ଏବେ ଟଙ୍କା ପଇସା ନେଣଦେଣ ଡିଜିଟାଲ ହୋଇଗଲାଣି। ଲୋକେ ମଧ୍ୟ ନଗଦ ଟଙ୍କା ଦେବା ନେବା କରିବା ବଦଳେ କାର୍ଡ ଅଥବା ଚେକ୍ ରେ ପ୍ରଦାନ କରିବାକୁ ବେଶ ସୁରକ୍ଷିତ ମଣୁଛନ୍ତି। ତେବେ କେବେ କେବେ ଡିଜିଟାଲ ଟ୍ରାଞ୍ଜାକ୍ସନରେ ମଧ୍ୟ ଗଡବଡ ହେଉଛି। ଏଣୁ କେତେକ କ୍ଷେତ୍ରରେ ଚେକ୍ ବାଉଁନ୍ସ ହୋଇଯାଉଛି। ଚେକ୍ ବାଉଁନ୍ସ ହେଲେ ହୁଏ କଣ, କମିତି କରାଯାଏ ସମାଧାନ ସେ ସମ୍ପର୍କରେ ଆସନ୍ତୁ ଜାଣିବା ।
{"id":110967}ଚେକ ବାଉନ୍ସ ନେଇ ଏକ ଆଇନ ରହିଛି । ଏହି ଆଇନ ହେଉଛି ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ ୧୮୮୧। ଏହି ଆଇନର ଧାରା ୧୩୮ଅନୁସାରେ ଯଦି କାହାର ଆଡମିଟେଡ୍ ଲାୟବିଲିଟିଜ୍ ଅର୍ଥାତ ସ୍ବୀକୃତ ଦେନଦାରୀ ଥାଏ ଓ ଏଥି ପାଇଁ ସେ ଚେକ୍ ଜାରି କରିଥାନ୍ତି ଓ ତାହା ବାଉନ୍ସ ହୁଏ ତେବେ ଚେକ୍ ଜାରିକର୍ତ୍ତାଙ୍କ ବିରୋଧରେ ମୋକଦ୍ଦମା କରାଯାଇପାରେ। ତେବେ ସବୁ ବେଳେ ଚେକ୍ ବାଉନ୍ସ ହେଲେ ମୋକଦ୍ଦମା ରୁଜୁ ହୁଏ ନାହିଁ । ତେବେ କେଉଁ ପରିସ୍ଥିତିରେ ହୁଏ ସେ ନେଇ ଏଠାରେ ଏକ ଉଦାହରଣ ଦିଆଯାଇପାରେ । ଧରନ୍ତୁ ଆପଣଙ୍କର କେହି ବନ୍ଧୁ ଅସୁବିଧାରେ ପଡିଛନ୍ତି ଆଉ ଆପଣ ତାଙ୍କୁ ଉଧାର ସୂତ୍ରରେ କିଛି ଟଙ୍କା ଦେଇଛନ୍ତି । ସେ ତା ବଦଳରେ ଚେକ୍ ଦେଇଛନ୍ତି ଓ ଆପଣ ବନ୍ଧୁଙ୍କ ଦ୍ବାରା ନିର୍ଦ୍ଧାରିତ ସମୟ ସୀମା ଅନୁସାରେ ବ୍ୟାଙ୍କରେ ଚେକ୍ ଜମା କରିବା ପରେ ଯଦି ତାହା ବାଉନ୍ସ ହୁଏ ଓ ସେ ଟଙ୍କା ନ ଫେରାନ୍ତି ସେ କ୍ଷେତ୍ରରେ ଆପଣ ବନ୍ଧୁଙ୍କ ମୋକଦ୍ଦମା ରୁଜୁ କରିପାରିବେ। ଆପଣଙ୍କ ସହାୟତା ଏଠାରେ ଉଧାର ଭାବେ ପରିଗଣିତ ହୁଏ ଓ ଆଇନର ଧାରା ୧୩୮ ଅନ୍ତର୍ଗତ ହୋଇଯାଏ ।
{"id":110970}ଏଭଳି କ୍ଷେତ୍ରରେ ମୋକଦ୍ଦମା ରୁଜୁ ହୋଇ ପାରିବନି, ଯେଉଁଠାରେ ଆପଣ ସିକ୍ୟୁରିଟି ଆକାରରେ ଚେକ୍ ଜମା କରିଥାନ୍ତି। ଧରନ୍ତୁ ଆପଣ ବ୍ୟବସାୟ କରୁଛନ୍ତି କିଛି ସାମଗ୍ରୀ କ୍ରୟ ପାଇଁ ସିକ୍ୟୁରିଟି ଆକାରରେ ଚେକ୍ ଦେଇଛନ୍ତି । ଅପରପକ୍ଷ ନିର୍ଦ୍ଧାରିତ ସମୟରେ ଅର୍ଥ ପୈଠ ନ ହେଲେ ଯଦି ବ୍ୟବସାୟୀ ଚେକ୍ କୁ କ୍ୟାସ କରିବାକୁ ଚାହାନ୍ତି ଓ ତାହା ବାଉନ୍ସ ହୁଏ ସେକ୍ଷେତ୍ରରେ ଧାରା ୧୩୮ ଲାଗୁ ହୁଏ ନାହିଁ । ଏଣୁ ମୋକଦ୍ଦମା ରୁଜୁ ହୋଇ ପାରେନାହିଁ । କେବଳ ଏତିକି ନୁହେଁ ଯଦି ଅଗ୍ରୀମ ହିସାବରେ ଆପଣ ଚେକ୍ ଦେଇଥାନ୍ତି, ଯଦି କୌଣସି ଦାତବ୍ୟ ସଂସ୍ଥାକୁ ଦାନ ଚେକ୍ ଆକାରରେ ଦେଇଥାନ୍ତି ସେଭଳି କ୍ଷେତ୍ରରେ ଚେକ୍ ବାଉନ୍ସ ହେଲେ ମୋକଦ୍ଦମା ହୁଏ ନାହିଁ।
{"id":110971,"width":578,"height":216}ଯଦି ଚେକ୍ ବାଉନ୍ସ ହୁଏ ତେବେ ଏ ନେଇ ଅଚାନକ ମୋକଦ୍ଦମା ରୁଜୁ ହୁଏ ନାହିଁ । ଯିଏ ଚେକ୍ ଜାରି କରିଥାନ୍ତି ସେ ଏଥିପାଇଁ ୧୫ ଦିନ ମଧ୍ୟରେ ଟଙ୍କା ପୈଠ କରିବାକୁ ବାଧ୍ୟ ହୁଅନ୍ତି। ସେ ଚେକ୍ ବାଉନ୍ସ ଜନିତ କ୍ଷତି ସମେତ ସ୍ବୀକୃତ ଅର୍ଥ ପ୍ରଦାନ କରନ୍ତି । ଯଦି ସେ ନ କରନ୍ତି ତେବେ ଏ ନେଇ ତାଙ୍କୁ ରେଜିଷ୍ଟ୍ରେଡ ଡାକ ମାଧ୍ୟମରେ ଜଣାଇବା ଦରକାର । ଏହା ପରେ ବି ସେ ଅର୍ଥ ପୈଠ ନ କରନ୍ତି ତେବେ ତାଙ୍କ ବିରୋଧରେ ଆଇଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ।