ସାବଧାନ ! ବଜାରରେ ତାଜା ଦେଖାଯାଉଥିବା ଫଳ ଓ ପନିପରିବାରେ ରହିଛି ଘାତକ ରସାୟନିକ

Published By : Prameya-News7 Bureau | May 15, 2019 IST

ବଜାରରୁ ଫଳ ଓ ପନିପରିବା କ୍ରୟ କରିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ତାଜା ପନିପରିବା ଓ ଫଳ ବୋଲି ଆମେ ଜାହା କିଣୁଛେ ତାହା ଜହର ନୁହେଁତ ପରଖି ନିଅନ୍ତୁ। ଦେଶରେ ଏବେ ଗ୍ରୀଷ୍ମ ଋତୁ । ବଜାରରେ ପନି ପରିବାଠୁ ଆରମ୍ଭ କରି ଫଳର ବିପୁଳ ସମ୍ଭାର । ଯେଉଁ ଫଳ ଓ ପନିପରିବା ଆମେ କିଣିବାକୁ ଆଗ୍ରହ କରୁଛେ ତାହା ପ୍ରାକୃତିକ ଭାବେ ସତେଜ  ନା ଏଥିରେ ରସାୟନିକ ସିଞ୍ଚନ କରି ସତେଜ ରଖାଯାଇଛି ତାହା ଜାଣିବା ସାଧାରଣ ଗ୍ରାହକ ପକ୍ଷେ ବାସ୍ତବିକ କଷ୍ଟକର। ହେଲେ ବ୍ୟବସାୟୀମାନେ ଆର୍ଥିକ ଫାଇଦା ପାଇଁ କଞ୍ଚା ଫଳକୁ ଅସମୟରେ ପଚାଇବା ପାଇଁ ଓ ପନିପରିବାକୁ ଅଧିକ ସମୟ ସତେଜ ରଖିବା ପାଇଁ ଏଥିରେ ରସାୟନିକ ଓ ବିଭିନ୍ନ ମସଲା, ରଙ୍ଗ ଆଦି ବ୍ୟବହାର କରୁଛନ୍ତି । ଯାହା ମଣିଷର ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦ ଜନକ  । ତେବେ ଆସନ୍ତୁ ଜାଣିବା ପନିପରିବା ଓ ଫଳରେ ଏଭଳି ମିଶ୍ରଣ ରହିଛି କି ନା ।

{"id":112229}

ପ୍ରଥମେ ଆସନ୍ତୁ ଜାଣିବା ଫଳ ଓ ପନିପରିବା ପାଇଁ କେଉଁପ୍ରକାର ରସାୟନ ବ୍ୟବହାର ହେଉଛି। ଏଥିରେ ମୁନାଫାଖୋର ବ୍ୟବସାୟୀମାନେ ପ୍ରଥମରୁ କାର୍ବାଇଡ ବ୍ୟବହାର କରିଆସୁଛନ୍ତି। କାର୍ବାଇଡ ପାଚି ନଥିବା ଫଳକୁ ପଚାଇବାରେ ସହାୟକ ହୋଇଥାଏ। ତେବେ ଫଳ ପଚାଇବାରେ କାର୍ବାଇଡ ବ୍ୟବହାରକୁ ଖାଦ୍ୟ ସଂରକ୍ଷଣ ଅଧିନିୟମ ୨୦୧୧ର ଧାରା ୨,୩ ଓ ୫ରେ ନିଷିଦ୍ଧ କରାଯାଇଛି। ଏଭଳି ଉପାୟରେ ପଚା ଯାଇଥିବା କୌଣସି ଖାଦ୍ୟ ଶରୀର ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି।

{"id":112230}
Floyd Cardoz India, Floyd Cardoz Goa, Chef Floyd Cardoz, Jacqueline Raposo, Bombay Duck, Jowar, Tadgola, Ice Apples

କ୍ୟାଲସିୟମ କାର୍ବାଇଡା ବ୍ୟତୀତ ଫଳ ଓ ପନି ପରିବାରେ ମହମ ଓ କୃତ୍ରିମ ରଙ୍ଗର ମଧ୍ୟ ବ୍ୟବହାର ହେଉଛି। ଏଭଳି ଫଳ ଓ ପନିପରିବା ଖାଇବା ଦ୍ବାରା ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା ଭଳି ବିକାର ଦେଖାଯାଏ। ତେବେ ଏଭଳି ଖାଦ୍ୟ ଅତ୍ୟାଧିକ ଖାଇବା ଦ୍ବାରା କର୍କଟ ରୋଗ ଶିକାର ହେବା ନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଏଫଏଏସ୍ଏସ୍ଆଇ ଆଶଙ୍କା ବ୍ୟକ୍ତ କରିଛନ୍ତି।

{"id":112231,"width":562,"height":300}

ଫଳ ଓ ପନିପରିବାରେ ଏଭଳି ରସାୟନିକ ଅଛି କି ନା ଜାଣିବେ କିପରି?  ଏଭଳି ଉପାୟରେ ପଚା ଯାଇଥିବା ଅଥବା ସତେଜ ରଖାଯାଇଥିବା ଫଳ ଓ ପନିପରିବାର ରଙ୍ଗ ପ୍ରାକୃତିକ ଉପାୟରେ ସତେଜ ରଙ୍ଗଠାରୁ ବି ଉଜ୍ଜ୍ବଳ। ତେବେ ଏଥିରେ ଛୋଟଛୋଟ ଦାଗ ଥାଏ। ଭଲକରି ଦେଖି ଓ ନଖରେ ଘଷି ଜାଣନ୍ତୁ ଏହାର ସତ୍ୟ। ଏହା ବାଦେ ଯଦି କିଣୁଛନ୍ତି ତେବେ ଘରେ ସଫା ପାଣିରେ ଧୋଇ ଚୋପା ଛଡାଇ ରୋଷେଇରେ ବ୍ୟବହାର କରନ୍ତୁ ଅଥବା ଖାଆନ୍ତୁ। ଏଥିରେ ଖାଦ୍ୟ ସହ ଶରୀରକୁ ଅଧିକ ପରିମାଣର ଆର୍ସେନିକ ଯିବାର ଭୟ କମ ଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.