Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||

ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ

7/03/2021 at 10:34 AM

ମୋହନା,୦୭/୦୩:   ଆଧୁନିକ ଯୁଗରେ ଏବେବି ଲୋକଙ୍କ ମନରେ ରହିଛି ଅନ୍ଧବିଶ୍ୱାସ । ଛୋଟ ଛୁଆଙ୍କ ଶରୀର ସୁସ୍ଥ ରହିବା ପାଇଁ ପେଟରେ ଚେଙ୍କ ଦିଆଯାଉଛି । ଏଭଳି ଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତ ଆଖଡlସାହି ଗାଁରେ ।

ଗାଁର ଛୋଟ ପିଲାଙ୍କୁ  ହିନ ନାୟକ ନାମକ ଜଣେ ବ୍ୟକ୍ତି ପିଲାଙ୍କୁ ଚେଙ୍କ ଦେଉଥିବା ଦେଖିବାକୁ ମିଳିଛି । ଚେଙ୍କ ଦେବା ପାଇଁ ପିଲାଙ୍କ ବାପା ,ମାଆ ମଧ୍ୟ ସହଯୋଗ କରୁଛନ୍ତି ।ପ୍ରତିବର୍ଷ ମକର ସଂକ୍ରାନ୍ତି ବେଳେ ଏହି ଚେଙ୍କ ଦେବା ଆରମ୍ଭ ହୋଇଥାଏ । ଏହା ବର୍ଷ ତମାମ ଜାରି ରହିଥାଏ ବୋଲି ଜଣାପଡିଛି ।

ତେବେ ସ୍ୱାସ୍ଥ୍ୟର ବିକାଶ ପାଇଁ ସରକାର ବହୁ ଯୋଜନା କରୁଥିବା ବେଳେ ଗାଁ ମାନଙ୍କରେ ଚେଙ୍କ ଦେବା ଘଟଣା ସରକାରଙ୍କ ଯୋଜନାର କାର୍ଯ୍ୟକାରିତାକୁ ନେଉ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣା ଉଭୟ  ପ୍ରଶାସନିକ ଅବହେଳା ଓ ଲୋକଙ୍କ ମୱରେ ସଚେତନତାର ଅଭାବକୁ ବୟାନ କରୁଛି ।

   Related Posts