କୋଲକାତା ବିପକ୍ଷରେ ଚେନ୍ନାଇର ରୋମାଞ୍ଚକର ବିଜୟ : ଶେଷ ବଲରେ ଜିତିଲା ଚେନ୍ନାଇ, ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂରେ ଚିତ୍‌ପଟାଙ୍ଗ କେକେଆର୍‌

Published By : Prameya-News7 Bureau | September 26, 2021 IST

ଦୁବାଇ ୨୬/୦୯ : ଇଣ୍ଡିଆନ ପ୍ରିମିୟର ଲିଗର ଆଜିର ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ରୋମାଞ୍ଚକର ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ୍‌ । ପ୍ରସିଦ୍ଧ କ୍ରିଷ୍ଣାଙ୍କ ଓଭର ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ ହୋଇଛି । ଶେଷ ୧୨ ବଲରୁ ଚେନ୍ନାଇ ୨୬ ରନ ଆବଶ୍ୟକ କରୁଥିବା ବେଳେ ପ୍ରସିଦ୍ଧଙ୍କ ୧୯ ତମ ଓଭରରେ ରନ ବର୍ଷା କରିଛନ୍ତି ଜାଡେଜା । ଜାଡେଜା ୮ ବଲରୁ ୨ଟି ଚୌକା ଏବଂ ୨ଟି ଛକା ସହାୟତାରେ ୨୨ ରନର ବିସ୍ଫୋରକ ଇନିଂସ ଚେନ୍ନାଇକୁ ରୋମାଞ୍ଚକର ବିଜୟ ଦେଇଛି ।  ଓପନିଂ ଯୋଡି ଋତୁରାଜ ଗାୟକଓ୍ବାଡ୍‌ ଏବଂ ଫାଫ୍‌ ଡୁ’ ଫ୍ଲେସିସ୍‌ ଚମତ୍କାର ଆରମ୍ଭ କରିଥିଲେ । ଋତୁରାଜ ବ୍ୟକ୍ତିଗତ ଭାବେ ୪୦ ଏବଂ ଫାଫ୍‌ ଡୁ ପ୍ଲେସିସ୍‌ ୪୩ ରନ କରି ଆଉଟ ହୋଇଥିଲେ ।

Image

ଅନ୍ୟମାନଙ୍କ ମଧ୍ୟରେ ମୋଇନ୍‌ ଅଲ୍ଲୀ ୩୨ରନ, ଅମ୍ବାତି ରାୟୁଡୁ ୧୧ ରନ କରି ଆଉଟ ହୋଇଥିଲେ । ଅଧିନାୟକ ଏମ୍‌ଏସ୍‌ ଧୋନୀ ମାତ୍ର ୧ ରନ, ସାମ କରନ ୪ ରନ, ଜାଡେଜା ୨୨ ରନ କରି ଆଉଟ ହୋଇଛନ୍ତି । ଦୀପକ ଚହର ୧ ଏବଂ ଶାର୍ଦ୍ଦୁଳ ଠାକୁର ୩ ରନ କରି ଅପରାଜିତ ଅଛନ୍ତି ।

କୋଲକାତା ପକ୍ଷରୁ ଲୋକି ଫର୍ଗ୍ୟୁସନ୍‌ ୪ ଓଭରରେ ୩୩ ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ, ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୨ ରନ ୧ ଓ୍ବିକେଟ, ଭେଙ୍କେଟସ୍‌ ଆୟର ୧ ଓଭରରେ ୫ ରନ, ସୁନୀଲ ନାରିନ୍‌ ୪ ଓଭରରେ ୪୧ ରନ ଦେଇ ୩ଟି ଓ୍ବିକେଟ୍‌, ଆ​‌େ​‌ନ୍ଧ୍ର ରସେଲ ୩ ଓଭରରେ ୨୮ ରନ ୧ ଓ୍ବିକେଟ୍‌, ପ୍ରସିଦ୍ଧ କ୍ରିଷ୍ଣା ୪ ଓଭରରେ ୪୧ ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି ।

wp:embed {"url":"https://twitter.com/IPL/status/1442128191112417280","type":"rich","providerNameSlug":"twitter","responsive":true}
https://twitter.com/IPL/status/1442128191112417280
/wp:embed

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୩୮ତମ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୋର୍ଗାନଙ୍କ କୋଲକାତା ନାଇଟ୍‌ ରାଇଡର୍ସ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୭୧ ରନ । ଦଳ ପକ୍ଷରୁ ରାହୁଲ ତ୍ରିପାଠୀ ଭଲ ଇନିଂସ ଖେଳିଥିଲେ । ଶେଷରେ ଦିନେଶ କାର୍ତ୍ତିକ ଏବଂ ନୀତିଶ ରାଣା ବିସ୍ଫୋରକ ବ୍ୟାଟିଂ କରି ଏକ ଫାଇଟିଂ ସ୍କୋର ଛିଡା କରିଥିଲେ । ଅନ୍ୟପଟେ ଲମ୍ବା ବ୍ୟାଟିଂ ଲାଇନ୍‌ ଅପ୍‌ ଥିବା ଚେନ୍ନାଇ ପୁଣି ଥରେ ପ୍ରମାଣିତ କରିଛି ।

କେକେଆର୍‌ ପକ୍ଷରୁ ଓପନିଂ ବ୍ୟାଟିଂ ଆସିଥିବା ଶୁଭମାନ ଗିଲ ଏବଂ ଭେଙ୍କେଟସ୍‌ ଆୟର ନିରାଶ କରିଥିଲେ । ଗିଲ ମାତ୍ର ୯ ନର କରି ଆଉଟ ହୋଇଥିବା ବେଳେ ଭେଙ୍କେଟସ ଆୟର ୧୮ ରନ କରି ଆଉଟ ହୋଇଥିଲେ । ସେହିଭଳି ରାହୁଲ ତ୍ରିପାଠୀ ଚମତ୍କାର ଇନିଂସ ଖେଳି ୪୫ରନର ଇନିଂସ ଖେଳିଥିଲେ । ଅଧିନାୟକ ଇୟନ ମୋର୍ଗାନ୍‌ ୮ରନ, ଆ​‌େ​‌ନ୍ଧ୍ର ରସେଲ ୨୦ ରନ, ଶେଷରେ ଦିନେଶ କାର୍ତ୍ତିକ ବିସ୍ଫୋରକ ବ୍ୟାଟିଂ କରି ୧୧ ବଲରୁ ୨୬ କରି ଆଉଟ ହୋଇଥିଲେ । ନୀତିଶ ରାଣା ୩୭ ଏବଂ ସୁନୀଲ ନାରିନ୍‌ ୦ ରନ ସଂଗ୍ରହ କରି ଅପରାଜିତ ଥିଲେ ।

ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଦୀପକ ଚହର ୪ ଓଭରରେ ୨୩ ରନ ଦେଇଥିବା ବେଳେ, ସାମ୍‌ କରନ ୪ ଓଭରରେ ୫୬ରନ, ଗୋସ ହେଜେଲଉଡ ୪ ଓଭରରେ ୪୦ ରନ ୨ ଓ୍ବିକେଟ୍‌, ଶାର୍ଦ୍ଦୁଳ ଠାକୁର ୪ ଓଭରରେ ୨୦ ରନ ୨ ଓ୍ବିକେଟ୍‌ ଏବଂ ରବୀନ୍ଦ୍ର ଜାଡେଜା ୪ ଓଭରରେ ୨୧ ରନ ଦେଇ ୧ ଓ୍ବିକେଟ ନେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.