ଗର୍ଲଫ୍ରେଣ୍ଡଠୁ କିସ୍ ପାଇବା ପାଇଁ ଚ୍ୟାଲେଞ୍ଜ ସ୍ବୀକାର କରି ବୁର୍ଖା ପିନ୍ଧିବା ପଡ଼ିଲା ମହଙ୍ଗା ବୟଫ୍ରେଣ୍ଡକୁ, ସିଧାଗଲା ଜେଲା

Published By : Prameya-News7 Bureau | February 22, 2019 IST

ରୋୟାପେଟା ୨୨/୨: ଚେନ୍ନାଇରେ ଏପରି ଏକ ଦୁର୍ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି। ବୟଫ୍ରେଣ୍ଡଙ୍କୁ ଗର୍ଲଫ୍ରେଣ୍ଡ ଅଦ୍ଭୁତ ଚ୍ୟାଲେଞ୍ଜ ଦେଇଥିଲା। ଏହି ଚ୍ୟାଲେଂଜ ପୂରଣ କରିବାକୁ ଯାଇ ଯୁବକ ଜଣକ ସିଧା ଜେଲ୍ ପହଞ୍ଚିଯାଇଛନ୍ତି। ଯୁବକ ଜଣକ ନିଜ ଗର୍ଲଫ୍ରେଣ୍ଡଠୁ କିସ୍ ଚାହୁଁଥିଲେ କିନ୍ତୁ ଯୁବତୀଜଣକ ତାଙ୍କୁ ଏପରି ଏକ ଚ୍ୟାଲେଞ୍ଜ ଦେଇଥିଲେ ଯାହାପରେ ଯୁବକଙ୍କ ଇଚ୍ଛା ପୂରଣ ହୋଇଥାଆନ୍ତା। ଯୁବତୀଜଣକ ଚାହୁଁଥିଲେ ଯେ ସେ ଚେନ୍ନାଇର ସବୁଠୁ ପ୍ରସିଦ୍ଧ ସ୍ଥାନ ରୋୟାପେଟ୍ଟାର ମରିନା ବିଚ ରାସ୍ତାରେ ବୁର୍ଖା ପିନ୍ଧି ବୁଲିବେ।

ଯୁବକ ଜଣକ ଚ୍ୟାଲେଞ୍ଜ ସ୍ବୀକାର କରିଥିଲେ ଏବଂ ବୁର୍ଖା ପିନ୍ଧି ଚେନ୍ନାଇର ମରିନା ବିଚକୁ ବହାରିପଡ଼ିଥିଲେ। ସବୁ କିଛି ଠିକ୍ ଚାଲିଥିଲା। ଯୁବକ ଜଣକ ମଜାରେ ବିଚରେ ବୁଲୁଥିଲେ। କିନ୍ତୁ ସେଠାରେ ଥିବା କିଛି ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ସେମାନେ ଦେଖିଥିଲେ ଯେ ବୁର୍ଖା ପିନ୍ଧି କେହି ପୁରୁଷ ଚାଲୁଛି ଏବଂ ବାଥରୁମ୍ ଚପଲ ପିନ୍ଧିଛି। କାହାକୁ ସେଠାରେ ବିଶ୍ବାସ ହେଉନଥିଲା ଯେ ବୁର୍ଖା ଭିତରେ କେହି ମହିଳା ଅଛନ୍ତି।

ଲୋକଙ୍କୁ ସନ୍ଦେହ ହୋଇଥିଲା ଯେ ବୁର୍ଖା ପିନ୍ଧି ଆସିଥିବା ବ୍ୟକ୍ତି କୈାଣସି ମନ୍ଦ ଉଦ୍ଦେଶ୍ୟରେ ଆସିଛି କିମ୍ବା ଚୋରି କରିବା ଉଦ୍ଦେଶ୍ୟରେ ଆସିଛି। ଅନେକ ଲୋକ ତାଙ୍କ ପାଖରେ ପହଞ୍ଚିଯାଇଥିଲେ ଏବଂ ସେଠାରେ ଭିଡ଼ ଜମିଯାଇଥିଲା। ଲୋକେ ତାଙ୍କୁ ଧରି ଚୋର ଚୋର କହି ଚିଲାଇଥିଲେ ଏବଂ ତାଙ୍କୁ ପିଟିଥିଲେ। କିନ୍ତୁ ସେହି ସମୟରେ ପୋଲିସ୍ ଆସିଥିଲା ଏବଂ ତାଙ୍କୁ ପୋଲିସ୍ ଷ୍ଟେସନ ନେଇଯାଇଥିଲା। ପୋଲିସଙ୍କୁ ସେ କହିଥିଲେ ଯେ ତାଙ୍କ ଗର୍ଲଫେଣ୍ଡ ଚ୍ୟାଲେଞ୍ଜ ଦେଇଥିଲେ ଯଦି ସେ ବୁର୍ଖା ପିନ୍ଧି ମରିନା ବିଚରେ ବୁଲିବେ ତାଙ୍କୁ କିସ୍ ମିଳିବ। ସେହି ଚ୍ୟାଲେଞ୍ଜ ପାଇଁ ସେ ସେଠାରେ ବୁଲୁଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.