Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

IPL 2020: କିଙ୍ଗ୍ସ ଏକାଦଶ ପାଇଁ ‘କର ବା ମର’ ମୁକାବିଲା, ଟସ୍ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି

1/11/2020 at 3:18 PM

ଆବୁଧାବି ୦୧।୧୧:  ଆଜି ଚଳିତ ଆଇପିଏଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଉଭୟ ନିଜ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। ଟସ୍ ଜିତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। କିଙ୍ଗ୍‌ସ ଏକାଦଶ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। ଦଳ ଶେଷ ମ୍ୟାଚ୍‌ ଜିତି ତାଲିକାର ଶ୍ରେଷ୍ଠ-୪ ମଧ୍ୟରେ ରହିବାକୁ ପ୍ରୟାସ କରିବ। କିନ୍ତୁ ପ୍ଲେ-ଅଫ୍‌ ସ୍ଥାନ ପାଇଁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡିବ। ଅନ୍ୟ ପଟେ ସୁପର କିଙ୍ଗ୍‌ସ ବିଜୟ ସହ ଅଭିଯାନ ଶେଷ କରିବାକୁ ସବୁ ଶକ୍ତି ଖଟାଇବ।

ଚେନ୍ନାଇ ଆଜି ତିନୋଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଉଛି। ଫାଫ ଡୁପ୍ଲେସିସ୍, ଇମ୍ରାନ ତାହିର ଓ ଶାର୍ଦ୍ଦୁଳ ଠାକୁର ଦଳରେ ସାମିଲ ହୋଇଛନ୍ତି। ଏହି ତିନି ଖେଳାଳି ସେନ ଓ୍ଵାଟସନ, ମିଚେଲ ସାଣ୍ଟନର ଓ କର୍ଣ୍ଣ ଶର୍ମାଙ୍କ ସ୍ଥାନ ନେଇଛନ୍ତି। ସେହି ପରି କିଙ୍ଗ୍ସ ଏକାଦଶ ପଞ୍ଜାବରେ ମଧ୍ୟ ଦୁଇଟି ପରିବର୍ତ୍ତନ ହୋଇଛି। ମ୍ୟାକ୍ସଓ୍ଵେଲଙ୍କ ସ୍ଥାନରେ ଜିମି ନିଶାନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି। ମୟଙ୍କ ଅଗ୍ରଓ୍ଵାଲ ଦଳକୁ ଫେରିଛନ୍ତି।

ରାଜସ୍ଥାନ ରୟାଲ୍ସଠୁ ହାରିବା ପରେ କିଙ୍ଗ୍‌ସ ଏକାଦଶର ପ୍ଲେ-ଅଫ୍‌ ରାସ୍ତା କଠିନ୍‌ ହୋଇଯାଇଛି। ଦଳ ୧୩ମ୍ୟାଚ୍‌ରୁ ୬ ବିଜୟ ସହ ମୋଟ ୧୨ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ସୁପର କିଙ୍ଗ୍‌ସକୁ ହରାଇଲେ ଦଳର ପଏଣ୍ଟ ସଂଖ୍ୟା ୧୪ରେ ପହଞ୍ଚିବ। ବିଜୟ ସତ୍ତେ୍ୱ ପ୍ଲେ-ଅଫ୍‌ ସ୍ୱପ୍ନ ପୂରଣ ହୋଇନପାରେ। ଅନ୍ୟ ଦଳର ପ୍ରଦର୍ଶନ କିଙ୍ଗ୍‌ସ ଏକାଦଶର ଭାଗ୍ୟ ନିରୁପଣ କରିବ । ଯଦି ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ (୧୨ପଏଣ୍ଟ) ଶେଷ ୨ଟି ଯାକ ମ୍ୟାଚ୍‌ ଜିତିଯାଏ ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌ର ବିଜେତା ପଏଣ୍ଟ ତାଲିକାର ଉପରକୁ ଉଠିଯାଏ (ପଏଣ୍ଟ କିମ୍ବା ଉନ୍ନତ ରନ୍‌ ରେଟ୍‌ରେ) ତା’ହେଲେ କିଙ୍ଗ୍‌ସ ଏକାଦଶ ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ିବା ନିଶ୍ଚିତ। ଅନ୍ୟ ପଟରେ ଯଦି ସନ୍‌ରାଇଜର୍ସ ଗୋଟିଏ ମ୍ୟାଚ୍‌ ହାରିଯାଏ ତା’ହେଲେ କିଙ୍ଗ୍‌ସ ଏକାଦଶର ସୁଯୋଗ ରହି ।

