Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଆଇପିଏଲ ୨୦୨୧ରେ ପ୍ଲେଅଫ୍‌ରେ ପହଞ୍ଚି ପାରିବ ନାହିଁ ଚେନ୍ନାଇ ସୁପରକିଙ୍ଗ୍ସ, ଏମିତି ଦାବି କଲେ ୩ ପୂର୍ବତନ ଖେଳାଳି

7/04/2021 at 9:21 PM

ନୂଆଦିଲ୍ଲୀ ୦୭।୦୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୩ଶ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶଜନକ ଥିଲା। ଟୁର୍ଣ୍ଣାମେଣ୍ଟର ଇତିହାସରେ ଦଳ ପ୍ରଥମ ଥର ପ୍ଲେ ଅଫ୍‌ରେ ପ୍ରବେଶ କରି ପାରିନଥିଲା। ଧୋନୀଙ୍କ ନେତୃତ୍ଵରେ ଚେନ୍ନାଇ ସୁପରକିଙ୍ଗ୍ସଙ୍କ ଦଳ ତାଲିକାରେ ସପ୍ତମ ସ୍ଥାନରେ ରହି ନିଜର ଅଭିଯାନ ସମାପ୍ତ କରିଥିଲା। ଉଲ୍ଲେଖନୀୟ, ଆଇପିଏଲ ୨୦୨୧ରେ ମଧ୍ୟ ଚେନ୍ନାଇ ସୁପରକିଙ୍ଗ୍ସକୁ ହାଲୁକାରେ ନିଆଯାଉଛି। ଏହା ଉପରେ ଭାରତୀୟ  କ୍ରିକେଟ୍ ଦଳର ତିନି ପୂର୍ବତନ କ୍ରିକେଟର ବଡ ବୟାନ ଦେଇଛନ୍ତି।

ଗୌତମ ଗମ୍ଭୀର, ଆକାଶ ଚୋପ୍ରା ଓ ସଞ୍ଜୟ ମଞ୍ଜେକର ଇଏସପିଏନ କ୍ରିକଇନଫୋ ସହିତ ଆଲୋଚନା ବେଳେ କହିଛନ୍ତି ଯେ, ଚଳିତ ସିଜିନ୍‌ରେ ମଧ୍ୟ ଚେନ୍ନାଇ ସୁପରକିଙ୍ଗ୍ସ ପ୍ଲେଅଫ୍ ପର୍ଯ୍ୟନ୍ତ ପହଞ୍ଚି ପାରିବ ନାହିଁ। ଗମ୍ଭୀର କହିଛନ୍ତି, ଏହି ସିଜିନରେ ସିଏସକେ ପଞ୍ଚମ ସ୍ଥାନରେ ରହିବ। ସେହି ପରି ଆକାଶ ଚୋପ୍ରା ଓ ମଞ୍ଜେକରଙ୍କ ମତରେ ଚେନ୍ନାଇ ଶୀର୍ଷ ୪ରେ ପହଞ୍ଚି ପାରିବ ନାହିଁ।

ଆକାଶ ଚୋପ୍ରା କହିଛନ୍ତି, ଚେନ୍ନାଇ ସୁପରକିଙ୍ଗ୍ସର ଗତ ସିଜିନ୍‌ର ପ୍ରଦର୍ଶନରେ ସୁଧାର ଆଣିପାରେ ମାତ୍ର ପ୍ଲେଅଫ୍‌ରେ  ପ୍ରବେଶ କରିବା ଦଳପକ୍ଷେ ମୁସ୍କିଲ। ଅନ୍ୟପଟେ ଓ୍ଵେଷ୍ଟଇଣ୍ଡିଜର ପୂର୍ବତନ ଦିଗ୍‌ଜ ଦ୍ରୁତ ବୋଲର ତଥା ପ୍ରସିଦ୍ଧ ଭାଷ୍ୟକାର ଇଆନ ବିଶପ ଚେନ୍ନାଇ ସୁପରକିଙ୍ଗ୍ସ ଉପରେ ଆଶା ରଖିଛନ୍ତି। ସେ କହିଛନ୍ତି ଯେ, ଚେନ୍ନାଇ ପ୍ଲେଅଫ୍‌ରେ ନିଶ୍ଚୟ ପହଞ୍ଚିବ ଏବଂ ଦଳ ଚତୁର୍ଥ ସ୍ଥାନରେ ରହିବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ଚେନ୍ନାଇ ସୁପରକିଙ୍ଗ୍ସ ଏହି ସିଜିନ୍ ପାଇଁ ଅନେକ ଭଲ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିଛି। ୧୪ଶ ସଂସ୍କରଣରେ ସୁରେଶ ରୈନାଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଦଳରେ କୃଷ୍ଣପା ଗୌତମ ଓ ମୋଇନ ଅଲ୍ଲୀଙ୍କ ପରି ଖେଳାଳି ଅଛନ୍ତି।

   Related Posts