Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ମୁମ୍ବାଇ ବୋଲରଙ୍କ ଝଡରେ ବହିଲା ଚେନ୍ନାଇ ସୁପର କିଙ୍ଗ୍ସ, ସମ୍ମାନ ରକ୍ଷା କଲେ ସାମ କରନ, ଡିଫେଣ୍ଡିଂ ଚାମ୍ପିଅନ ସମ୍ମୁଖରେ ୧୧୫ ରନର ବିଜୟ ଲକ୍ଷ୍ୟ

23/10/2020 at 9:23 PM

ଶାରଜା ୨୩।୧୦: ଚଳିତ ଆଇପିଏଲ ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଦୁଃସ୍ଵପ୍ନ ପାଲଟିଛି। ଆଇପିଏଲ ଯେତିକି ଯେତିକି ଆଗକୁ ବଢୁଛି ଦଳର ପ୍ରଦର୍ଶନ ନିମ୍ନଗାମୀ ହେବାରେ ଲାଗିଛି। ଯେଉଁ ସମୟରେ ମ୍ୟାଚ୍‌ ଜିତିବା ପାଇଁ ଦଳକୁ ପୂରା ଜୋର ଲଗାଇବା କଥା ସେହି ଜାଗାରେ ଦଳ ଶୋଚନୀୟ ପ୍ରଦର୍ଶନ କରିଛି। ଗତ ମ୍ୟାଚ୍‌ରେ ୧୨୫ ରନ କରିଥିବା ଚେନ୍ନାଇ ଆଇପିଏଲର ୪୩ ତମ ମ୍ୟାଚ୍‌ରେ ମୁମ୍ବାଇ ବୋଲରଙ୍କ ସମ୍ମୁଖୀନ ହୋଇନପାରି ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି। ହେଲେ ଦଳ ସାମ କରନଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ବଳରେ ୯ ଓ୍ଵିକେଟ୍ ହରାଇ ୧୧୪ ରନ କରି ନିଜର ସମ୍ମାନ ରକ୍ଷା କରି ପାରିଛି। ଏକଦା ଦଳ ୩ ରନରେ ୪ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଡ ୪ ଓ୍ଵିକେଟ୍ ନେଇଛନ୍ତି।  ଏହି ମ୍ୟାଚ୍‌ ହାରିଲେ ଚେନ୍ନାଇ ଆଇପିଏଲର ପ୍ଲେଅଫ ଦୌଡରୁ ବାଦ୍ ପଡିବ।

ଆଜି ଚେନ୍ନାଇ ୩ଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଖାତା ଖୋଲିବା ପୂର୍ବରୁ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଋତୁରାଜ  ଗାଏକୋଓ୍ଵାଡଙ୍କୁ ଆଉଟ୍ କରି ଟ୍ରେଣ୍ଟ ବୋଲ୍ଡ ମୁମ୍ବାଇକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଦଳ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ  ଆକ୍ରମଣର ସମ୍ମୁଖୀନ ହୋଇନପାରି ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ୩ ରନ ସ୍କୋରରେ ଲଗାତାର ୩ ଓ୍ଵିକେଟ୍ ହରାଇଥିଲା। ଅମ୍ଵିତ ରାୟୁଡୁ(୨)ଙ୍କୁ ବୁମରା ଆଉଟ୍ କରି ଚେନ୍ନାଇକୁ ଦ୍ଵିତୀୟ ଝଟକା ଦେଇଥିଲେ। ପ୍ରଥମ ସୁଯୋଗ ପାଇଥିବା ଏନ ଜଗଦିଶନ(୦)ଙ୍କୁ ବୁମରା ନିଜର ଦ୍ଵିତୀୟ ଶିକାର କରିଥିଲେ। ସେହି ୩ ରନ ସ୍କୋରେ ଫାଫ ଡୁପ୍ଲେସି୍‌ ଟ୍ରେଣ୍ଟ ବୋଲ୍ଡଙ୍କ ଦ୍ଵିତୀୟ ଶିକାର ହୋଇଥିଲେ।

୩ ରନରେ ୪ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଚେନ୍ନାଇ ଇନିଂସକୁ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓ ରବିନ୍ଦ୍ରା ଜାଜେଡା ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ମୁମ୍ବାଇ ବୋଲରଙ୍କ ଆଗରତେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଦୁଇ ବ୍ୟାଟସମ୍ୟାନ ପଞ୍ଚମ ଓ୍ଵିକେଟ୍‌ରେ ୧୮ ରନ ଯୋଡିବାକୁ ସକ୍ଷମ ହୋଇଥିଲେ। ୨୧ ରନରେ ରବିନ୍ଦ୍ର ଜାଡେଜା(୭ରନ)  ବୋଲ୍ଟଙ୍କ ତୃତୀୟ ଶିକାର ହୋଇଥିଲେ। ଧୋନୀ ୧୬ ରନ କରି ରାହୁଲ ଚହରଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ୪୩ ତମ ସ୍କୋରରେ ଦୀପକ ଚହର(୦) ରାହୁଲ ବଲରେ ଆଉଟ୍ ହୋଇଥିଲେ। ୭୧ ରନରେ ୮ ଓ୍ଵିକେଟ୍ ହରାଇବା ପରେ ଲାଗୁଥିଲା ଚେନ୍ନାଇ ୧୦୦ ଭିତରେ ସୀମିତ ରହିବ।

ହେଲେ ସାମ କରନଙ୍କ ସଂଘର୍ଷମୟ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୧୪ ରନର ସମ୍ମାନଜନକ ସ୍କୋର କରି ପାରିଛି। ସାମ କରନ ଏକାକୀ ମୁମ୍ବାଇ ବୋଲରଙ୍କ ଉଚିତ୍ ମୁକାବିଲା କରିଥିଲେ। ସେ ଇନିଂସର ଶେଷ ବଲରେ ଟ୍ରେଣ୍ଟ ବୋଲ୍ଡଙ୍କ ଚତୁର୍ଥ ଶିକାର ହୋଇଥିଲେ। ସାମ କରନ ୪୭ ବଲରୁ ୪ ଚୌକା ଓ ୨ ଛକା ସହ ୫୨ ରନର ଲଢୁଆ ଇନିଂସ ଖେଳିଥିଲେ।

ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୧୮ ରନ ୪ ଓ୍ଵିକେଟ୍ ନେଇଥିଲେ। ଯଶପ୍ରୀତ ବୁମରା ଓ ରାହୁଲ ଚହର ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ନାନଥ କୁଲଟର ନାଇଲ୍ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

   Related Posts