Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଅଭିନେତ୍ରୀଙ୍କୁ ରସାୟନିକ ଆକ୍ରମଣ, ଫିଲ୍ମ ପ୍ରମୋଟର ଓ ସୋସାଲ ମିଡିଆ ମ୍ୟାନେଜର ଗିରଫ, ଜାଣନ୍ତୁ କେଉଁଠି

20/11/2019 at 8:49 PM

ଭିଲାଇ : ଜନୈକା ଛତିଶଗଡି ଫିଲ୍ମ ଅଭିନେତ୍ରୀଙ୍କୁ ଫିଲ୍ମର ପ୍ରମୋଟର ଓ ସୋସାଲ ମିଡିଆ ମ୍ୟାନେଜର ଆକ୍ରମଣ କରିବା ଅଭିଯୋଗରେ  ଗିରଫ ହୋଇଛନ୍ତି। ଗିରଫ ୨ ଜଣ ହେଲେ ସାଗର ସାହୁ ଓ ଲୋକେଶ୍ୱର ଓରଫ ଲକି ସାହୁ। ସାଗର ଫିଲ୍ମ ପ୍ରମୋଟର ଓ ଲକି ସୋସାଲ ମିଡିଆ ମ୍ୟାନେଜର। ପ୍ରମୋଟର ସାଗର ଅଭିନେତ୍ରୀ ମାୟା ସାହୁଙ୍କୁ ଏକତରଫା ପ୍ରେମ କରି ଏପରି କାଣ୍ଡ କରିଥିବା ପୋଲିସ ସନ୍ଦେହ କରୁଛି। 

ସାଗର ବାରମ୍ବାର ମାୟାକୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ତାଙ୍କ ଉପରେ ଆକ୍ରମଣ ଯୋଜନା କରିଥିଲା। ମାୟା ଯାଉଥିବା ବେଳେ ମୋଟରସାଇକେଲରେ ଆସିଥିବା ୨ ଜଣ ଯୁବକ ତାଙ୍କ ଉପରକୁ କେମିକାଲ ଆକ୍ରମଣ କରିଥିବା ନେଇ ମାୟା ଥାନାରେ ଏତଲା ଦେଇଥିଲେ। ତେବେ ପୋଲିସ ସନ୍ଦେହରେ ସାଗର ଓ ସହଯୋଗୀ ଲକିକୁ ଗିରଫ କରି ପଚରାଉଚରା ଚଳାଇଛି।

ସାଗର ଆକ୍ରମଣ ଘଟଣାକୁ ଅସ୍ୱୀକାର କରୁଛି। ଏଣୁ ପୋଲିସ ପ୍ରମାଣ ସଂଗ୍ରହ ଲାଗି ଆକ୍ରମଣସ୍ଥଳ ନିକଟବର୍ତ୍ତି ଅଞ୍ଚଳର ସିସିଟିଭି ତଦନ୍ତ ଲାଗି ପଦକ୍ଷେପ ନେଉଥିବା ରୋହିତ ଝା କହିଛନ୍ତି।  ସାଗରକୁ ମାୟା ଭାଇ ଭାବେ ଗ୍ରହଣ କରୁଥିବା କହିଛନ୍ତି। ହେଲେ ସାଗର ଏକତରଫା ପ୍ରେମ କରି ଏଭଳି କାଣ୍ଡ କରିଥିବ ସହଜରେ ବିଶ୍ୱାସ କରିପାରୁନାହାନ୍ତି।   

   Related Posts