Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଚେନ୍ନାଇରେ ପାନୀୟ ଜଳ ସଙ୍କଟ ଗୁରୁତର, ସ୍କୁଲ କଲେଜ ଛୁଟି ଘୋଷଣା କଲେ ସରକାର, କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ଆଇଟି କମ୍ପାନୀ

20/06/2019 at 3:22 PM

ଚେନ୍ନାଇ ୨୦।୬:  ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଜଳ ସଙ୍କଟ ଏବେ ଗୁରୁତର ରୂପ ଧାରଣ କରିଛି। ପାଣି ମୁନ୍ଦେ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଗୁରୁତର ଜଳ ସଙ୍କଟକୁ ଦୃଷ୍ଟିରେ ରଖି ଏଠାକାର ଆଇଟି କମ୍ପାନୀମାନେ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସ୍କୁଲ, କଲେଜ ଛୁଟି ଘୋଷଣା କରିସାରିଲେଣି ସରକାର। ତେବେ ସମୟ ପୂର୍ବରୁ ଜଳ ସଙ୍କଟର ମୁକାବିଲା ନିମନ୍ତେ ପୂର୍ବ ପ୍ରସ୍ତୁତି କରି ନଥିବାରୁ ମାଡ୍ରାସ ହାଇକୋର୍ଟ ରାଜ୍ୟ ସରକାରଙ୍କୁତୀବ୍ର ଭର୍ତ୍ସନା କରିଛନ୍ତି ।

ଗୁରୁତର ଜଳ ସଙ୍କଟର ମୁକାବିଲା ଲାଗି ସରକାର ଗ୍ରାମାଞ୍ଚଳରେ ଟୋକେନ ବ୍ୟବସ୍ଥା କରିଛନ୍ତି। ତେବେ ସହରରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିବାରୁ ସହର ଉପକଣ୍ଠରେ ରହୁଥିବା ଲୋକେ ନିଜ ଘର ଛାଡି ସହରଖୁ ଭଡା ଘର ଖୋଜି ପଳାଇଆସୁଛନ୍ତି। ଫଳରେ ସହରନିକଟବର୍ତ୍ତି ଗ୍ରାମାଞ୍ଚଳ ଏବେ ଜନଶୂନ୍ୟ ହେବାରେ ଲାଗିଛି।   ଏବେ ପାନୀୟ ଜଳ ସଙ୍କଟ ଏତେ ଗୁରୁତର ହୋଇଛି ଯେ ଗୋଟିଏ ଗୋଟିଏ ଟ୍ୟାଙ୍କର ଉପରେ ଶହଶହ ପରିବାର ନିର୍ଭର କରୁଛନ୍ତି।

ଜଳ ସଙ୍କଟ ଯୋଗୁ ଲୋକେ ଚେନ୍ନାଇ ଛାଡୁଥିବାରୁ ଅନେକ ଲୋକ ରୋଜଗାର ହରାଇବା ଭଳି ପରିସ୍ଥିତି ଉପୁଜିଛି। ଭୂତଳ ଜଳସ୍ତର ହ୍ରାସ ଯୋଗୁ ସମସ୍ୟା ଗୁରୁତର ରୂପ ଧାରଣ କରିଥିବା ବେଲେ ରାଜ୍ୟରେ ଉପୁଜିଥିବା ଜଳ ସଙ୍କଟ କିଛି ଲୋକଙ୍କ ପାଇଁ ଏବେ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି। ଗୋଟିଏ ବାଲଟି ପାଣିକୁ ଲୋକେ ୨୦ ଟଙ୍କା ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି। ଖୋଲା ପାଣି ବାଲ୍ଟି ସହରକୁ ଯୋଗାଇ ଦିଆଯାଉଥିବା ଜଳ ଯୋଗାଣ ପାଇପଲାଇନରେ ଲିକ୍ ରୁ ସଂଗୃହୀତ ହେଉଛି। ଏଣୁ ଏଭଳି ପାନୀୟ ଜଳ ପରବର୍ତ୍ତି ସମୟରେ ସ୍ୱାସ୍ଥ୍ୟ ସମସ୍ୟାର କାରଣ ନ ହେବା ତାହା ଏବେ ଠାରୁ କହି ହେବ ନାହିଁ।  

   Related Posts