Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ଛତିଶଗଡ଼ରେ ସଂଗୀନ ହେଉଛି ସ୍ଥିତି, ସୀମାନ୍ତରେ ଚେକିଂ କଡାକଡି

7/04/2021 at 10:05 AM

ବରଗଡ ୭|୪: ଛତିଶଗଡ଼ରେ କରୋନା ସାଂଘାତିକ ରୂପ ନେବାକୁ ଲାଗିଛି । ଫଳରେ ଓଡ଼ିଶା ସୀମାନ୍ତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଚେକିଂକୁ କଡାକଡି କରାଯାଉଛି । ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଲୁହୁରାଚଟିରେ ଚାଲିଛି କଡାକଡି ଯାଞ୍ଚ । ଯା ଆସ କରୁଥିବା ଲୋକଙ୍କୁ ସଚେତନ କରୁଛି ପୋଲିସ ।

ଛତିଶଗଡ଼ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଓଡିଶା ସୀମାନ୍ତରେ ସଚେତନତା କରାଯାଉଛି । ବରଗଡ଼ ଜିଲ୍ଲାର 6ଟି ବ୍ଲକ ଛତିଶଗଡ଼ ସୀମାନ୍ତକୁ ଲାଗି ରହିଥିବା ବେଳେ ଏହି ବ୍ଲକ ଅଧୀନରେ 58ଟି ଗ୍ରାମ ରହିଛି,ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ପଟରୁ ଆସୁଥିବା ଯାନବାହନ ତଥା ଲୋକ ମାନଙ୍କୁ ମାକ୍ସ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦି ଉପରେ ଗୁରୁତ୍ୱ ଦିଆଯାଉଛି । ପଦ୍ମପୁର ଏସଡିପିଓ ପ୍ରଦୀପ ସାହୁଙ୍କ ନେତୃତ୍ୱରେ ୫୩ ନମ୍ବର ଜାତୀୟ ରାଜପଥର ଲୁହୁରାଚଟି ଠାରେ ସଚେତନତା କରାଯାଉଛି । ଏପରି ଛତିଶଗଡ଼କୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ସୀମାନ୍ତରେ ସଜାଗ ରହିଛି ପୋଲିସ ।

   Related Posts