Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଆଇପିଏଲ ୨୦୨୧: ଟସ୍ ଜିତି ଚେନ୍ନାଇ ସୁପରକିଙ୍ଗ୍ସର ବ୍ୟାଟିଂ ନିଷ୍ପତ୍ତି, ଖେଳିବେନି ରୋହିତ ଶର୍ମା

19/09/2021 at 7:07 PM

ଦୁବାଇ ୧୯।୦୯: ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ। ଟସ୍ ଜିତି ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବ। ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ପରାଜିତ ଚେନ୍ନାଇ ଏହି ମ୍ୟାଚ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ସହ ହିସାବ ବରାବର କରିବାକୁ ଚେଷ୍ଟା କରିବ। ଉଭୟ ଦଳ ଆଇପିଏଲର ପଏଣ୍ଟ ତାଲିକାର ଟପ୍ ୪ରେ ଅଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ନିୟମିତ ଅଧିନାୟକ ଏହି ମ୍ୟାଚ୍ ଖେଳୁ ନାହାନ୍ତି।

ଆଶା ଅନୁଯାୟୀ, ଚେନ୍ନାଇ ସୁପରି କିଙ୍ଗ୍ସ ନିଜର ପ୍ରମୁଖ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇଛି। ଅନ୍ୟପଟେ ମୁମ୍ବାଇରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ଦଳ ଆଜି ପଡିଆକୁ ଓହ୍ଲାଉଛି। ଅନମୋଲପ୍ରୀତ ସିଂହଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିଥିବା ବେଳେ ଆଡମ ମିଲନେଙ୍କୁ ତୃତୀୟ ଦ୍ରୁତ ବୋଲର ଭାବେ ସ୍ଥାନ ମିଳିଛି। ଆଇପିଏଲ ୨୦୨୧ରେ ଏ ପର୍ଯ୍ୟନ୍ତ ଚେନ୍ନାଇ ସୁପରକିଙ୍ଗ୍ସ ୭ଟି ମ୍ୟାଚ୍‌ରୁ ୫ଟି ଜିତି ୧୦ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ସମାନ ୭ଟି ମ୍ୟାଚ୍‌ରୁ ୪ ବିଜୟ ସହ ଚତୁର୍ଥରେ ରହିଛି।

ମୁମ୍ବାଇ ଏକାଦଶ

କ୍ଵିଣ୍ଟନ ଡିକକ୍‌, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ(ଓ୍ଵିକେଟ୍ କିପର), ଅନମୋଲପ୍ରୀତ ସିଂହ, କିରଣ ପୋଲାର୍ଡ(ଅଧିନାୟକ), ସୌରଭ ତିଓ୍ଵାରୀ, କୃଣାଲ ପାଣ୍ଡ୍ୟା, ଆଡମ ମିଲନେ, ରାହୁଲ ଚହର, ଯଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ।

ଚେନ୍ନାଇ ସୁପରକିଙ୍ଗ୍ସ ଏକାଦଶ

ଫାଫ ଡୁ ପ୍ଲେସିସ୍, ଋତୁରାଜ ଗାଏକଓ୍ଵାଡ, ମୋଇନ ଅଲ୍ଲୀ, ସୁରେଶ ରୈନା, ଅମ୍ବତି ରାୟୁଡୁ, ଏମଏସ ଧୋନୀ(ଅଧିନାୟକ/ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଡ୍ଵେନ ବ୍ରାଭୋ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଜୋସ ହେଜେଲଉଡ।

   Related Posts