ଚେନ୍ନାଇରେ ଚୋରି, କେନ୍ଦୁଝରରୁ ଘରୋଇ ସହାୟକଙ୍କୁ ଉଠାଇନେଲା ପୋଲିସ

Published By : Prameya-News7 Bureau | October 05, 2019 IST

ଆନନ୍ଦପୁର ୫।୧୦: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଦରଡିପାଳ ଗାଁରୁ ଜଣଙ୍କୁ ଉଠାଇନେଲା ଚେନ୍ନାଇ ପୋଲିସ । ଚେନ୍ନାଇରେ ଚୋରି କରିଥିବା ଅଭିଯୋଗରେ ଉଠାଇନେଇଛି ପୋଲିସ । କେନ୍ଦୁଝର ପୋଲିସ ସହାୟତାରେ ଅଭିଯୁକ୍ତ ଗୌରାଙ୍ଗ ଜେନାକୁ ଚେନ୍ନାଇ ପୋଲିସ ଗିରଫ କରିଛି ।

{"id":166470}

ଗୌରାଙ୍ଗ ଚେନ୍ନାଇଠାରେ ଜଣେ ବ୍ୟବସାୟୀଙ୍କ ଘରେ ଘରୋଇ ସହାୟକ ଭାବେ କାମ କରୁଥିଲେ । ସୁଯୋଗ ଦେଖି ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା, ସୁନା, ରୂପା ଚୋରି କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଚେନ୍ନାଇ ପୋଲିସ ଘଟଣାର ଛାନଭିନ୍ କରି ଗୌରାଙ୍ଗକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.