Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆଇପିଏଲରେ ଚେନ୍ନାଇର ଦବଦବା ଜାରି, ଦିଲ୍ଲୀକୁ ହରାଇ ନବମ ଥର ଫାଇନାଲ୍‌ରେ ପହଞ୍ଚିଲା ଧୋନୀ ବାହିନୀ

10/10/2021 at 11:19 PM

ଦୁବାଇ ୧୦।୧୦: ପ୍ରଥମ କ୍ଵାଲିଫାୟରରେ ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ ଦେଲା ଚେନ୍ନାଇ ସୁପରକିଙ୍ଗ୍ସ। ଦିଲ୍ଲୀକୁ ୪ ଓ୍ଵିକେଟ୍‌ରେ ହରାଇ ରେକର୍ଡ ନବମ ଥର ଆଇପିଏଲର ଫାଇନାଲ୍‌ରେ ପ୍ରବେଶ କରିଛି ଚେନ୍ନାଇ। ଦଳ ଶେଷ ଥର ଆଇପିଏଲ ୨୦୧୯  ଫାଇନାଲ୍‌ରେ ପ୍ରବେଶ କରିଥିଲା। ଋତୁରାଜ ଗାଏକଓ୍ଵାଡ ଏବଂ ରବିନ ଉଥପ୍ପାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଚେନ୍ନାଇ ଏହି ବଡ  ବିଜୟ ହାସଲ କରିଛି। ଶେଷ ଓଭରରେ ୧୩ ରନ ଦରକାର ଥିବା ବେଳେ ମହେନ୍ଦ୍ର ସିଂହ ଧୋନୀ  ଚୌକା ମାରି ଦଳକୁ ଜିତାଇଛନ୍ତି।  ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ପୃଥ୍ଵୀ ଶ(୬୦) ଏବଂ ଅଧିନାୟକ ଋଷଭ ପନ୍ତଙ୍କ ଅପରାଜିତ ୫୧ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୭୨ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା। ଜବାବରେ ଋତୁରାଜଙ୍କ ୭୦ ଏବଂ ରବିନ ଉଥପ୍ପାଙ୍କ ୬୩ ରନ ବଳରେ ଚେନ୍ନାଇ ୧୯.୩ ଓଭରରେ ୬ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଧୋନୀ ୬ ବଲ୍‌ରୁ ୧୮ ରନ କରି ଦଳକୁ ବିଜୟୀ କରାଇଛନ୍ତି। ଅନ୍ୟପଟେ ପରାଜିତ ଦିଲ୍ଲୀ ଏଲିମିନେଟର ମ୍ୟାଚ୍‌ରେ ବିଜୟୀ ଦଳ ସହ ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍ ଖେଳିବ।

   Related Posts