ମୋଦି-ଜିନ୍‌ପିଙ୍ଗଙ୍କୁ ସ୍ବାଗତ କରିବା ପାଇଁ ପୁରା ପ୍ରସ୍ତୁତ ଚେନ୍ନାଇ ସହର

Published By : Prameya-News7 Bureau | October 11, 2019 IST

ବେଙ୍ଗାଲୁରୁ ୧୧।୧୦: ଚେନ୍ନାଇ ସହର ଇତିହାସ ରଚିବାକୁ ଯାଉଛି। ବିଶ୍ବର ଦୁଇ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ଆଉ ଚୀନ ଦ୍ବିପାକ୍ଷିକ ଆଲୋଚନା ଚେନ୍ନାଇ ସହର ପାଖ ଐତିହାସିକ ପର୍ଯ୍ୟଟନସ୍ଥଳୀ ମାମଲାପୁରମ୍ ର ସମୁଦ୍ର କୂଳରେ ବିଚ୍ ରିସଟ୍ ରେ ଅନୁଷ୍ଠିତ ହେବ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ର ରାଷ୍ଟ୍ରପତି ଜିନପିଙ୍ଗ୍ଙ୍କର ଏହି ଅନୌପଚାରିକ ସାକ୍ଷାତକାର ପାଇଁ ଚେନ୍ନାଇରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।

{"id":168665,"width":580,"height":299}

ସୁରକ୍ଷାକୁ ଦୃଷ୍ଟିରେ ରଖି ଚେନ୍ନାଇରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଚେନ୍ନାଇର ଆନ୍ତର୍ଜାତିକ ବିମାନବନ୍ଦରଠାରୁ ଆରମ୍ଭ କରି ମାମଲାପୁରମ୍ ପର୍ଯ୍ୟନ୍ତ ୬୦ କିଲୋମିଟର ରାସ୍ତାକୁ ପୋଲିସ ପୁରା ଜଗି ରଖିଛି। ଦୁଇ ରାଷ୍ଟ୍ର ମୁଖ୍ୟଙ୍କୁ ସ୍ବାଗତ କରିବା ପାଇଁ ଏହି ରାସ୍ତାରେ ବିଭିନ୍ନ ଛକମାନଙ୍କରେ କଳାକାରମାନଙ୍କ ଦ୍ବାରା ପାରମ୍ପରିକ ନୃତ୍ୟର ଆୟୋଜନ କରାଯାଇଛି ।

{"id":168666,"width":574,"height":296}

ଆନ୍ଦୋଳନକୁ ନଜରରେ ରଖି ଚେନ୍ନାଇ ପୋଲିସ ଦଶ ଜଣ ତିବ୍ଦତୀୟ ନାଗରିକମାନଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୨୫ ଜଣଙ୍କୁ ଜେରା କରିବା ପରେ ଛାଡି ଦେଇଛି । ଚେନ୍ନାଇର ସୁରକ୍ଷା ବ୍ୟବସ୍ଥା ଦାୟିତ୍ବରେ ଅଛନ୍ତି ଓଡିଆ ପୁଅ ତଥା ତାମିଲନାଡୁର ଡିଜିପି ଜେ.କେ. ତ୍ରିପାଠୀ । ତାଙ୍କ କହିବା ଅନୁସାରେ ପୁରା ଚେନ୍ନାଇ ସହରରେ ୧୬ହଜାରରୁ ୧୮ହଜାର ପର୍ଯ୍ୟନ୍ତ ପୋଲିସ ମୁତୟନ କରାଯାଇଛି ।

{"id":168667,"width":576,"height":297}

ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍ ମାମଲାପୁରମ୍ର ଐତିହାସିକ ମନୋମେଣ୍ଟ ଅର୍ଜୁନ ଗୁମ୍ଫା, ପାଞ୍ଚ ରଥ,ସୋର୍ ମନ୍ଦିର ଭଳି ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାରୁ ସେହି ସ୍ଥାନ ଗୁଡିକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ଚୀନ୍ ଓ ଭାରତ ମଧ୍ୟରେ ଥିବା ବିବାଦୀୟ ମୁଦ୍ଦା ବାଣିଜ୍ୟ ଓ ସୀମା ଉପରେ ଆଜି ଜିନପିଙ୍ଗ ଓ ମୋଦିଙ୍କ ସାକ୍ଷାତକାରରେ ମୁଖ୍ୟ ପ୍ରସଙ୍ଗ ରହିବ । ଭାରତ ତଥା ସାରା ବିଶ୍ବର ନଜର ଆଜିର ଏହି ଆଲୋଚନା ଉପରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.