ପ୍ୟାକେଟ କ୍ଷୀରରେ ମାରାତ୍ମକ ରାସାୟନିକ - ଜାଣନ୍ତୁ ଆପଣ ପିଉଥିବା ପ୍ୟାକେଟ କ୍ଷୀର କେତେ ସୁରକ୍ଷିତ

Published By : Prameya-News7 Bureau | October 19, 2019 IST

ନୂଆଦିଲ୍ଲୀ /ଭୁବନେଶ୍ୱର - ଆପଣ ପିଉଥିବା ପ୍ୟାକେଟ କ୍ଷୀରରେ ମାରାତ୍ମକ ରାସାୟନିକ କ୍ଷୀର କେତେ ସୁରକ୍ଷିତ ।ବଜାରରେ ମିଳୁଥିବା ପ୍ୟାକେଟ କ୍ଷୀରରେ କୌଣସି ଅପିମିଶ୍ରିତ କେମିକାଲ ମିଶା ଯାଉନାହିଁ ତ । ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ତ । ଏମିତି ପ୍ରଶ୍ନ ଆମ ମନକୁ ଆସୁଥିବା ବେଳେ ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ –FSSAI ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ପ୍ୟାକେଟ କ୍ଷୀରରେ ମାତ୍ରାଧିକ ଆଣ୍ଟି ବାୟୋଟିକ ଓ ଏଫ୍ଲାଟକ୍ସିନ୍ ଏମ୍-ୱାନ୍ ଭଳି ରାସାୟନିକ ପଦାର୍ଥ ରହୁଥିବା ଜଣାପଡ଼ିଛି ।

{"id":171932}

ପ୍ୟାକେଟ କ୍ଷୀରରେ ମାରାତ୍ମକ ରାସାୟନିକ । ମିଶୁଛି ମାତ୍ରାଧିକ ଆଣ୍ଟି ବାୟୋଟିକ୍ ଓ ଆଫ୍ଲାଟକ୍ସିନ୍ ଏମ୍-ୱାନ୍ ଭଳି ରାସାୟନିକ । ଏମିତି ଏକ ରିପୋର୍ଟ ଦେଇଛି ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ –FSSAI ।ଯାହାକି ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି ।୨୦୧୮ ରୁ ୨୦୧୯ ମେ ମାସ ମଧ୍ୟରେ ଦେଶର ୧୧୦୩ଟି ସହରରୁ ସଂଗୃହୀତ ୬୪୩୨ ପ୍ୟାକେଟ୍ କ୍ଷୀରକୁ ନମୁନା ଭାବେ ନେଇ ସର୍ଭେ କରିଥିଲା FSSAI । ଏହା ଭିତରୁ ୪୧ ପ୍ରତିଶତ ପ୍ୟାକେଟ କ୍ଷୀରରେ ସୁରକ୍ଷା ମାପଦଣ୍ଡ ପାଳନ ହୋଇ ନ ଥିବା ବେଳେ ୭ ପ୍ରତିଶତ ପ୍ୟାକେଟ୍ କ୍ଷୀର ଆଦୌ ବ୍ୟବହାର ଯୋଗ୍ୟ ନୁହେଁ ।

{"id":171933}

ନମୁନାରୁ ଆଫ୍ଲାଟକ୍ସିନ ଏମ-୧ ମାତ୍ରା ଆବଶ୍ୟକତା ଠାରୁ ଅଧିକ ରହିଛି । ଏହା ଏକ ଫଙ୍ଗସ୍, ଯାହାକି କ୍ଷୀରରେ ମିଶାଯାଇଥାଏ ।୧ ଦଶମିକ ୨ ପ୍ରତିଶତ ପ୍ୟାକେଟ କ୍ଷୀରରେ ଆଣ୍ଟିବାୟୋଟିକ୍ ମିଶିଥିବା ଜଣାପଡ଼ିଛି । FSSAI ରିପୋର୍ଟ ଆସିବା ପରେ ସାଧାରଣ ଲୋକେ କ୍ଷୀରର ମାନକୁ ନେଇ ପ୍ରଶ୍ନ କରିବା ଆରମ୍ଭ କରିଦେଲେଣି। ବଜାରରେ ମିଳୁଥିବା ବିଭିନ୍ନ ବ୍ରାଣ୍ଡର କ୍ଷୀରକୁ ଗରମ କରି ସେଥିରୁ ସାର ଅଂଶ ବାହାର କରିଦେବା ପରେ ଏହାକୁ ପ୍ୟାକେଟ କରି ବଜାରରୁ ଛାଡୁଥିବା ଲୋକେ ଅଭିଯୋଗ କରିଛନ୍ତି ।

{"id":171934}

ବଜାରରେ ମିଳୁଥିବା କ୍ଷୀରର କ୍ବାଲିଟି ନେଇ ପ୍ରଶ୍ନ ଉଠୁଥିବା ବେଳେ ବ୍ରହ୍ମପୁର ବଜାରରେ କିନ୍ତୁ ଏମିତି କ୍ଷୀର ମିଳୁଛି ଯାହା କୁଆଡ଼େ ୩ ମାସ ଯାଏଁ ରହିବ । ବିଶାଖା, ସଙ୍ଗମ ଭଳି କମ୍ପାନୀର ୨୦୦ ଗ୍ରାମ କ୍ଷୀର ପ୍ୟାକେଟ୍ର ୩ ମାସ ରହିବ ବୋଲି ବ୍ୟବସାୟୀ କହିଛନ୍ତି ।

{"id":171935}

ତେବେ ଏ କ୍ଷୀର ଏତେ ଦିନ କେମିତି ରହୁଛି । କଣ ଏଥିରେ କିଛି କେମିକାଲ ମିଶାଯାଇଛି ।ଏକଥା ପଚାରିବା ବେଳକୁ ବ୍ୟବସାୟୀଙ୍କ ଉତ୍ତର ହେଲା କମ୍ପାନୀ ପଠାଇଛି, ଆମେ ବିକ୍ରି କରୁଛୁ । କଣ ମିଶିଛି ଜାଣିନୁ । ଦୁଗ୍ଧ ଅପମିଶ୍ରଣ ନିୟନ୍ତ୍ରଣ ଲାଗି FSSAI ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ୨୦୨୦ ସୁଦ୍ଧା ସୁରକ୍ଷା ମାପଦଣ୍ଡର କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଛି ।

{"id":171936}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.