,"className":""}
https://twitter.com/chetan_bhagat/status/1387316757497622530
/wp:embed

ଏହି ଟ୍ବିଟ୍‌ ପରେ ଚେତନ ଭଗତ ଭ୍ୟାକସିନକୁ ନେଇ ଗୋଟିଏ ପରେ ଗୋଟିଏ ଅନେକ ଟ୍ବିଟ୍‌ କରିଛନ୍ତି। ଏମିତି ଏକ ଟ୍ବିଟ୍‌ରେ ଭଗତ ଲେଖିଛନ୍ତି, ‘ଫାଇଜର ଏବଂ ମଡର୍ଣ୍ଣା ବେଷ୍ଟ ଭ୍ୟାକସିନ୍‌। ସେଗୁଡ଼ିକ ଡିସେମ୍ବର ୨୦୨୦ରୁ ମହଜୁଦ ଅଛି। ଏବେ ସୁଦ୍ଧା ଭାରତରେ କାହିଁକି ନୁହେଁ ? କଣ ଆମେ ସବୁଠୁ ଭଲ ଭ୍ୟାକସିନ୍‌ ପାଇଁ ଯୋଗ୍ୟ ନୁହଁନ୍ତି ? କଣ ଆମେ ପ୍ରତିରକ୍ଷା ଉପକରଣ ବିଦେଶରୁ କ୍ରୟ କରୁନାହାନ୍ତି ? କଣ ଏହା ଯୁଦ୍ଧ ଭଳି ପରିସ୍ଥିତି ନୁହେଁ କି ? ଭ୍ୟାକସିନ୍‌ କଣ କେବଳ ଏଠାରେ ତିଆରି ହେବା ଦରକାର ?’ ଏମିତି ଅନେକ ଟ୍ବିଟ୍‌ ଭଗତ କରିଛନ୍ତି।

wp:embed {"url":"https://twitter.com/chetan_bhagat/status/1387329056035811328","type":"rich","providerNameSlug":"twitter","responsive":true,"className":""}
https://twitter.com/chetan_bhagat/status/1387329056035811328
/wp:embed

ବଲିଉଡର କ୍ବିନ୍‌ କଙ୍ଗନା ରଣାଓ୍ବତ ଚେତନ ଭଗତଙ୍କୁ ଜବାବ ଦେଇଛନ୍ତି। ଫାଇଜର ଏବଂ ମଡର୍ଣ୍ଣା ଭ୍ୟାକସିନ୍‌ ଭଲ କହିଥିବା ଭଗତଙ୍କୁ ଟର୍ଗେଟ କରି କଙ୍ଗନା ଲେଖିଛନ୍ତି, ‘କିଏ କହିଲା ତାହା ବେଷ୍ଟ ? ମୋର କିଛି ବନ୍ଧୁ ଫାଇଜର ଭ୍ୟାକସିନ୍‌ ନେଇଛନ୍ତି। ସେମାନଙ୍କୁ ଜ୍ବର ଏବଂ ମୁହଁରେ କଷ୍ଟ ଅନୁଭବ ହୋଇଥିଲା। ଆପଣ କେବେ ଭାରତ ଏବଂ ଭାରତୀୟଙ୍କୁ ଘୃଣା କରିବା ଛାଡ଼ିବେ ? ଆମ ଭ୍ୟାକସିନ୍‌ର ବିଶ୍ବରେ ଚାହିଦା ରହିଛି ଏବଂ ଏବେ ଆତ୍ମନିର୍ଭର ଭାରତର ଅର୍ଥ ଇକୋନୋମିକୁ ଶକ୍ତି ଦେବା। ପୋକ ହେବା ବନ୍ଦ କରନ୍ତୁ।’

wp:embed {"url":"https://twitter.com/KanganaTeam/status/1387378876028841985","type":"rich","providerNameSlug":"twitter","responsive":true,"className":""}
https://twitter.com/KanganaTeam/status/1387378876028841985
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.