Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କରୋନା କାଳରେ ଦିଲ୍ଲୀରେ ଆଇପିଏଲ୍‌: ରାଜଧାନୀରେ ୧୧୮୦% ବଢ଼ୁଛି ଦୈନିକ ସଂକ୍ରମଣ, ୧୧ ଦିନ​‌ରେ ହେବ ୮ ମ୍ୟାଚ୍‌

28/04/2021 at 5:10 PM

ନୂଆଦିଲ୍ଲୀ ୨୮/୪: ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ଚତୁର୍ଥ ଲହର ସମସ୍ତଙ୍କୁ ନୟାନ୍ତ କରିପକାଇଛି । କେନ୍ଦ୍ର ଏବଂ ରାଜ୍ୟ ସରକାର ଏକପ୍ରକାର ଅସହାୟତା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ଦୈନିକ ସଂକ୍ରମଣ ବଢ଼ୁଥିବା ବେଳେ ଲଗାତାର ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗୋଟିଏ ମାସ ପୂର୍ବରୁ ୨୮ ମାର୍ଚ୍ଚରେ ଦିଲ୍ଲୀରୁ ୧୮୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ୨୭ ଏପ୍ରିଲ୍‌ରେ ଏହି ଅଙ୍କ ୨୪ ହଜାର ପାର କରିଛି। ଏହାର ଅର୍ଥ ଦୈନିକ ସଂକ୍ରମଣରେ ୧୧୮୦ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି।

ଏହାରି ଭିତରେ ବୁଧବାର ଅରୁଣ ଜେଟଲୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଆଇପିଏଲ୍‌ ମ୍ୟାଚ୍‌ ଖେଳାଯିବ। ଆଜିଠୁ ଆଗାମୀ ୧୦ ଦିନ ମଧ୍ୟରେ ଏଠାରେ ମୋଟ ୮ଟି ମ୍ୟାଚ୍‌ ଖେଳାଯିବାର ଅଛି। ବୁଧବାର ରାତି ୭.୩୦ରେ ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ ହେବ। ଏହା ବ୍ୟତୀତ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଟିମ୍‌ ମଧ୍ୟ ଏଠାରେ ଖେଳିବେ। ଏହି ୪ଟିମ୍‌ର ପାଖାପାଖି ୧୦୦ ଖେଳାଳି ଏଠାରେ ମହଜୁଦା ରହିବେ । ଏହା ସହ ଅନ୍ୟ ଷ୍ଟାଫ ମଧ୍ୟ ଉପସ୍ଥିତ ରହିବେ। କରୋନା କାଳରେ ଖେଳାଳିଙ୍କ ସୁରକ୍ଷା ଏବଂ ସ୍ବାସ୍ଥ୍ୟବସ୍ଥା ବଗିଡ଼ିବାର ସମ୍ଭାବନା ରହିଛି।

ଆଇପିଏଲ୍‌-୨୦୨୧ ଆରମ୍ଭ ହେବା ବେଳକୁ ଅନେକ ଖେଳାଳି କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। କୋଲକାତା ନାଇଟ ରାଇଡର୍ସର ନୀତିଶ ରାଣା, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଦେବଦତ୍ତ ପାଡିକଲ, ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷର ପଟେଲ, ଏନରିଚ୍‌ ନୋର୍ଖିଆ ଏବଂ ଡାନିୟଲ ସୈମ୍ସ ମଧ୍ୟ ସଂକ୍ରମିତ ହୋଇଥିଲେ। ଦେଶରେ ଦିଲ୍ଲୀ ସମେତ ୬ଟି ସ୍ଥାନରେ ଆଇପିଏଲ୍‌ ମ୍ୟାଚ୍‌ ହେଉଛି। ଏହି ପରିସ୍ଥିତିରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗଲା ବେଳେ ଖେଳାଳି ସଂକ୍ରମିତ ହେବାର ଆଶଙ୍କା ବୃଦ୍ଧି ପାଇଛି।

ସେପଟେ କରୋନା ଭୟରେ ଖେଳାଳି ଆଇପିଏଲ୍‌ରୁ ଓହରିଯାଉଥିବ ଜଣାପଡ଼ିଛି। ମୋଟ ୪ ଖେଳାଳି ଆଇପିଏଲ୍‌ରୁ ଓହରିଯାଇଛନ୍ତି ଏବଂ ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି କୁହାଯାଉଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଅରୁଣ ଜେଟଲୀ ଷ୍ଟାଡିୟମରୁ କେବଳ ୧.୧ କିମି ଦୂରରେ କରୋନା ସଂକ୍ରିମିତ ଆଡମିଟ୍‌ ହୋଇଛନ୍ତି। ଏଲଏନଜେପି ମେଡିକାଲରେ ଶହ ଶହ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏହାକୁ ନେଇ ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।

   Related Posts