Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପିତା ନିର୍ମାଣ କରିଥିବା ଫିଲ୍ମର କାହାଣୀ ଯାହାଥିଲା ଏବେ ଅଭିନନ୍ଦନଙ୍କ ସହ ଠିକ ସେୟା ଘଟିଲା

28/02/2019 at 11:55 AM

ଚେନ୍ନାଇ ୨୮/୨: ୨୦୧୭ରେ ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମଙ୍କ  ‘‘କତରୁ ବେଲିୟିଦାଇ’’ ଫିଲ୍ମରେ ଅଭିନେତା କାର୍ତ୍ତି ଭାରତୀୟ ବାୟୁସେନାର ଏକ ସ୍କ୍ବାଡ୍ରନ ଲିଡରର ଭୂମିକାରେ ଅଭିନୟ କରିଥିଲେ ଯାହାର ଜେଟ୍ ବିମାନ ସୀମାରେ ଖସିଯାଉଛି,ଏବଂ ସେ ପାକିସ୍ତାନ ଜେଲରେ ବନ୍ଦୀ ହୋଇଯାଇଛନ୍ତି। ଫିଲ୍ମ ଶେଷରେ ନାୟକ ନିଜ ପରିବାର ପାଖକୁ ଫେରି ଯାଉଛନ୍ତି। ଅବସରପ୍ରାପ୍ତ ଏୟାର ମାର୍ଶାଲ୍ ଏସ୍ ବର୍ତ୍ତମାନ ଏହି ଫିଲ୍ମର ପରାମର୍ଶଦାତା ଥିଲେ । ଏହି ଫିଲ୍ମର କାହାଣୀ ଏବେ ତାଙ୍କ ନିଜ ପୁଅ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ସହ ଘଟିଛି । ଯାହା ରିଲ ଲାଇଫରେ ଘଟିଥିଲା ତାହା ଏବେ ରିଅଲ ଲାଇଫରେ ଘଟିଲା ।    

ଚେନ୍ନାଇର ତାମ୍ବରମ୍ ଅଞ୍ଚଳରେ ଥିବା ଡିଫେନ୍ସ କଲୋନୀରେ ରହୁଥିବା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଏସ୍. ବର୍ତ୍ତମାନଙ୍କ ପୂରା ବିଶ୍ବାସ ଯେ ତାଙ୍କ ପୁଅ ସୁରକ୍ଷିତ ହୋଇ ନିଶ୍ଚୟ ଘରକୁ ଫେରିବେ। ସେ ଅବସର ପରଠୁ ଏଠାରେ ରହୁଛନ୍ତି ଏବଂ ଏଭଳି ପରିସ୍ଥିତିରେ ତାଙ୍କର କେତେକ ସମ୍ପର୍କୀୟ ତାଙ୍କ ପାଖରେ ରହୁଛନ୍ତି। ସ୍ଥାନୀୟ ବିଧାୟକ ଏବଂ ସାଂସଦ ଏଭଳି ସଙ୍କଟମୟ ପରିସ୍ଥିତିରେ ତାଙ୍କ ପରିବାର ସହ କଥାବାର୍ତ୍ତା କରି ତାଙ୍କ ଅବସ୍ଥା ବୁଝିଛନ୍ତି।

ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଏସ୍ ବର୍ତ୍ତମାନ ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ତାଙ୍କ ପୁଅ ଜଣେ ସଚ୍ଚୋଟ ସିପାହୀ। ଭାରତୀୟ ବାୟୁସେନାର ଧମାକାଦାର ଆକ୍ସନ୍ ପରେ ବୁଧବାର ପଡ଼ୋଶୀ ଦେଶ ଭାରତୀୟ ସୈନ୍ୟ ଶିବିର ଉପରକୁ ଆକ୍ରମଣ କରିବାର ଉଦ୍ୟମ କରିଥିଲା। ଭାରତ ଜବାବ ଦେବା ପାଇଁ ପାକିସ୍ତାନର ଏକ ଲଢ଼ୁଆ ବିମାନକୁ ତଳକୁ ଖସାଇଥିଲା ,କିନ୍ତୁ ଅପରେସନ ସମୟରେ ଦେଶର ଏକ ମିଗ୍-୨୧ ଜେଟ୍ ମଧ୍ୟ ନଷ୍ଟ ହୋଇଯାଇଥିଲା। ଜେଟର ପାଇଲଟ୍ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ସୀମାରେ ପଡ଼ିଯାଇଥିଲେ,ଯାହା ପରଠୁ ସେ ପାକିସ୍ତାନୀ ସେନାଙ୍କ କବଜାରେ ଅଛନ୍ତି। ତାଙ୍କର କେତେକ ଫଟୋ ଏବଂ ଭିଡିଓ ମଧ୍ୟ ଜାରି କରାଯାଇଛି।

ବିଗ୍ କମାଣ୍ଡର ଅଭିନନ୍ଦନ ଅମରାବତୀର ଏକ ସୈନିକ ସ୍କୁଲରେ ପଢ଼ିଥିଲେ ଏବଂ ୨୦୦୪ରେ ଫାଇଟର ପାଇଲଟଭାବେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ତାଙ୍କ ପରିବାରରେ ଅଧିକାଂଶ ଲୋକ ସେନା ସହ ଜଡ଼ିତ। ଅଭିନନ୍ଦନଙ୍କ ପିତା ବାୟୁସେନାର ଅଧିକାରୀ ଥିଲେ। ତାଙ୍କ ପତ୍ନୀ ସ୍କ୍ବାଡ୍ରନ୍ ଲିଡର ତନଭୀ ମାରଓ୍ବା ଜଣେ ଅବସରପ୍ରାପ୍ତ ହେଲିକପ୍ଟର ପାଇଲଟ। ତାଙ୍କର ଗୋଟିଏ ପୁଅ। କଲୋନୀର ଗାର୍ଡ଼ କହିଛନ୍ତି ଅଭିନନ୍ଦନ ଅଧିକାଂଶ ସମୟ ଛୁଟିରେ ନିଜ ବାପା ମାଆଙ୍କୁ ଦେଖା କରିବାକୁ ଆସନ୍ତି।

ବିଗ୍ କମାଣ୍ଡର ଅଭିନନ୍ଦନଙ୍କ ବାପା ବର୍ତ୍ତମାନ ୧୯୭୩ରେ ଫାଇଟର ପାଇଲଟ ପଦରେ ବାୟୁସେନାରେ ଯୋଗ ଦେଇଥିଲେ। କାରଗିଲ ଯୁଦ୍ଧ ସମୟରେ ସେ ଗ୍ବାଲିୟରରେ ଚିଫ ଅପରେସନ୍ ଅଫିସର ଥିଲେ,ସେଠାରେ ସେ ମିରାଜ ୨୦୦୦ ଏୟାରକ୍ରାଫ୍ଟ ଅପରେଟ କରିଥିଲେ। ଏହି ଏୟାରକ୍ରାଫ୍ଟ ଯୁଦ୍ଧରେ ବିଜୟର ସ୍ବାଦ ଚଖାଇଥିଲା।   

   Related Posts