Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଗବେଷକମାନେ ତିଆରି କଲେ ନୂତନ ମାସ୍କ : କରୋନା ଭାଇରସ୍ ସହ ବାରମ୍ବାର ଲଢ଼ିବାକୁ ହେବ ସକ୍ଷମ

31/03/2020 at 10:41 AM

ନୂଆଦିଲ୍ଲୀ ୩୧/୩: ଏବେ ଫେସମାସ୍କ ଧୁଆଯାଇପାରିବ। ଦେଶରେ ବଢ଼ୁଥିବା ଫେସମାସ୍କର ଦାବିକୁ ଧ୍ୟାନରେ ରଖି ଚେନ୍ନାଇର ଅନ୍ନା ୟୁନିଭର୍ସିଟିର ଗବେଷକମାନେ ଏପରି ଫେସମାସ୍କ ପ୍ରସ୍ତୁତ କରିଛନ୍ତି ଯାହାକୁ ଅନେକ ଥର ବ୍ୟବହାର କରାଯାଇପାରିବ। ଫେସମାସ୍କକୁ ପଲିଷ୍ଟର ଫେବ୍ରିକରେ ପ୍ରସ୍ତୁତ କରାଯାଇଛି,ଏହା ଖୁବ୍ ଶୀଘ୍ର ଉପଲବଧ କରାଯିବ।

ଏହି ନୂଆ ଫେସମାସ୍କକୁ ୨୦ଥର ଯାଏଁ ଧୁଆଯାଇପାରିବ। ଅନେକ ପ୍ରକାରର ମ୍ୟାଟେରିଆଲ୍ ଯାଞ୍ଚ ପରେ ପଲିଷ୍ଟରରେ ମାସ୍କ ପ୍ରସ୍ତୁତ କରିବାର ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ପ୍ରସ୍ତୁତ ହୋଇଥିବା ମାସ୍କରେ ନିଃଶ୍ବାସ ନେବା ସହଜ ଏବଂ ସହଜରେ ଧୁଆ ମଧ୍ୟ ହୋଇପାରିବ।

କଟନରେ ପ୍ରସ୍ତୁତ ହୋଇଥିବା ମାସ୍କ ନରମ ହୋଇଯାଇଥାଏ କିନ୍ତୁ ପଲିଷ୍ଟର ଫେବ୍ରିକ ଶୁଖିଲା ରହିଥାଏ। ଏହାକୁ ଯେକୌଣସି ସାବୁନରେ ଧୋଇ ପାରିବେ। ନୂଆ ମାସ୍କକୁ ଟ୍ରାୟଲ ଭାବେ ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯାଇଛି। ଆପ୍ରୁଭାଲ୍ ମିଳିଲେ ଏହାକୁ ବଡ଼ ସ୍ତରରେ ପ୍ରସ୍ତୁତ କରାଯିବ।

   Related Posts