Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ବାଜିଲା IPL ବିଗୁଲ: ଉଦ୍‌ଘାଟନୀ ମ୍ୟାଚ୍‌ରେ ଟସ୍ ଜିତି ଚେନ୍ନାଇ ସୁପରକିଙ୍ଗ୍ସର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ରୋହିତ ବାହିନୀ

19/09/2020 at 7:15 PM

ଆବୁଧାବି ୧୯।୦୯: ସବୁ କଳ୍ପନା  ଜଳ୍ପନାର ଅନ୍ତ ଘଟିଲା, ଆଉ ବାଜିଲା ଆଇପିଏଲର ୧୩ଶ ସଂସ୍କରଣ ବିଗୁଲ। ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ ପାଇଁ ଧୋନୀ ଆମନ୍ତ୍ରଣ କରିଛନ୍ତି। ଏହି ମ୍ୟାଚ୍ ଭାରତୀୟ ସମୟ ରାତି ୭ଟା ୩୦ରେ ଆରମ୍ଭ ହେବ।

କରୋନା ସଂକ୍ରମଣ କାରଣରୁ ପ୍ରଥର ଥର ବିନା ଦର୍ଶକରେ ଆପଇିଏଲ ଖେଳା ଯାଉଛି। ଦୀର୍ଘ ସାଢେ ୬ ମାସ ପରେ କ୍ରିକେଟ୍‌ ପ୍ରେମୀଙ୍କୁ ଫଟାଫଟ୍ କ୍ରିକେଟ୍‌ର ମଜା ବିଶ୍ଵର ଧନଶାଳୀ ଏବଂ ଲୋକପ୍ରିୟ ଏହି ଟି-୨୦ ଲିଗ୍‌ରେ ଉଠାଇବେ। ଚେନ୍ନାଇ ଦଳରେ ବିଦେଶୀ ଖେଳାଳି ଭାବେ ସେନ ଓ୍ଵାଟସନ, ଫାଫ ଡୁପ୍ଲେସିସ୍, ସାମ କରନ ଓ ଲୁଙ୍ଗି ଏନଗିଡି ରହିଛନ୍ତି। ସେହି ପରି ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ କ୍ଵିଣ୍ଟନ ଡିକକ୍, କିରଣ ପୋଲାର୍ଡ, ଜେମ୍ସ ପାଟିନସନ ଓ ଟ୍ରେଣ୍ଟ ବୋଲ୍ଟ ରହିଛନ୍ତି।

ଚେନ୍ନାଇରେ ଅଛନ୍ତି ଅନୁଭବୀ କ୍ରିକେଟ୍‌ର

ଚେନ୍ନାଇ ଟିମ୍‌ ବୟସ୍କ ଖେଳାଳି ଥିଲେ ମଧ୍ୟ ଏହି ଟିମ୍ ସାବ୍ୟସ୍ତ କରି ସାରିଛି ଯେ, ସଫଳତା ଓ ପ୍ରତିଭା ଉପରେ ବୟସର ମହତ୍ଵ ନଥାଏ। ବରିଷ୍ଠ ଖେଳାଳି ସେନ ଓ୍ଵାଟସନ, ଡ୍ଵେନ ବ୍ରାଭୋ, ଫାଫ୍ ଡୁପ୍ଲେସି୍‌ ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଶତ ପ୍ରତିଶତ ଦଳକୁ ଦେଇଛନ୍ତି ଏବଂ ଏଥର ମଧ୍ୟ ଦେବାକୁ ଯଥା ସମ୍ଭବ ଉଦ୍ୟମ କରିବେ।

ଏମିତି ରହିଛି ଚେନ୍ନାଇର ରେକର୍ଡ

ଚେନ୍ନାଇ ସୁପରକିଙ୍ଗ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ସବୁଠୁ ବଡ ଅନୁଭବୀ ଦଳ। ଏହି ଦଳର ଖେଳାଳି ମୋଟ୍ ୩୮୪୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏହି ଅନୁଭବ ଦଳକୁ ବହୁତ ଫାଇଦା ଦେଇଛି। ହେଲେ ଏଥିରୁ ଅନେକ ଖେଳାଳି ବହୁତ ସମୟ ହେବ ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳି ନାହାନ୍ତି। ସାତ ଖେଳାଳି ତ ୨୦୨୦ରେ କୌଣସି ପ୍ରତିଯୋଗିତାମୂଳକ ମ୍ୟାଚ୍ ଖେଳି ନାହାନ୍ତି। ୨୦୧୪ରେ ଯେବେ ଆଇପିଏଲର ପ୍ରଥମ ପର୍ଯ୍ୟାୟ ୟୁଏଇରେ ଖେଳା ଯାଇଥିଲା, ଚେନ୍ନାଇ ୫ଟିରୁ ୪ଟି ମ୍ୟାଚ୍‌ ଜିତିଥିଲା।

ସଫଳ ହେବାକୁ ଚେଷ୍ଟା କରିବ ମୁମ୍ବାଇ

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୟୁଏଇରେ ରେକର୍ଡ ସେତେଟା ସନ୍ତୋଷଜନକ ନୁହେଁ। ୨୦୧୪ରେ ଆଇପିଏଲର ପ୍ରାରମ୍ଭିକ ପର୍ଯ୍ୟାୟରେ ମୁମ୍ବାଇ କ୍ରମାଗତ ୫ଟି ମ୍ୟାଚ୍ ହାରିଥିଲା। ଟିମ୍ ସର୍ବଦା ଧିମା ଆରମ୍ଭ ପାଇଁ ପରିଚିତ। ହେଲେ ଏହି ଦଳର ମଧ୍ୟକ୍ରମ ଦମଦାର। ଦଳରେ ସୂର୍ଯ୍ୟକୁମାର ଯାଦବ(ଷ୍ଟ୍ରାଇକ୍‌ ରେଟ୍ ୧୩୧.୯୬), କିରଣ ପୋଲାର୍ଡ(ଷ୍ଟ୍ରାଇକ୍‌ ରେଟ୍ ୧୪୬.୭୭), କୃଣାଲ ପାଣ୍ଡ୍ୟା(ଷ୍ଟ୍ରାଇକ୍‌ ରେଟ୍ ୧୫୪.୭୮) ଓ ହାର୍ଦ୍ଦିକ ପାଣ୍ଡ୍ୟା(ଷ୍ଟ୍ରାଇକ୍‌ ରେଟ୍ ୧୪୬.୦୬)ଙ୍କ ପରି ବ୍ୟାଟସମ୍ୟାନ୍ ଅଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସ

ମୁରଲୀ ବିଜୟ, ସେନ ଓ୍ଵାଟସନ, ଫାଫ ଡୁପ୍ଲେସିସ୍, ଅମ୍ବତି ରାୟୁଡୁ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନୀ(ଅଧିନାୟକ), ରବିନ୍ଦ୍ର ଜାଡେଜା, ସାମ କରନ, ଦୀପକ ଚହର, ପିୟୁଷ ଚାଓ୍ଵଲା, ଲୁଙ୍ଗି ଏନଗିଡି।

ମୁମ୍ବାଇ ଇଣ୍ଡିଆନ୍ସ

ରୋହିତ ଶର୍ମା(ଅଧିନାୟକ), କ୍ଵିଣ୍ଟନ ଡି କକ(ଓ୍ଵିକେଟ୍ ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ସୌରଭ ତିଓ୍ଵାରୀ, କୃଣାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, ଜେମ୍ସ ପାଟିନସନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଡ, ଯଶପ୍ରୀତ ବୁମରା।

   Related Posts