Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜସ୍ଥାନକୁ ୪୫ ରନରେ ହରାଇଲା ଚେନ୍ନାଇ, ପଏଣ୍ଟ ଟେବୁଲ୍‌ର ଦ୍ଵିତୀୟ ସ୍ଥାନରେ ପହଞ୍ଚିଲା ଧୋନୀ ବାହିନୀ

19/04/2021 at 11:18 PM

ମୁମ୍ବାଇ ୧୯।୦୪:  ବ୍ୟାଟସମ୍ୟାନ ଏବଂ ବୋଲରଙ୍କ ଦମଦାର ପ୍ରଦର୍ଶନ ଦମ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସର ଆଇପିଏଲ୍‌ର ୧୨ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୪୫ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଚେନ୍ନାଇ ତୃତୀୟ ମ୍ୟାଚ୍‌ରୁ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ସେହି ସମାନ ମ୍ୟାଚ୍‌ରୁ ରାଜସ୍ଥାନ ରୟାଲ୍ସ ଦ୍ଵିତୀୟ ପରାଜୟ ଭୋଗିଛି। ବଡ ବ୍ୟବଧାନର ବିଜୟ ସହ ଚେନ୍ନାଇ ସୁପରକିଙ୍ଗ୍ସ ପଏଣ୍ଟ ଟେବୁଲ୍‌ର ଦ୍ଵିତୀୟ ସ୍ଥାନରେ ପହଞ୍ଚିଛି। ଏହି ବିଜୟରେ ମୋଇନ ଅଲ୍ଲୀ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ବ୍ୟାଟ୍‌ରେ ୨୬ ରନ କରିବା ସହ ବୋଲିଂରେ ୩ ଓ୍ଵିକେଟ୍ ନେଇଛନ୍ତି।

ପ୍ରଥମେ ବ୍ୟାଟିଂ କରି ବ୍ୟାଟସମ୍ୟାନଙ୍କ ଉପଯୋଗୀ ଯୋଗଦାନ ବଳରେ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୮୮ ରନ କରିଥିଲା। ଦଳ ପକ୍ଷରୁ ଡୁ ପ୍ଲେସିସ୍‌ ସର୍ବାଧିକ ୩୩ ରନ କରିଥିଲେ। ଜବାବରେ ରାଜସ୍ଥାନ ରୟାଲ୍ସ ବ୍ୟାଟିଂ ବିଫଳତା ଯୋଗୁଁ ୯ ଓ୍ଵିକେଟ୍ ହରାଇ ୧୪୩ ରନ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ଜୋସ୍ ବଟଲର ସର୍ବାଧିକ ୪୯ ରନ କରିଥିଲେ। ଚେନ୍ନାଇ ପକ୍ଷରୁ ମୋଇନ ଅଲ୍ଲୀ  ମାତ୍ର ୭ ରନ ଦେଇ ୩ ସଫଳତା ପାଇଛନ୍ତି। ରବୀନ୍ଦ୍ର ଜାଡେଜା ଓ ସାମ କରନଙ୍କୁ ୨ଟି ଲେଖାଏଁ ଓ୍ଵିକେଟ୍ ମିଳିଛି।

୧୮୯ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ରାଜସ୍ଥାନ ରୟାଲ୍ସ ତରଫରୁ ଜୋସ୍ ବଟଲରଙ୍କ ଛାଡି ଦେଲେ ଆଉ କୌଣସି ବ୍ୟାଟସନ୍ୟାନ ଚେନ୍ନାଇ ବୋଲରଙ୍କ ମୁକାବିଲା କରି ପାରିନଥିଲେ। ବିଶେଷ କରି ମୋଇନ ଅଲ୍ଲୀ ଓ ରବୀନ୍ଦ୍ର ଜାଡେଜା ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ବଟଲର ୩୫ ବଲ୍‌ରୁ ୫ ଚୌକା ୨ ଛକା ସହ ୪୯ ରନ କରି ଜାଡେଜାଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଏହା ପରେ ରାଜସ୍ଥାନ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବିଜୟଠୁ ବହୁ ଦୂରରେ ରହି ଯାଇଥିଲା। ନିର୍ଦ୍ଧାରିତ ଓଭରରେ ରାଜସ୍ଥାନ ୯ ଓ୍ଵିକେଟ୍ ହରାଇ ୧୪୩ ରନ କରିଥିଲା। ଶେଷ ଆଡକୁ ରାହୁଲ ତେଓ୍ଵତିଆ ୨୦ ଓ ଜୟଦେବ ଉନାଦକତ ୨୪ ରନ କରିଥିଲେ।

   Related Posts