ଓଲଟିଲା କେମିକାଲ ଟ୍ୟାଙ୍କର : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଲୋକେ

Published By : Prameya-News7 Bureau | July 18, 2019 IST

କଟକ ୧୮/୭: ଜାତୀୟ ରାଜପଥ -୫୫ର କଜଳକଣା ଛକ ନିକଟରେ କେମିକାଲ ବୋଝେଇ ଟ୍ୟାଙ୍କର ଓଲଟିପଡ଼ିଛି ।ଗତ କାଲି ବିଳମ୍ବିତ ରାତିରେ ଗୁଜୁରାଟର ଗାନ୍ଧିଧାମରୁ ପାରାଦୀପକୁ ଯାଉଥିଲା।ଦୁର୍ଘଟଣା ସ୍ଥଳରେ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।

{"id":135104}

କିନ୍ତୁ ଡ୍ରାଇଭରର କହିବା ଅନୁସାରେ ରାତିରେ ପେଟ୍ରୋଲିଂ କରୁଥିବା ପୋଲିସ ତା ଆଖିକୁ ଟର୍ଚ୍ଚ ପକାଇବାରୁ ତାକୁ କିଛି ଦେଖାଯାଇନଥିଲା । ଟ୍ୟାଙ୍କରରେ ଥିବା ରାସ୍ତା କାମରେ ବ୍ୟବହୃତ ପ୍ରାୟ ଏକ ଲକ୍ଷ ଲିଟର ପିଚ ଅଏଲ ରାସ୍ତା କଡରେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା ।ଯଦି କେମିକାଲ ଗୁଡିକ ରାସ୍ତା ଉପରେ ଢାଳିଥାନ୍ତା ତେବେ ଅନେକ ଧନଜୀବନ ହାନି ହେବାର ଆଶଙ୍କା ସୃଷ୍ଟି ହୋଇଥାନ୍ତା ।ଚୌଦ୍ବାର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

{"id":135105}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.