Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ସୁପର ଲିଗ୍ ଚାମ୍ପିୟନ ହେଲା ଚେଲସି ଏଫସି

6/06/2020 at 7:13 PM

ଲଣ୍ଡନ ୬।୬: ମହିଳା ଚେଲସି ଫୁଟବଲ କ୍ଲବ୍(ଏଫସି)  ମହିଳା ସୁପର ଲିଗ୍‌ ଚାମ୍ପିୟନ ହୋଇଛି। କରୋନା ମହାମାରୀ ଯୋଗୁ ୨୦୧୯-୨୦ ସେସନକୁ ବାତିଲ କରାଯାଇଥିଲା। ଏଣୁ ‘ପଏଣ୍ଟ ପର ଗେମ୍‌’ ହିସାବକୁ ନେଇ ଚାମ୍ପିୟନ ନିଷ୍ପତ୍ତି ହୋଇଥିବା ବେଳେ ମଞ୍ଚେଷ୍ଟର ସିଟିକୁ ପଛରେ ପକାଇଛି ଚେଲସି ଏଫସି।

ସେହିପରି ଗତଥରର ଚାମ୍ପିୟନ ଆର୍ସେନାଲ ତୃତୀୟ ସ୍ଥାନରେ ରହିଛି। ମାଞ୍ଚେଷ୍ଟର ସିଟି ଗୋଟିଏ ଅଧିକ ପଏଣ୍ଟ ପାଇଥିଲେ ମଧ୍ୟ ମାର୍ଚ୍ଚରେ ସେସନ ସସ୍‌ପେଣ୍ଡ ହେଲା ବେଳକୁ ଗୋଟିଏ ଅତିରିକ୍ତ ମ୍ୟାଚ୍‌ ଖେଳିଥିଲା। ଲିଗ୍‌ ମୋଟ୍‌ ଉପରେ ଆଉ ୭ଟି ମ୍ୟାଚ୍‌ ଖେଳାଯିବାକୁ ବାକି ଥିବା ବେଳେ ଚେଲସି ଲାଭବାନ ହୋଇଛି।

ଏହା ପୂର୍ବରୁ ୨୦୧୮ରେ ଚେଲ୍‌ସି ଟାଇଟଲ ହାସଲ କରିଥିଲା। ଏବେ ଚେଲ୍‌ସି ସହିତ ମାଞ୍ଚେଷ୍ଟର ସିଟି ଚାମ୍ପିୟନ୍ସ ଲିଗ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ମହିଳା ସୁପର ଲିଗ୍‌ରେ ଆର୍ସେନାଲ ଓ ଚେଲସି ସର୍ବାଧିକ ୩ଟି ଲେଖାଏ ଟାଇଟଲ ଜିତିଛନ୍ତି। ଏହାପୂବରୁ ଚେଲସି ୨୦୧୫, ୨୦୧୭-୧୮, ୨୦୧୯-୨୦ରେ ଟାଇଟଲ ହାସଲ କରିଥିଲା। ସେହିପରି ୨୦୧୪ ଓ ୨୦୧୬ରେ ରନର୍ସଅପ୍‌ ବିବେଚିତ ହୋଇଥିବାର ରେକର୍ଡ ରହିଛି। 

   Related Posts