ତେଣୁ ଲୋକେଶ ରାହୁଲଙ୍କ କିଙ୍ଗ୍‌ସ ଏକାଦଶ ଶେଷ ମ୍ୟାଚ୍‌ରେ ସୁପର କିଙ୍ଗ୍‌ସକୁ ଉନ୍ନତ ରନ୍‌ ରେଟ୍‌ରେ ହରାଇବାକୁ ପ୍ରୟାସ କରିବ। ରୟାଲ୍ସ ବିପକ୍ଷରେ ଦଳର ୫ମ୍ୟାଚ୍‌ ବିଜୟଧାରାରେ ବ୍ରେକ୍‌ ଲାଗିଥିଲା। ଦଳୀୟ ଖେଳାଳି ସବୁ ବିଭାଗରେ ତ୍ରୁଟି ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରୟାସ କରିବେ। ଦଳର ଭାଗ୍ୟ କ୍ରିସ୍‌ ଗେଲ୍‌ଙ୍କ ଉପରେ ନିର୍ଭର କରିବ। ସେ ଜବରଦସ୍ତ ଫର୍ମରେ ଥିବାବେଳେ ସୁପର କିଙ୍ଗ୍‌ସ ବୋଲରଙ୍କ ପାଇଁ ବିଦଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି। ସୁପର କିଙ୍ଗ୍‌ସ ପୂର୍ବ ୨ଟି ମୁକାବିଲାରେ ଅପରାଜେୟ ରହିଛି । ଯୁବ ଓପନର ଋତୁରାଜ ଗାଏକୱାଡ ଫର୍ମକୁ ଫେରିବା ପରେ ଦଳର ଭାଗ୍ୟ ବଦଳିଛି । ସେ କ୍ରମାନ୍ୱୟରେ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଆଜି ଦଳ କିଙ୍ଗ୍‌ସ ଏକାଦଶର ପ୍ଲେ-ଅଫ୍‌ ସ୍ୱପ୍ନ ଧୂଳିସାତ କରିବା ଲକ୍ଷ୍ୟରେ ରହିବ।

ପ୍ରଥମ ପର୍ଯ୍ୟାୟ ଲିଗ୍‌ରେ ସୁପର କିଙ୍ଗ୍‌ସ ୧୦ ୱିକେଟ୍‌ରେ କିଙ୍ଗ୍‌ସ ଏକାଦଶକୁ ପରାସ୍ତ କରିଥିଲା । ତେଣୁ ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ଚେଷ୍ଟା କରିବ ।

ଚୂଡାନ୍ତ ଏକାଦଶ

କିଙ୍ଗ୍‌ସ ଏକାଦଶ: ଲୋକେଶ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରଓ୍ଵାଲ, କ୍ରିସ୍‌ ଗେଲ୍‌, ନିକୋଲାସ୍‌ ପୂରନ୍‌, ମନଦୀପ ସିଂହ, ଜେମ୍ସ ନିଶାନ, ଦୀପକ ହୁଡ଼ା, କ୍ରିସ୍‌ ଜୋର୍ଡାନ, ମୁରୁଗାନ୍‌ ଅଶ୍ୱିନ, ରବି ବିଷ୍ନୋଇ, ମହମ୍ମଦ ସାମି।

ସୁପର କିଙ୍ଗ୍‌ସ: ଫାଫ ଡୁପ୍ଲେସିସ୍, ଋତୁରାଜ ଗାଏକୱାଡ୍‌, ଅମ୍ବତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନୀ, ସାମ୍‌ କୁରାନ୍‌, ରବିନ୍ଦ୍ର ଜାଡ଼େଜା, ନାରାୟଣ ଜଗଦୀଶନ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଇମ୍ରାନ ତାହିର, ଲୁଙ୍ଗି ଏନ୍‌ଗିଡ଼ି ।

   Related Posts