'ଲର୍ଡ ଶାର୍ଦ୍ଦୁଲ'ଙ୍କ ଯାଦୁ, ଜାଡେଜାଙ୍କ ଧମାଲ, କେକେଆରକୁ ମାତ୍ ଦେଇ ବାଜି ମାରିନେଲା CSK

Published By : Prameya-News7 Bureau | October 16, 2021 IST

ନୂଆଦିଲ୍ଲୀ ୧୬/୧୦: ଚତୁର୍ଥଥର ପାଇଁ ବିଜେତା ହୋଇ ନୂଆ ରେକର୍ଡ କରିଛି ଚେନ୍ନାଇ ସୁପର କିଙ୍ଗ୍‌ସ । କେକେଆରକୁ ହରାଇ ବିଜୟ ସହ ଫର୍ମକୁ ଫେରିଛି ଦଳ । ଚେନ୍ନାଇ ପୂର୍ବରୁ ଚେନ୍ନାଇ ୨୦୧୦, ୨୦୧୧ ଓ ୨୦୧୮ରେ ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଥିଲା । ଗତ ଆଇପିଏଲ୍‌ରେ ପ୍ଲେଅଫ୍‌ରେ ପହଂଚିପାରି ନଥିଲା । କିନ୍ତୁ ଏଥର ଭଲ ରଣନୀତି ଯୋଗୁଁ ଚାମ୍ପିଅନ୍‌ ହୋଇପାରିଛି ଦଳ ।

ଫାଇନାଲରେ ମୁକାବିଲା ବି ବେଶ୍ ରୋମାଂଚକର ଥିଲା । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଶୁକ୍ରବାର ଚେନ୍ନାଇ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ୍‌ ୨୦ ଓଭରରେ ୩ଟି ୱିକେଟ୍‌ ହରାଇ ୧୯୨ ରନ୍‌ କରିଥିଲା । ଫଳରେ କୋଲକାତାକୁ ୧୯୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । କିନ୍ତୁ କୋଲକାତାର ଖେଳାଳିମାନେ ଚେନ୍ନାଇର ବୋଲରଙ୍କୁ ସାମ୍ନା କରିପାରି ନଥିଲେ ।

ପ୍ରଥମ ୱିକେଟ ପରେ କୋଲକାତାର ବ୍ୟାଟିଂ ଧରାଶାୟୀ ହୋଇଯାଇଥିଲା । ଟିମ୍‌ ୨୦ ଓଭରରେ ୯ଟି ୱିକେଟ ହରାଇ ୧୬୫ ରନ୍‌ କରିଥିଲା । କେକେଆର ଓପନର ଶୁଭମନ ଗିଲ ଓ ଭେଙ୍କଟେଶ ଆୟର ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ । ଫଳରେ ଲାଗୁଥିଲା ଯେମିତି ଚେନ୍ନାଇ ହାତରୁ ଖସିଯାଉଛି ମ୍ୟାଚ୍ । ତେବେ ଏହି ସମୟରେ ଦଳର ସଂକଟମୋଚକ ବୋଲାଉଥିବା ମାହି ଆଣପାଇଥିଲେ ରଣନୀତି । ବୋଲିଂରେ କରିଥିଲେ ପରିବର୍ତ୍ତନ । ସେଥିପାଇଁ ଶାର୍ଦ୍ଦୁଲ ଠାକୁରଙ୍କୁ ଦିଆଯାଇଥିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ।

ଶାର୍ଦ୍ଦୁଲ ଆସିବା ପରେ ବଦଳଯାଇଥିଲା ମ୍ୟାଚର ଗତିପଥ । ଆରମ୍ଭରୁ ହିଁ କମାଲ କରି ପ୍ରଥମେ ଆୟରଙ୍କୁ ଆଉଟ କରିଥିଲେ । ଶାର୍ଦ୍ଦୁଲ ଗୋଟିଏ ଓଭରରେ ୨ଟି ୱିକେଟ ନେଇ ଟିମ୍‌କୁ ଭଲ ସ୍ଥିତିକୁ ନେଇଆସିଥେଲେ । ଭେଙ୍କଟେଶ ଆୟରଙ୍କ ପରେ ସେ ନୀତିଶ ରାଣାଙ୍କୁ ମଧ୍ୟ ଆଉଟ କଲେ । ଏହା ଦେଖିବା ପରେ ଚେନ୍ନାଇ ପ୍ରଶଂସକଙ୍କ ମଧ୍ୟରେ ବଢିବାରେ ଲାଗିଥିଲା ଜୋଶ୍ ।

wp:html /wp:html

ପ୍ରଶଂସକମାନେ ବହୁତ ଖୁସି ଅନୁଭବ କରିବା ସହ ଶାର୍ଦ୍ଦୁଲ ଠାକୁରଙ୍କୁ 'ଲର୍ଡ ଶାର୍ଦ୍ଦୁଲ' ବୋଲି ସମ୍ୱୋଧନ କରିଥିଲେ । ଶାର୍ଦ୍ଦୁଲଙ୍କ ବ୍ୟତୀତ ପ୍ରଶଂସକମାନେ ରବୀନ୍ଦ୍ର ଜାଦଜୋଙ୍କୁ ବି ପ୍ରଶଂସାରେ ପୋତି ପକାଇଛନ୍ତି । ନିଜର ୪ ଓଭର ବୋଲିଂରେ ରବୀନ୍ଦ୍ର ନେଇଛନ୍ତି ୨ଟି ୱିକେଟ । ତେବେ ୨ଟି ଜବରଦସ୍ତ କ୍ୟାଚ୍ ମଧ୍ୟ ନେଇଛନ୍ତି । ଯାହାକି ଦଳ ପାଇଁ ନିହାତି ଥିଲା ଦରକାର । ଜଦ୍ଦୁଙ୍କ ଫିଲ୍ଡିଂ ଏବେ ପ୍ରଶଂସକଙ୍କ ମନ କିଣିନେଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.