IPL ୨୦୨୧ : ଓ୍ବାର୍ଣ୍ଣର ଏବଂ ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ, ଚେନ୍ନାଇକୁ ବିଜୟ ଲକ୍ଷ୍ୟ ୧୭୨

Published By : Prameya-News7 Bureau | April 28, 2021 IST

ନୂଆଦିଲ୍ଲୀ ୨୮/୦୪ : ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଲଢେଇ ଜାରି ରହିଛି । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ଓ୍ବିକେଟ ହରାଇ ୧୭୧ ରନ କରିଛି । ଚେନ୍ନାଇକୁ ଜିତିବାକୁ ହେଲେ ୧୭୨ ରନ କରିବାକୁ ହେବ ।

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା  ଡେଭିଡ୍ ଓ୍ବାର୍ଣ୍ଣର ଏବଂ ଜୋନି ବୟାରିଷ୍ଟୋ ପ୍ରଥମ ଓ୍ବିକେଟ୍‌ ପାର୍ଟନରସିପ୍‌ରେ ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ବୟାରିଷ୍ଟୋ ମାତ୍ର ୭ ରନ କରି ଆଉଟ ହୋଇଛନ୍ତି । ଡେଭିଡ୍‌ ଓ୍ବାର୍ଣ୍ଣର କିନ୍ତୁ ରକ୍ଷଣାତ୍ମକ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ବ୍ୟକ୍ତିଗତ ୫୫ ବଲ ଖେଳି ୩ ଚୌକା ଏବଂ ୨ ଛକା ସହାୟତାରେ ୫୭ ରନ କରି ଆଉଟ ହୋଇଛନ୍ତି । ସେହିପରି ମନୀଷ ପାଣ୍ଡେ ମଧ୍ୟ ଓ୍ବାର୍ଣ୍ଣରଙ୍କୁ ବେଶ ସହାୟତା କରିଥିଲେ । ପାଣ୍ଡେ ୪୬ ବଲ ଖେଳି ୫ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୬୧ ରନକରି ଆଉଟ ହୋଇଛନ୍ତି । କେନ୍‌ ଓ୍ବିଲୟମସନ୍‌ ବିସ୍ଫୋରକ ବ୍ୟାଟିଂକରି ୨୬ ଏବଂ କେଦାର ଯାଦବ ୧୨ ରନ କରି ଅପରାଜିତ ଅଛନ୍ତି ।

ଚେନ୍ନାଇ ପକ୍ଷରୁ ଦୀପକ ଚହର ୩ ଓଭର ବୋଲିଂ କରି ୨୧ ରନ ଦେଇଥିବା ବେଳେ ସାମ କରନ ୪ ଓଭରରେ ୩୦ ରନ ୧ ଓ୍ବିକେଟ୍‌, ଶାର୍ଦ୍ଦୁଳ ଠାକୁର ୪ ଓଭରରେ ୪୪ ରନ, ମୋଇନ୍‌ ଅଲ୍ଲୀ ୨ ଓଭରରେ ୧୬ ରନ, ଲୁଙ୍ଗି ଏନଗିଡି ୪ ଓଭରରେ ୩୫ ରନ ୨ ଓ୍ବିକେଟ, ରବୀନ୍ଦ୍ର ଜାଡେଜା ୩ ଓଭର ବୋଲିଂ କରି ୨୩ ରନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.