Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

୨ ଦିନିଆ ଓଡିଶା ଗସ୍ତରେ ଆସିବେ କଂଗ୍ରେସ ପ୍ରଭାରୀ, ନୟାଗଡ଼ ଯାଇ ମୃତ ପରୀର ପରିବାରକୁ ଭେଟିବେ ଡ. ଏ.ଚେଲ୍ଲା କୁମାର

3/12/2020 at 10:32 AM

ଭୁବନେଶ୍ୱର ୦୩।୧୨ : କଂଗ୍ରେସ ସାଂସଦ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ.ଚେଲ୍ଲା କୁମାର ୨ଦିନିଆ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି ।  ଆସନ୍ତା ୪ ତାରିଖ ଦିନ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦିନ ୧୧ଟାରେ କଂଗ୍ରେସ ଭବନରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପୁଣି ସେହିଦିନ ଦିନ ବୈଠକ ପରେ ଅପରାହ୍ନ ୪ ଘଟିକା ସମୟରେ କଂଗ୍ରେସର ସାଂଗଠନିକ ସ୍ଥିତି ନେଇ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ ।

କଂଗ୍ରେସ ପ୍ରଭାରୀଙ୍କ ଗସ୍ତସୂଚୀରେ ମାନେ ଆସନ୍ତା ୫ ତାରିଖ ଦିନ ନୟାଗଡ଼ ଗ୍ରସ୍ତ କରି ମୃତ ପରୀର ପରିବାର ଲୋକଙ୍କ ଭେଟିବେ । ସେହିଦିନ ନୟାଗଡ଼ରୁ ଭୁବନେଶ୍ୱର ଫେରି ଦିବା ୩ ଘଟିକା ସମୟରେ ଦଳର ଆଗାମୀ ରଣନୀତି ନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ହେବାକୁ ଥିବା ପିସିସି ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତି ମାନଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

ତେବେ ଦେଖିବାକୁ ଗଲେ ନୟାଗଡ଼ର ଶିଶୁ ପରୀର ମୃତ୍ୟୁକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । କଂଗ୍ରେସ ଦଳର ବିଧାୟକ ଓ ନେତାମାନେ ଏହି ପ୍ରସଙ୍ଗଙ୍କୁ ବିଧାନସଭାରେ ଜୋରଦାର ଉପସ୍ଥାପନ କରିଥିଲେ । କିନ୍ତୁ ଗତ ବିଧାନସଭାର ଶୀତ ଅଧିବେଶନରେ ପରୀ ପ୍ରସଙ୍ଗରେ ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସ ଦଳ ମଧ୍ୟରେ ମତପାର୍ଥକ୍ୟ ମଧ୍ୟ ଦେଖାଦେଇଥିଲା । ଯାହାକି ଏକ ଚର୍ଚ୍ଚାର ବିଷୟ ପାଲିଥିଲା । ତେବେ ଆଗାମୀରେ ପ୍ରଭାରୀଙ୍କ ଗସ୍ତ ଦଳକୁ କେତେ ଶୃଙ୍ଖଳିତ କରିପାରିବେ। ତାହା ଦେଖିବାକୁ ରହିଲା ।

   Related Posts