Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଆଇପିଏଲ ୨୦୨୧: ମୁମ୍ଵାଇ ଇଣ୍ଡିଆନ୍ସକୁ ହରାଇଲେ ଋତୁରାଜ ଗାଏକଓ୍ଵାଡ୍, ଶୀର୍ଷରେ ପହଞ୍ଚିଲା ଚେନ୍ନାଇ ସୁପର କିଙ୍ଗ୍ସ

19/09/2021 at 11:25 PM

ଦୁବାଇ ୧୯।୦୯: ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହୋଇ ଯାଇଛି। ଆଉ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ସୁପରକିଙ୍ଗ୍ସ। ଋତୁରାଜ ଗାଏକୋଓ୍ଵାଡଙ୍କ ଚମତ୍କାର ଅପରାଜିତ ଅର୍ଦ୍ଧଶତକ ବଳରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଚେନ୍ନାଇ ୮ଟି ମ୍ୟାଚ୍‌ରୁ ୬ ବିଜୟ ଏବଂ ୧୨ ପଏଣ୍ଟ ସହ ତାଲିକାର ଶୀର୍ଷକୁ ଉଠିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ବ୍ୟାଟିଂ ବିପର୍ଯ୍ୟୟ  ଭୋଗିଥିଲେ ବି ଋତୁରାଜଙ୍କ ୮୮ ରନର ଅପରାଜିତ ଇନିଂସ ବଳରେ ୬ ଓ୍ଵିକେଟ୍ ହରାଇ ୧୫୬ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ  ୮ ଓ୍ଵିକେଟ୍ ହରାଇ ୧୩୬ ରନ କରିବାକୁ ସକ୍ଷମ ହୋଇଛି। ସୌରଭ ତିଓ୍ଵାରୀଙ୍କ ଅପରାଜିତ ୫୦ ରନ ମୁମ୍ବାଇକୁ ପରାଜୟରୁ ବଞ୍ଚାଇ ପାରିନାହିଁ। ଚେନ୍ନାଇ ପକ୍ଷରୁ ଡ୍ଵେନ ବ୍ରାଭୋ ସର୍ବାଧିକ ୩ ଓ୍ଵିକେଟ୍ ନେଇଛନ୍ତି।

୧୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମୁମ୍ଵାଇକୁ ୧୮ ରନରେ ପ୍ରଥମ ଝଟକା ଲାଗିଥିଲା। ଡିକକ୍(୧୭) ଦୀପକ ଚହରଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଏହା ପରେ ପଦାର୍ପଣ ମ୍ୟାଚ୍ ଖେଳିଥିବା ଅନମୋଲପ୍ରତ ସିଂହ ଭଲ ସଟ୍ ଖେଳିଥିଲେ ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ସେ ୧୬ ରନ କରି ଦୀପକ ଚହରଙ୍କ ଶିକାର ହୋଇଥିଲେ। ହେଲେ ୩୭ ରନ ସ୍କୋରରେ ସୂର୍ଯ୍ୟକୁମାର ଯାଦବ(୩) ଆଉଟ୍  ହେବା ମୁମ୍ଵାଇକୁ ଜୋରଦାର ଝଟକା ଲାଗିଥିଲା। ପୁଣି ଇଶାନ କିଶନ(୧୧) ୫୮ ରନ ସ୍କୋରରେ ପାଭିଲିୟନ ଫେରିଥିଲେ। ଅଧିନାୟକ କିରଣ ପୋଲାର୍ଡ(୧୫) ଦଳକୁ ନିରାଶ କରିଥିଲେ। ସୌରଭ ତିଓ୍ଵାରୀ କ୍ରିଜରେ ଜମି ରହିଥିଲେ ବି ଅନ୍ୟପଟେ ଓ୍ଵିକେଟ୍ ଖସିବା ସହ ରନ ଗତି ଧିମେଇ ଯାଇଥିଲା। ଶେଷ ଆଡକୁ ଆଡମ ମିଲନେ(୧୫) ଶେଷ ଓଭରରେ ଆଉଟ୍ ହୋଇଥିଲେ। ସୌରଭ ତିଓ୍ଵାରୀ ୬୦ ରନ କରି ଅପରାଜିତ ଥିଲେ। ନିୟମିତ  ବ୍ୟବଧାନରେ ଓ୍ଵିକେଟ୍ ହରାଇ ଶେଷରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍  ହରାଇ ୧୩୬ ରନ କରିଥିଲା।

ଚେନ୍ନାଇ ପକ୍ଷରୁ ଡ୍ଵେନ  ବ୍ରାଭୋ ୩ ଏବଂ ଦୀପକ ଚହର ୨ଟି ଓ୍ଵିକେଟ୍ ନେଇଛନ୍ତି।

ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଚେନ୍ନାଇ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିପାରିଥିଲା। ଚେନ୍ନାଇ ପକ୍ଷରୁ ଋତୁରାଜ ଗାୟକ୍ବାଡ ଓପନିଂ ଆସି ୮୮ ରନ କରି ଅପରାଜିତ ଥିବା ବେଳେ,  ଡୁ ପ୍ଲେସି ଏବଂ ମୋଇନ୍‌ ଅଲ୍ଲୀ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଅମ୍ବାତୀ ରାୟୁଡୁ ଖାତା ଖୋଲିବା ପୂର୍ବରୁ ଆହତ ହୋଇ ରିଟାୟର୍ଡ ହର୍ଟ ହୋଇଥିଲେ । ସୁରେଶ ରାଇନା ୪, ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୩, ରବୀନ୍ଦ୍ର ଜାଡେଜା ୨୬ ରନ କରି ଆଉଟ ହୋଇଥିଲେ । ଡ୍ବେନ୍‌ ବ୍ରାଭୋ ୮ ବଲରୁ ବିସ୍ଫୋରକ ୨୩ ରନ ଇନିଂସ ଖେଳିଥିଲେ।

   Related Posts