Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପେଟବ୍ୟଥା ନ କମିବାରୁ ବୈଦ୍ୟ ଦେଲେ ଚେରମୂଳି ଔଷଧ, ଖାଇଲା ପରେ ଚାଲିଗଲା ଜୀବନ

10/07/2021 at 8:56 AM

ପଟ୍ଟାଙ୍ଗି,୧୦/୦୯: ଦେଶୀ ଚେରମୂଳି ଔଷଧ ଖାଇ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ବଦଳିଆଗୁଡ଼ା ଗାଁର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ତୋଟାପାଡ଼ିଆ ଗୋପାଳ (୩୭) ।

ଗୋପାଳ ପ୍ରାୟ ୨ବର୍ଷ ହେଲା ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ବିଭିନ୍ନ ଡାକ୍ତରଖାନାକୁ ଯାଇ ଚିକିତ୍ସା ହେଉଥିଲେ । କିନ୍ତୁ ତାଙ୍କର ପେଟବ୍ୟଥା କମି ନଥିଲା । ତେଣୁ ଏକ ଦେଶୀ ବୈଦ୍ୟ ନିକଟରୁ କିଛି ଚେରିମୂଳି ଆଣି ଗୁରୁବାର ରାତି ଖାଲି ପେଟରେ ଖାଇଥିଲେ । ତାଙ୍କୁ ଭୀଷଣ ବ୍ୟଥା ହେବା ସହ ସେ ଅଚେତ ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ପଟ୍ଟାଙ୍ଗି ଗୋଷ୍ଠୀ ଚିକିତ୍ସାଳୟକୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରାବାର ଦିନ ଗୋପାଳଙ୍କ ମୃତ୍ୟୁ ଘଟିଥିଲା । ପୁଲିସ ଡାକ୍ତରଖାନାରେ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ।

   Related Posts