Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

ରିୟଲ୍ ଲାଇଫ୍ ହିରୋଙ୍କ ସହ ଯୋଡି ହୋଇଗଲେ ହୃଦୟବାନ ସେଫ୍ : ପ୍ରବାସୀ ଏବଂ ଅଭାବୀଙ୍କୁ ଯୋଗାଉଛନ୍ତି ଖାଦ୍ୟ

28/05/2020 at 9:46 AM

ମୁମ୍ବାଇ ୨୮/୦୫ : ପୁରା ଦେଶ କରୋନା ପ୍ରକୋପରେ ହଇରାଣ ହେଉଛି | କରୋନା ଯୋଗୁଁ ସାରା ଦେଶ ଲକ ଡାଉନ ରହିଛି | ଫଳରେ ଶ୍ରମିକମାନେ କାମ ଧନ୍ଦା ନ ପାଇ ନିଜ ନିଜ ଘରକୁ ଫେରି ଯାଉଛନ୍ତି | ଘରକୁ ଫେରିବା ପାଇଁ ପ୍ରବାସୀ ଶ୍ରମିକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହିଭଳି ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ବଲିଉଡ ଅଭିନେତା ସୋନୁ ସୁଦ ଆଗେଇ ଆସିଛନ୍ତି | ସେ ନିଜେ ବସ ଭଡା କରି ହଜାର ହଜାର ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଉଛନ୍ତି |

ସୂଚନାଯୋଗ୍ୟ ଯେ ଏବେ ଯାଏଁ ସେ ମୁମ୍ବାଇରେ ଫସି ରହିଥିବା ୧୨ ହଜାର ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇ ସାରିଛନ୍ତି | ଏଥିପାଇଁ ସେ ୨୦ ଘଣ୍ଟା କାମ କରୁଛନ୍ତି ଯେପରିକି ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିପାରିବେ | ବର୍ତ୍ତମାନ ଦେଶର ନାମୀ ସେଫ ବିକାଶ ଖାନ୍ନା ସୋନୁଙ୍କ ସହ ହାତ ମିଳାଇଛନ୍ତି | ସେ ପ୍ରବାସୀଙ୍କୁ ଖାଦ୍ୟ ଯୋଗାଉଛନ୍ତି | ବସରେ ନିଜ ନିଜ ଘରକୁ ଫେରୁଥିବା ପ୍ରବାସୀଙ୍କୁ ବିକାଶ ଖାଦ୍ୟ ଯୋଗାଉଛନ୍ତି | ଏହାସହ ଅନ୍ୟ ଜାଗାରେ ମଧ୍ୟ ଅଭାବୀଙ୍କୁ ଖାଇବା ଯୋଗାଉଛନ୍ତି |  

ଟ୍ୱିଟର ଜରିଆରେ ବିକାଶ ଖାନ୍ନା ଏନେଇ ସୂଚନ ଦେଇଛନ୍ତି | ଦେଶର କିଛି ସଂଗଠନ ସହ ମିଶି ସେ ଅଭାବୀଙ୍କୁ ଖାଦ୍ୟ ପ୍ୟାକେଟ ବାଣ୍ଟୁଛନ୍ତି | ତାଙ୍କ ଟିମ ବସରେ ଯାତ୍ରା କରୁଥିବା ପ୍ରବାସୀଙ୍କୁ ଖାଦ୍ୟ ପ୍ୟାକେଟ ଯୋଗାଉଛନ୍ତି |

ସେ ଲେଖିଛନ୍ତି, ‘ଯେଭଳି ମୋ ସୋନୁ ସୁଦ ହଜାର ହଜାର ଲୋକଙ୍କୁ ସେମାନଙ୍କ ଘରକୁ ପଠାଉଛନ୍ତି, ଆମେ ସୁନିଶ୍ଚିତ କରୁଚୁ ଯେପରିକି ସେମାନେ ଭୋକିଲା ନ ରୁହନ୍ତୁ | #FeedIndia .. ଏଥିପାଇଁ ଏନଡିଆରଏଫ ଟିମ ସାରା ଦେଶରେ ୭ ମିଲିୟନରୁ ଅଧିକ ଲୋକଙ୍କୁ ଖାଦ୍ୟ ପହଞ୍ଚାଇବାରେ ସାହାଯ୍ୟ କରୁଛନ୍ତି |’

ବିକାଶ ଟ୍ୱିଟରରେ ଏନଡିଆରଏଫ ଟିମର ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେମାନେ ଅଲଗା ଅଲଗା ଜାଗାରେ ଅଭାବୀଙ୍କୁ ଖାଦ୍ୟ ଯୋଗାଉଛନ୍ତି | ବିକାଶ ମଧ୍ୟ ସୋସିଆଲ ମିଡ଼ିଆ ଜରିଆରେ ଲୋକଙ୍କ ସହିତ ଜଡିତ ଅଛନ୍ତି ଏବଂ ଅଭାବୀଙ୍କୁ ସାହାଯ୍ୟ କରିବାକୁ ପ୍ରୟାସ କରୁଛନ୍ତି | ବିକାଶ ଜଣେ ଷ୍ଟାର ସେଫ ହେବାସହ କୁକ ବୁକ ରାଇଟର ଏବଂ ଫିଲ୍ମ ମେକର ମଧ୍ୟ |

ବିକାଶ ଖାନ୍ନାଙ୍କ ଏହି ପଦକ୍ଷେପକୁ ଜନତା ଖୁବ ପ୍ରଶଂସା କରିଛନ୍ତି | ଏହା ପୂର୍ବରୁ ଇଦ ଅବସରରେ ସେ ମୁମ୍ବାଇରେ ସର୍ବ ବୃହତ ‘ଇଦ ଫିଷ୍ଟ’ ଆୟୋଜନ କରିଥିଲେ | ଦେଶରେ କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ମୁମ୍ବାଇରେ ଲକ୍ଷ ଲକ୍ଷ ଲୋକଙ୍କୁ ଖାଇବାକୁ ଦେଇଥିଲେ |

   Related Posts