Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆତ୍ମଘୋଷିତ ଭଗବାନଙ୍କ କଳକୀ ଆଶ୍ରମରେ ଆଇଟି ରେଡ୍ ପରେ ମିଳିଛି ୬୦୦ କୋଟି, ଜାଣନ୍ତୁ ଇନସିଓରାନ୍ସ କ୍ଲର୍କରେ କେମିତି ହେଲେ କଳକୀ ଭଗବାନ

22/10/2019 at 5:27 PM

ନୂଆଦିଲ୍ଲୀ୨୨|୧୦: ଆତ୍ମଘୋଷିତ ଭଗବାନଙ୍କ ବିଶାଳ ସାମ୍ରାଜ୍ୟ । ବେଆଇନ୍‌ ଭାବେ ଗଢି ତୋଳିଥିବା ଏହି ବିଶାଳ ସାମ୍ରାଜ୍ୟ ଉପରେ ଚଢାଉ କରିଛି ଆୟକର ବିଭାଗ । ୬ ଶହ କୋଟି ବେଆଇନ ସମ୍ପତ୍ତିର ମାଲିକ ହେଉଛନ୍ତି ଏହି ଆତ୍ମଘୋଷିତ ଭଗବାନ ଜଣଙ୍କ । ତିନି ରାଜ୍ୟରେ ରହିଛି ତାଙ୍କର ଅଚଳାଚଳ ସମ୍ପତ୍ତି ।… ଦେଖନ୍ତୁ କିଏ ଏହି ବାବା ।

ଆଖି ଖୋସି ହୋଇଗଲା ଭଳି ବିଡା ବିଡା ଟଙ୍କା । କେବଳ ଟଙ୍କା ନୁହେଁ ରହିଛି ବିଡା ବିଡା ବିଦେଶୀ କରେନ୍ସି । ସୁନା, ରୂପା, ହୀରା ନୀଳାରେ ବାବାଙ୍କା ଭଣ୍ଡାର ଘର ଭର୍ତ୍ତି । ଆତ୍ମଘୋଷିତ ଭଗବାନଙ୍କ ଏହି ଅଚଳାଚଳ ସଂପତ୍ତି ଓ ସାମ୍ରାଜ୍ୟକୁ ଦେଖି ଆଇଟି ବିଭାଗ ଅଧିକାରୀଙ୍କ ବି ଆଖି ଖୋସି ହୋଇଯାଇଛି ।

ଆତ୍ମଘୋଷିତ ଭଗବାନଙ୍କ କଳକୀ ଆଶ୍ରମରେ ଆଇଟି ରେଡ୍‌ ପରେ ମିଳିଛି ଏହି ସବୁ ନଗଦ ଅର୍ଥ । ଯେଉଁଥିରେ ରହିଛି ୪୫ କୋଟି ଟଙ୍କାର ନଗଦ ଟଙ୍କା, ୨୦ କୋଟିର ଆମେରୀକୀୟ ଡଲାର ଓ ଅନ୍ୟାନ୍ୟ ବିଦେଶୀ ମୁଦ୍ରା, ୩୧ କୋଟି ଟଙ୍କାର ସୁନା, ହୀରା ଓ ଅନ୍ୟାନ୍ୟ ଗହଣା ।

ଗତ ୧୬ ତାରିଖରୁ ଆୟକର ବିଭାଗ ପକ୍ଷରୁ ଏହି ଆତ୍ମଘୋଷିତ କଳକୀ ଭଗବାନ ଓରଫ ବିଜୟ କୁମାର ନାଇଡୁଙ୍କ ସାମ୍ରାଜ୍ୟ ଉପରେ ଚଢାଉ ହୋଇଥିଲା । ବିଜୟ ନାଇଡୁ ଓ ତାଙ୍କ ପୁଅ କୃଷ୍ଣାଙ୍କ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ଥିବା ଆଶ୍ରମରେ ଏକକାଳୀନ ରେଡ୍‌ ହୋଇଥିଲା ।

ଆନ୍ଧ୍ରର ଚିତୁରସ୍ଥିତ କଳକୀ ଆଶ୍ରମ ସମେତ ୪୦ସ୍ଥାନରେ ଚଢାଉ ବେଳେ ଏହିସବୁ ଭାରତୀୟ ମୁଦ୍ରା ଏବଂ ଆମେରିକୀୟ ଡଲାର ଜବତ ହୋଇଛି । ଏପର୍ଯ୍ୟନ୍ତ ବାବାଙ୍କର ପାଖାପାଖି ୬ଶହ କୋଟି ଟଙ୍କାର ବେଆଇନ ସଂପତ୍ତି ଜବତ କରିସାରିଲାଣି ଆୟକର ବିଭାଗ ।

ନିଜକୁ ଆଧ୍ୟାତ୍ମିକ ଗୁରୁ ଓ ଭଗବାନ ବୋଲି ଦାବି କରୁଥିବା ଏହି ବାବାଙ୍କ ପୁଅ ଏନ୍. କୃଷ୍ଣା , ତାଙ୍କ ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ପଚରା ଉଚରା ପାଇଁ ସମନ ଜାରି ହୋଇଛି । ହେଲେ ସେମାନେ ଆୟକର ଅଧିକାରୀଙ୍କୁ ଯାଞ୍ଚରେ ସହଯୋଗ କରୁନାହାନ୍ତି । ସେପଟେ ଏହି ଆତ୍ମଘୋଷିତ କଳକୀ ଭଗବାନ ଭିଡିଓ ଜାରିକରି କହିଛନ୍ତି ସେ ଦେଶ ଛାଡି କୁଆଡେ ଯାଉନାହାନ୍ତି ।

ଇନସୁରାନ୍ସ କ୍ଲର୍କରୁ ନିଜକୁ ଧର୍ମଗୁରୁ ସଜାଇଥିଲେ ବିଜୟ କୁମାର ନାଇଡୁ । ୧୯୮୦ରେ ଆଧ୍ୟାତ୍ମିକ ଶିକ୍ଷା ଓ ଟ୍ରେନିଂ ନାଁରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକରେ ସୃଷ୍ଟି କରିଥିଲେ ଲକ୍ଷାଧିକ ଭକ୍ତ । ଆଧ୍ୟାତ୍ମିକ ଟ୍ରେନିଂ, ଦର୍ଶନ ପ୍ରୋଗାମ ଏବଂ କୋର୍ସ ନାଁରେ ଭକ୍ତଙ୍କ ଠାରୁ ଆଦାୟ ହେଉଥିଲା ମୋଟା ଅଙ୍କର ଆର୍ଥ । ଏହି ଅର୍ଥକୁ ରିଏଲ୍‌ ଇଷ୍ଟେଟ୍‌, କନଷ୍ଟ୍ରକସନ୍‌ , ସ୍ପୋର୍ଟସ୍‌ ସାମଗ୍ରୀ ନିର୍ମାଣ ଓ ବ୍ୟବସାୟରେ ଲାଗୁଥିଲା । ୩ ରାଜ୍ୟରେ ହଜାର ହଜାର ଏକର ଜମି କିଣାଯାଇଥିବା ଆୟକର ବିଭାଗ କହିଛି । ଯାହାର ଦେଖ୍‌ରେଖ୍‌ କରୁଥିଲେ ଏହି ଆତ୍ମଘୋଷିତ ବାବାଙ୍କ  ପୁଅ ଓ ପରିବାର ।

   Related Posts